Textbook: ପାଠ୍ୟପୁସ୍ତକ କେଳେଙ୍କାରୀ: ଘରୋଇ ପ୍ରେସ୍ରେ ଛାପାଯାଉଛି ବର୍ଷକୁ ୭୦ କୋଟିର ବହି!
"କଟକ: ବିଭିନ୍ନ ଘରୋଇ ପ୍ରେସ୍ ମାଧ୍ୟମରେ ବର୍ଷକୁ ହାରାହାରି ଭାବେ ଛାପାଯାଉଛି ୭୦ କୋଟିରୁ ଅଧିକ ଟଙ୍କାର ବହି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ପାଠ୍ୟପୁସ୍ତ ପ୍ରେସ୍ ଏହି ବହି କିନ୍ତୁ ନିଜ ପ୍ରେସ୍ରେ ନ ଛାପି ବିଭିନ୍ନ ଘରୋଇ ପ୍ରେସ୍ରେ ଛାପୁଥିବା ବେଳେ ଏହା ପଛରେ ଏକ ବଡ଼ ଧରଣର ରୢାକେଟ୍ କାମ କରୁଛି।
ଅନ୍ୟପଟେ ଏଥିରେ ସଂପୃକ୍ତ ଅଧିକାରୀ ନିଜ ପତ୍ନୀ ଓ ସଂପର୍କୀୟଙ୍କ ନାମରେ ସଂସ୍ଥା ଖୋଲି ବିଭିନ୍ନ ମୁଦ୍ରଣ ସାମଗ୍ରୀ ଯୋଗାଣ କରୁଛନ୍ତି।
ଭୁବନେଶ୍ବର ଖାରବେଳନଗର ଶିଳ୍ପାଞ୍ଚଳରେ ଥିବା ପାଠ୍ୟପୁସ୍ତକ ପ୍ରେସ୍ (ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ନିର୍ଦ୍ଦେଶାଳୟ, ଟିବିପିଏମ୍) ସ୍ବତନ୍ତ୍ର ଭାବେ ପାଠ୍ୟପୁସ୍ତକ ଛାପିବା ପାଇଁ ପ୍ରତିଷ୍ଠା ହୋଇଛି।
ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀ ଏହାର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରନ୍ତି।
କିନ୍ତୁ ସରକାରୀ ପ୍ରେସ୍ର ଭିତ୍ତିଭୂମିକୁ ଜାଣିଶୁଣି ଦୁର୍ବଳ କରାଯାଇ ଘରୋଇ ପ୍ରେସ୍ରେ ସରକାରୀ ଛାପା କାର୍ଯ୍ୟ କରିବା ପଛରେ ଏକ ବଡ଼ ଧରଣର କେଳେଙ୍କାରୀ ରହିଥିବା ସନ୍ଦେହ କରାଯାଉଛି।
Advertisment Farmers: ରାସ୍ତାକଡ଼ରେ ବିପଦଶଙ୍କୁଳ ଅବସ୍ଥାରେ ବସି ପରିବା ବିକ୍ରି କରୁଛନ୍ତି ଚାଷୀ ସରକାରୀ ବିଭାଗ ଥାଇ ବି ଘରୋଇ ସଂସ୍ଥାରେ ହେଉଛି ଡିଟିପିକାମ କରୁନି ପ୍ରୁଫ୍ ସଂଶୋଧନ ବିଭାଗ ଅତ୍ୟନ୍ତ ଚତୁରତାର ସହିତ କିଛି ଅଧିକାରୀ ଏହି କାରବାରକୁ ବର୍ଷ ବର୍ଷ ଧରି ସୁଚିନ୍ତିତ ଢଙ୍ଗରେ ପରିଚାଳନା କରି ଆସୁଛନ୍ତି।
ଚଳିତ ବର୍ଷ ପାଠ୍ୟପୁସ୍ତକରେ ବ୍ୟାପକ ତ୍ରୁଟି ସାମନାକୁ ଆସିବା ପରେ କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଛି।
କିନ୍ତୁ ପାଠ୍ୟପୁସ୍ତକ ଛାପିବା ପ୍ରକ୍ରିୟାରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସଂପୃକ୍ତ କିଛି ଅଧିକାରୀ ଓ କର୍ମଚାରୀ ଏବେ ବି ନିଜକୁ ସୁରକ୍ଷିତ ରଖିପାରିଛନ୍ତି।
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଟିବିପିଏମ୍ ଚଳିତ ବର୍ଷ କଟକର ଦୁଇଟି ଘରୋଇ ପ୍ରେସ୍ରେ ପାଠ୍ୟପୁସ୍ତକ ଛାପିଥିଲା।
ଏଥିରେ ୧୭୫ କୋଟି ଟଙ୍କାର କାରବାର ହୋଇଥିବା କୁହାଯାଉଛି।
କିନ୍ତୁ ପାଠ୍ୟପୁସ୍ତକ ମୁଦ୍ରଣରେ ସାଂଘାତିକ ତ୍ରୁଟିକୁ ନେଇ ସରକାର ନିନ୍ଦିତ ହେଉଥିବା ବେଳେ ଘଟଣାରେ ଏଯାଏଁ କେବଳ ଜଣେ ଅଧିକାରୀ ଗିରଫ ହୋଇଛନ୍ତି।
ପାଠ୍ୟପୁସ୍ତକ ମୁଦ୍ରଣ ବିଭିନ୍ନ ପର୍ଯ୍ୟାୟ ଦେଇ ହୋଇଥାଏ।
ପାଣ୍ଡୁଲିପି ପ୍ରସ୍ତୁତି, ଡିଟିପି, ଟେଣ୍ଡର ମାଧ୍ୟମରେ ପ୍ରେସ୍ ଚୟନ, ପ୍ରୁଫ୍ ସଂଶୋଧନ ଏବଂ ଚୂଡ଼ାନ୍ତ ମୁଦ୍ରଣ ଭଳି ବିଭିନ୍ନ ପର୍ଯ୍ୟାୟ ରହିଛି।
Rain: ନବରଂଗପୁରରେ ଚାଷୀଙ୍କ ଚିନ୍ତା ବଢ଼ାଇଲା ନିଅଣ୍ଟିଆ ବର୍ଷା ପ୍ରତ୍ୟେକ କାର୍ଯ୍ୟ ଭିନ୍ନ ଭିନ୍ନ ଅଧିକାରୀଙ୍କ ଦାୟିତ୍ବରେ ରହିଛି।
କିନ୍ତୁ ଏସବୁକୁ ସରକାରୀ ବ୍ୟବସ୍ଥାରେ ନ କରି ଘରୋଇ ସଂସ୍ଥା ଜରିଆରେ ଅତ୍ୟନ୍ତ ତ୍ରୁଟିପୂର୍ଣ୍ଣ ଢଙ୍ଗରେ କରାଯାଉଛି।
ଏମିତିକି ପାଠ୍ୟପୁସ୍ତକର ଡିଟିପି ବି ବିଭିନ୍ନ ଘରୋଇ ସଂସ୍ଥା ଜରିଆରେ କରାଯାଇଛି।
ସରକାରୀ ପ୍ରେସ୍ରେ ପ୍ରୁଫ୍ ସଂଶୋଧନ ବିଭାଗ ଥିଲେ ବି ତାହାକୁ ଏକପ୍ରକାର ବନ୍ଦ କରି ଦିଆଯାଇଛି।
ସବୁଠି ଦୁର୍ନୀତି ଜଳଜଳ ହୋଇ ଆଖି ସାମନାରେ ଥିଲେ ବି ଏଯାଏଁ ଜଣେ ଅଧିକାରୀ ଗିରଫ ହେବା ଏବଂ ଅନେକ ଅଧିକାରୀଙ୍କୁ ସୁରକ୍ଷିତ ରଖାଯିବା ଘଟଣା ସାଂଘାତିକ ସ୍ଥିତି ସୃଷ୍ଟି କରିଛି।
ବାଣିଜ୍ୟ ବିଭାଗ ଅଧୀନରେ କଟକରେ ଥିବା ସରକାରୀ ପ୍ରେସ୍ରେ ନିଯୁକ୍ତି ପାଇଥିବା ଅଧିକାରୀ ଏବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ଟିବିପିଏମ୍ରେ କାର୍ଯ୍ୟ କରୁଥିବା ବେଳେ ଏଭଳି ଦ୍ବୈତ ନିଯୁକ୍ତି ବି ପ୍ରଶ୍ନ ସୃଷ୍ଟି କରୁଛି।
କ୍ରାଇମବ୍ରାଞ୍ଚ ଏଭଳି ଅଧିକାରୀଙ୍କୁ ତଦନ୍ତ ପରିସରଭୁକ୍ତ କରି କେବେ ସଂପୂର୍ଣ୍ଣ କେଳେଙ୍କାରୀର ପର୍ଦ୍ଦାଫାସ କରିବ ତାହା ଉପରେ ନଜର ରହିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।