Temple Roof Collapse 7 Dead: ମନ୍ଦିର ପରିସରରେ ବଡ଼ ଦୁର୍ଘଟଣା, ଛାତ ଭୁଶୁଡ଼ି ୭ ମୃତ; ଦେଖନ୍ତୁ ଭିଡିଓ...
ମହାରାଷ୍ଟ୍ରରୁ ଆସିଛି ଦୁଃଖଦ ଖବର। ମହାରାଷ୍ଟ୍ରର ଏକ ପ୍ରସିଦ୍ଧ ମନ୍ଦିରରେ ନିର୍ମାଣାଧୀନ ସଭା ମଣ୍ଡପର ଛାତ ଭୁଶୁଡ଼ି ପଡ଼ିଛି। ଏଥିରେ ୫ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବା ବେଳେ ପ୍ରାୟ ୪୦ ଜଣ ଏବେ ବି ଭଙ୍ଗା ଛାତ ତଳେ ଚାପି ହୋଇ ରହିଛନ୍ତି।
ମହାରାଷ୍ଟ୍ରର ପରଭଣୀ ଜିଲ୍ଲା ଅନ୍ତର୍ଗତ ମାନବଥ ତହସିଲରେ ଥିବା ପ୍ରସିଦ୍ଧ 'ୟଶୱାଡ଼ି ମାରୁତି ମନ୍ଦିର' ପରିସରରେ ଏହି ଅଭାବନୀୟ ଘଟଣା ଘଟିଛି। ଶନିବାର ଯୋଗୁଁ ମନ୍ଦିରରେ ପ୍ରବଳ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। ଠିକ୍ ଏହି ସମୟରେ ମନ୍ଦିର ସମ୍ମୁଖରେ ତିଆରି ହେଉଥିବା ସଭା ମଣ୍ଡପର କଂକ୍ରିଟ୍ ଛାତଟି ହଠାତ୍ ଭୁଶୁଡ଼ି ପଡ଼ିଥିଲା। ଫଳରେ ସେଠାରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଚିତ୍କାର ଓ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା।
Roof of a temple in Parbhani collapses. More than 30 people feared to be trapped pic.twitter.com/tOlgbeDIWO
— Smriti Sharmaa (@SmritiSharma_) June 20, 2026
ସ୍ଥାନୀୟ ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନା ସ୍ଥାନାନ୍ତର କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ସଂଖ୍ୟାରେ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି। ତେବେ ମୃତାହତଙ୍କ ସଂଖ୍ୟାକୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଆଧିକାରିକ ବୟାନ ବା ଚୂଡ଼ାନ୍ତ ସୂଚନା ଜାରି କରାଯାଇ ନାହିଁ।