Terror Attack In Jammu And Kashmir': ଅନନ୍ତନାଗରେ ଆତଙ୍କବାଦୀ ଆକ୍ରମଣ: ଜଣେ କନଷ୍ଟେବଳ ସହିଦ
"ଶ୍ରୀନଗର: ଜମ୍ମୁ ଏବଂ କାଶ୍ମୀରର ଅନନ୍ତନାଗର ଲାଲ ଚୌକ ନିକଟରେ ଆତଙ୍କବାଦୀ ଆକ୍ରମଣରେ ଜଣେ କନଷ୍ଟେବଳଙ୍କ ମୃତ୍ୟୁ ହୋଇଛି।
ଆକ୍ରମଣକାରୀ ଘଟଣାସ୍ଥଳରୁ ପଳାଇଯାଇଛି।
ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ସର୍ଚ୍ଚ ଅପରେସନ୍ ଜାରି ରହିଛି।ପିସିଆର ଅନନ୍ତନାଗରୁ ମିଳିଥିବା ସୂଚନା ଅନୁଯାୟୀ,ମଧ୍ୟାହ୍ନ ପ୍ରାୟ ୧୨:୩୫ ସମୟରେ ଅନନ୍ତନାଗ ପୁଲିସ ଷ୍ଟେସନ ଅଧୀନସ୍ଥ ଲାଲ ଚୌକର କୋଟୱାଲ ଗଲି ଅଞ୍ଚଳରେ କିଛି ଅଜ୍ଞାତ ଆତଙ୍କବାଦୀ ଏକ ପୁଲିସ ଦଳ ଉପରେ ଗୁଳି ଚଳାଇଥିଲେ।Advertisment ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିଲେ ଶରଦ ପାୱାର ଏଥିରେ ଆଇଆରର ତୃତୀୟ ବାଟାଲିୟନର ହେଡ୍ କନଷ୍ଟେବଳ ଆଶିକ୍ ହୁସେନ କୁରେଶୀଙ୍କ ଦେହରେ ଗୁଳି ବାଜିଥିଲା।
ତାଙ୍କୁ ଅନନ୍ତନାଗର ସରକାରୀ ମେଡିକାଲ୍ କଲେଜ ହସ୍ପିଟାଲକୁ ନିଆଯାଇଥିଲା।
ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ସୁରକ୍ଷା ବାହିନୀ ଅଞ୍ଚଳକୁ ଘେରାବନ୍ଦୀ କରି ଆତଙ୍କବାଦୀଙ୍କୁ ଠାବ କରିବା ପାଇଁ ଅପରେସନ୍ ଆରମ୍ଭ କରିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।