The fastest Lego car: କିମାଶ୍ଚର୍ଯ୍ୟମ୍: ସବୁଠୁ ବେଗବାନ୍ ଲେଗୋ କାର୍
"ଛୋଟ ଛୋଟ ପ୍ଲାଷ୍ଟିକ୍ ଖଣ୍ଡକୁ ଯୋଡ଼ାଯୋଡ଼ି କରି ପ୍ରସ୍ତୁତ ହେଉଥିବା ବିଭିିନ୍ନ ଖେଳନାର ନିର୍ମାତା ଭାବରେ "ଲେଗୋ" କମ୍ପାନି ବିଶ୍ବ ପ୍ରସିଦ୍ଧ।
ଏହି କମ୍ପାନି ଏବେ ୩,୨୮,୦୦୦ ଖଣ୍ଡ ଅଂଶକୁ ନେଇ ଏକ କାର୍ ପ୍ରସ୍ତୁତ କରିଛି, ଯାହା ଗିନିସ୍ ବିଶ୍ବ ରେକର୍ଡ ଭାଙ୍ଗିବାରେ ମଧ୍ୟ ସଫଳ ହୋଇଛି।
ସୁୁପର୍କାର୍ କମ୍ପାନି କନିଗ୍ଜେଗ୍ର "ସାଡେର୍ସ ସ୍ପିଅର୍" ମଡେଲ୍ର ଅନୁକରଣରେ ପ୍ରସ୍ତୁତ ଏହି ଲେଗୋ କାର୍ଟିକୁ ଇଂଲଣ୍ଡ୍ର ଗୁଡ୍ଉଡ୍ ହିଲ୍କ୍ଲାଇମ୍ବ ସର୍କିଟ୍ରେ ଚଳାଇ ପରୀକ୍ଷା କରାଯାଇଥିଲା।Advertisment Elephant: କନ୍ଧମାଳରେ ହାତୀ ଆତଙ୍କ; ଜନସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଏହି ସମୟରେ ଏହା ସର୍ବାଧିକ ଘଣ୍ଟା ପ୍ରତି ୧୧୧ କିଲୋମିଟର୍ ବେଗରେ ଚାଲିଥିଲା।
ପୂର୍ବରୁ ସବୁଠାରୁ ବେଗବାନ୍ ଲେଗୋ କାର୍ର ରେକର୍ଡ ଥିଲା ୫୦ କିଲୋମିଟର୍ ପ୍ରତି ଘଣ୍ଟା।
ଗତ ବର୍ଷ ଅକ୍ଟୋବର ମାସରୁ ଏହି କାର୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା।
ଲେଗୋର ନିର୍ମାତାମାନଙ୍କର ୯,୪୦୦ ଘଣ୍ଟାର ଶ୍ରମ ପରେ ଯାଇ ଏହା ସଂପୂର୍ଣ୍ଣ ହୋଇଥିଲା।
ଏହି କାର୍ର ସମୁଦାୟ ଓଜନ ୧୮୦୦ କିଲୋଗ୍ରାମ୍ ହୋଇଥିବା ବେଳେ ଏହାର ବାହ୍ୟ ଆବରଣ ଭାବେ ୪୦୦ କିଲୋଗ୍ରାମ୍ ଓଜନର ଲେଗୋ ଖଣ୍ଡ ଲାଗିଛି।
Health: ଭୁବନେଶ୍ବରରେ ଖୋଲିବ ନୂଆ କିଡ୍ନି ହସ୍ପିଟାଲ"