Textbook Controversy: ପାଠ୍ୟପୁସ୍ତକ ତ୍ରୁଟି: ଆଜି କ୍ରାଇମବ୍ରାଞ୍ଚରେ FIR ଦେଇପାରନ୍ତି SCERT ନିର୍ଦ୍ଦେଶିକା

Jul 13, 2026 - 15:49
Textbook Controversy: ପାଠ୍ୟପୁସ୍ତକ ତ୍ରୁଟି: ଆଜି କ୍ରାଇମବ୍ରାଞ୍ଚରେ FIR ଦେଇପାରନ୍ତି SCERT ନିର୍ଦ୍ଦେଶିକା

ବହି ତ୍ରୁଟି ତଦନ୍ତ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ପୂର୍ବରୁ ଗଣଶିକ୍ଷା ବିଭାଗରେ ତନାଘନା ଆରମ୍ଭ ହୋଇଛି। ପୁସ୍ତକ ତ୍ରୁଟିକୁ ନେଇ ଉଚ୍ଚସ୍ତରୀୟ ବୈଠକ ହୋଇଛି। ପ୍ରଥମେ ଗଣଶିକ୍ଷା ମନ୍ତ୍ରୀଙ୍କ ଚାମ୍ବର ଏବଂ ପରେ ସଚିବଙ୍କ ଚାମ୍ବରରେ ହୋଇଥିଲା ବୈଠକ। ଏହି ବୈଠକରେ ଗଣଶିକ୍ଷା ସଚିବ, ଓସେପା ନିର୍ଦ୍ଦେଶିକା ଏବଂ SCERT ନିର୍ଦ୍ଦେଶିକା ଉପସ୍ଥିତ ଥିଲେ।  ବୈଠକରେ କ୍ରାଇମବ୍ରାଞ୍ଚରେ FIR ଏବଂ ନୂଆ ବହି ଛପା ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି। ...

ଅପରପକ୍ଷରେ ପାଠ୍ୟପୁସ୍ତକ ସମ୍ପର୍କିତ କାଗଜପତ୍ର ଧରି SCERT ଅଫିସରୁ କ୍ରାଇମବ୍ରାଞ୍ଚ ଅଫିସ୍ ଯାଇ SCERT ନିର୍ଦ୍ଦେଶିକା କ୍ରାଇମବ୍ରାଞ୍ଚରେ FIR ଦେଇପାରନ୍ତି । ପିଲାଙ୍କ ପାଠ୍ୟବହିରେ ସାଙ୍ଘାତିକ ତ୍ରୁଟି ପାଇଁ ବଡ଼ ଷଡଯନ୍ତ୍ର ହୋଇଥିବା ଦର୍ଶାଇ ଏହାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । 

ମିଳିଥିବା ସୂଚନା ଅନୁଯାୟୀ, ଜଣେ SP ରାଙ୍କର ଅଫିସର ତଦନ୍ତ ଦାୟିତ୍ବରେ ରହିବେ। ତାଙ୍କ ନେତୃତ୍ୱରେ ଏକ ୪ ଜଣିଆ କ୍ରାଇମବ୍ରାଞ୍ଚ ଟିମ ତଦନ୍ତ କରିବେ। ସମସ୍ତ ଦିଗକୁ ନେଇ ତଦନ୍ତ ହେବ ଏବଂ ଏହାର ମୂଳ ଆଧାରକୁ ଯାଇ ତଦନ୍ତ କରାଯିବ ବୋଲି ସୂଚନା ମିଳିଛି।

ପୁସ୍ତକ ତ୍ରୁଟି: ଉଚ୍ଚସ୍ତରୀୟ ବୈଠକ
ପୁସ୍ତକ ତ୍ରୁଟିକୁ ନେଇ ଉଚ୍ଚସ୍ତରୀୟ ବୈଠକ
ଗଣଶିକ୍ଷା ମନ୍ତ୍ରୀ ଏବଂ ସଚିବଙ୍କ ଚାମ୍ବରରେ ବୈଠକ
ବୈଠକରେ SCERT ନିର୍ଦ୍ଦେଶିକା ମଧୁସ୍ମିତା ସାହୁ
ଗଣଶିକ୍ଷା ସଚିବ, ଓସେପା ନିର୍ଦ୍ଦେଶିକା ମଧ୍ୟ ବୈଠକରେ ଥିଲେ
FIR  ଦାୟର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।