Tension on Odisha-Andhra Border: ଓଡ଼ିଶା ଲୋକଙ୍କୁ ଉଠାଇ ନେଉଛି ଆନ୍ଧ୍ର ପୋଲିସ, ମେଳି ବାନ୍ଧିଲେ ସ୍ୱାଭିମାନ ଅଞ୍ଚଳ ଲୋକେ
ଓଡ଼ିଶାରେ ପଶି ଆମ ଲୋକଙ୍କୁ ଉଠାଇ ନେଉଛି ପୋଲିସ୍। ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକର ସ୍ୱାଭିମାନ ଅଞ୍ଚଳର କୁନିଗୁଡା ଗାଁରେ ଘଟଣାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଆନ୍ଧ୍ରପ୍ରଦେଶର ମୁଞ୍ଚିମପୁଟ ପୋଲିସ ଆସି କିଛି ଗାଁଲୋକଙ୍କୁ ଉଠାଇ ନେଉଛି।
ଏହାକୁ ବିରୋଧ କରି ଗାଁର ପୁରୁଷ ମହିଳା ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ରାସ୍ତା ଅବରୋଧ କରିବା ସହ ଆନ୍ଧ୍ର ପୋଲିସର ଆକ୍ସନକୁ ବିରୋଧ କରିଛନ୍ତି। ଏନେଇ ଗାଁଲୋକେ ଚିତ୍ରକୋଣ୍ଡା ଥାନାରେ ପହଞ୍ଚି ଘଟଣାର ତଦନ୍ତ କରିବା ସହ ପଦକ୍ଷେପ ନେବାକୁ ଦାବି ହୋଇଛି।