TET verdict: ସୁପ୍ରିମକୋର୍ଟଙ୍କ TET ରାୟର ତର୍ଜମା କରିବେ ସରକାର
TET verdict: ସୁପ୍ରିମକୋର୍ଟଙ୍କ TET ରାୟର ତର୍ଜମା କରିବେ ସରକାର
TET verdict: ସୁପ୍ରିମକୋର୍ଟଙ୍କ TET ରାୟର ତର୍ଜମା କରିବେ ସରକାର
ସୁପ୍ରିମକୋର୍ଟଙ୍କ TET ରାୟର ତର୍ଜମା କରିବେ ରାଜ୍ୟ ସରକାର । ଶିକ୍ଷକଙ୍କ ସ୍ବାର୍ଥକୁ ଦେବେ ଗୁରୁତ୍ବ । ଚାକିରି ପାଇଁ ଟିଇଟି ବାଧ୍ୟତାମୂଳକ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏଭଳି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ । ମନ୍ତ୍ରୀ କହିଛନ୍ତି, ଶିକ୍ଷକଙ୍କ ସ୍ୱାର୍ଥ ବି ଦେଖିବାର ଆବଶ୍ୟକତା ରହିଛି । ସବୁ ଦିଗକୁ ବିଚାର କରିବା ସହ ଶିକ୍ଷକଙ୍କ ସ୍ୱାର୍ଥକୁ ସର୍ବାଧିକ ଗୁରୁତ୍ୱ ଦିଆଯିବ ।
ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଦୀପଙ୍କର ଦତ୍ତ ଓ ଜଷ୍ଟିସ ମନମୋହନଙ୍କ ଖଣ୍ଡପୀଠ ଏହି ପ୍ରସଙ୍ଗରେ ଗୁରୁତ୍ବପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଯେଉଁଥିରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ, ଚାକିରିରେ ଥିବା ଶିକ୍ଷକମାନଙ୍କୁ ୨ ବର୍ଷରେ TET ପାସ୍ କରିବାକୁ ପଡ଼ିବ। ଅବସର ୫ ବର୍ଷରୁ ଅଧିକ ଥିଲେ TET ଉତ୍ତୀର୍ଣ୍ଣ ହେବା ବାଧ୍ୟତାମୂଳକ। ଯୋଗ୍ୟତା ହାସଲ କରିବାରେ ଅସମର୍ଥ କିମ୍ବା କ୍ବାଲିଫାଏ କରି ନପାରିଲେ ଚାକିରିରୁ ଇସ୍ତଫା ଦେବେ। ନହେଲେ ଟର୍ମିନାଲ୍ ସୁବିଧା ସହ ବାଧ୍ୟତାମୂଳକ ଅବସର ନେବେ। ତେବେ ଆଉ ୫ ବର୍ଷ ଚାକିରି ଥିବା ଶିକ୍ଷକଙ୍କୁ ମିଳିଛି ସୁପ୍ରିମ ଆଶ୍ବସ୍ତି। ଯେଉଁ ଶିକ୍ଷକଙ୍କ ଅବସର ୫ବର୍ଷରୁ କମ୍ ଅଛି ସେମାନଙ୍କ ପାଇଁ TET ଦରକାର ନାହିଁ। ତେବେ ସଂଖ୍ୟାଲଘୁଙ୍କ ଶିକ୍ଷାନୁଷ୍ଠାନ କ୍ଷେତ୍ରରେ ନିଷ୍ପତ୍ତି ବୃହତ ଖଣ୍ଡପୀଠ ନେବେ।
ସୁପ୍ରିମକୋର୍ଟଙ୍କ ରାୟକୁ ଶିକ୍ଷକ ସଂଘ ବିରୋଧ କରିଛି। ୨୦୧୧ ଜୁଲାଇ ପରଠୁ ଶିକ୍ଷକମାନେ ଏଲିଜିବିଲିଟି ଟେଷ୍ଟ ଦେଇ ଚାକିରି କରିଛନ୍ତି। ପୂର୍ବରୁ ଏଭଳି ବ୍ୟବସ୍ଥା ନଥିଲା। ବର୍ତ୍ତମାନ ନିଷ୍ପତ୍ତିର ତର୍ଜମା ପରେ ପଦକ୍ଷେପ ନିଆଯିବ ବୋଲି ରାଜ୍ୟ ପ୍ରାଥମିକ ଶିକ୍ଷକ ସଂଘ କହିଛି।
ଶିକ୍ଷାଦାନ ପାଇଁ TET ବାଧ୍ୟତାମୂଳକ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିଥିଲେ ତାମିଲନାଡୁ ଓ ମହାରାଷ୍ଟ୍ର ସମେତ ବିଭିନ୍ନ ଶିକ୍ଷକ ସଂଘ। ଶିକ୍ଷକ ଯୋଗ୍ୟତା ପରୀକ୍ଷା(TET) ଏକ ଜାତୀୟସ୍ତରୀୟ ଯୋଗ୍ୟତା ପରୀକ୍ଷା। ଏହାକୁ ୨୦୧୦ରେ ଅନିର୍ବାଜ୍ୟ କରିଥିଲା ନ୍ୟାସନାଲ୍ କାଉନସିଲ୍ ଫର୍ ଟିଟର ଏଜୁକେସନ୍, NCTE। ଯେଉଁଥିରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏ ସରକାରୀ ଶିକ୍ଷକଙ୍କ ପାଇଁ TET ପାସ କରିବା ବାଧ୍ୟତାମୂଳକ କରାଯାଇଥିଲା। NCTE ନିଷ୍ପତ୍ତି ବିରୋଧରେ କୋର୍ଟରେ ଦାୟର ହୋଇଥିଲା ପିଟିସନ୍।
ପୂର୍ବରୁ ଚାକିରିରେ ଥିବା ଶିକ୍ଷକଙ୍କ ଉପରେ TET ଲାଗୁ କରିବାକୁ ବିରୋଧ କରିଥିଲେ ଆବେଦନକାରୀ। ତେବେ ରାଜ୍ୟ କର୍ତ୍ତୃପକ୍ଷ ଏହାକୁ ଗୁଣାତ୍ମକ ମାନଦଣ୍ଡ ଭାବରେ ସମର୍ଥନ କରିଥିଲେ। ଏବେ ସୁପ୍ରିମକୋର୍ଟ ଚାକିରିରେ ରହିବା ଓ ପ୍ରମୋସନ୍ ପାଇଁ TETକୁ ବାଧ୍ୟତାମୂଳକ କରିଛନ୍ତି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
