Terrorists Enters Bihar: ନେପାଳ ଦେଇ ପଶି ଆସିଲେ ଜୈସ ଆତଙ୍କବାଦୀ, ହାଇ ଆଲର୍ଟରେ ପୋଲିସ

ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କୀ ନେପାଳ ସୀମା ଦେଇ ବିହାରରେ ଅନୁପ୍ରବେଶ କରିଛନ୍ତି।

28 August 2025 12:15 PM IST
Terrorists Enters Bihar: ନେପାଳ ଦେଇ ପଶି ଆସିଲେ ଜୈସ ଆତଙ୍କବାଦୀ, ହାଇ ଆଲର୍ଟରେ ପୋଲିସ

ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କୀ ନେପାଳ ସୀମା ଦେଇ ବିହାରରେ ଅନୁପ୍ରବେଶ କରିଛନ୍ତି।

ବିହାରକୁ ପଶି ଆସିଛନ୍ତି ପାକିସ୍ତାନୀ ଆତଙ୍କବାଦୀ। ପାକିସ୍ତାନୀ ଆତଙ୍କବାଦୀଙ୍କ ଅନୁପ୍ରବେଶ ସମ୍ପର୍କରେ ଗୁଇନ୍ଦା ସୂଚନା ପାଇବା ପରେ ଗୁରୁବାର ବିହାର ପୋଲିସ ମୁଖ୍ୟାଳୟ ରାଜ୍ୟବ୍ୟାପୀ ହାଇ ଆଲର୍ଟ ଜାରି କରିଛି। ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ଆତଙ୍କବାଦୀ ଗୋଷ୍ଠୀ ଜୈଶ-ଏ-ମହମ୍ମଦର ତିନି ଜଣ ଆତଙ୍କୀ ନେପାଳ ସୀମା ଦେଇ ବିହାରରେ ପ୍ରବେଶ କରିଛନ୍ତି।

ଗୁଇନ୍ଦା ରିପୋର୍ଟ ଅନୁଯାୟୀ ସେମାନେ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ କାଠମାଣ୍ଡୁରେ ପହଞ୍ଚିଥିଲେ ଏବଂ ଗତ ସପ୍ତାହରେ ବିହାରରେ ପ୍ରବେଶ କରିଥିଲେ। ବିହାର ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସନ୍ଦିଗ୍ଧ ବ୍ୟକ୍ତିମାନେ ହେଉଛନ୍ତି ରାୱଲପିଣ୍ଡିର ହସନୈନ ଅଲି, ଉମରକୋଟର ଆଦିଲ ହୁସେନ ଏବଂ ବାହାବଲପୁରର ମହମ୍ମଦ ଉସମାନ।

ବିହାର ପୋଲିସ ମୁଖ୍ୟାଳୟ ପକ୍ଷରୁ ଏହି ତିନି ଜଣ ଆତଙ୍କବାଦୀଙ୍କ ଫଟୋ ଜାରି କରାଯାଇଛି। ସେମାନଙ୍କ ପାସପୋର୍ଟ ସମ୍ପର୍କିତ ସୂଚନା ସୀମାନ୍ତ ଜିଲାଗୁଡ଼ିକର ଅଧିକାରୀଙ୍କ ସହ ସେୟାର କରାଯାଇଛି। ଯେକୌଣସି ସନ୍ଦେହଜନକ କାର୍ଯ୍ୟକଳାପ ନଜର ଆସିଲେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲା ଗୁପ୍ତଚର ୟୁନିଟଗୁଡ଼ିକୁ କୁହାଯାଇଛି।

ଅପରେସନ ସିନ୍ଦୂର ପରେ ଏବଂ ବିଧାନସଭା ନିର୍ବାଚନକୁ ମେ ମାସରେ ବିହାରରେ ଭାରତ-ନେପାଳ ସୀମା ଏବଂ ସୀମାଞ୍ଚଳ ଜିଲ୍ଲାଗୁଡ଼ିକରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଥିଲା। ମଧୁବନୀ, ସୀତାମାଢ଼ି, ସୁପୌଲ, ଆରାରିଆ, ପୂର୍ବ ଏବଂ ପଶ୍ଚିମ ଚମ୍ପାରଣ ଜିଲ୍ଲା ସମେତ ସୀମାନ୍ତ ଅଞ୍ଚଳରେ ପାଟ୍ରୋଲିଂକୁ ଜୋରଦାର କରାଯାଇଥିଲା।

ସୂଚନାଯୋଗ୍ୟ, ଭାରତ ସହିତ ସାତଟି ଦେଶର ସ୍ଥଳ ସୀମା ଲାଗିଛି। ସେଗୁଡିକ ହେଲା ଚୀନ୍, ପାକିସ୍ତାନ, ବାଂଲାଦେଶ, ନେପାଳ, ଭୁଟାନ, ମିଆଁମାର ଏବଂ ଆଫଗାନିସ୍ତାନ। ଭାରତ ସହିତ ଶ୍ରୀଲଙ୍କା, ମାଳଦ୍ୱୀପ ଏବଂ ଇଣ୍ଡୋନେସିଆର ସାମୁଦ୍ରିକ ସୀମା ଲାଗିଛି। ବିହାର ସହିତ ନେପାଳ ୭୨୯ କିଲୋମିଟରର ସୀମା ସେୟାର କରୁଛି। ବିହାରର ୭ଟି ଜିଲ୍ଲା ସୀମା ନିକଟରେ ଅବସ୍ଥିତ।

Disclaimer: This content has been automatically aggregated from television for informational purposes. To read the original article, please visit television.