Telegram Moves Delhi High Court: ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ଟେଲିଗ୍ରାମ; ଅସ୍ଥାୟୀ କଟକଣାକୁ ଆପ୍ ପକ୍ଷରୁ ଚ୍ୟାଲେଞ୍ଜ
ଦିଲ୍ଲୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା ଟେଲିଗ୍ରାମ୍। ନିଟ୍ ୟୁଜି ପୁନଃପରୀକ୍ଷା ପୂର୍ବରୁ ଟେଲିଗ୍ରାମ୍ ଉପରେ ଲାଗିଥିବା ଅସ୍ଥାୟୀ କଟକଣାକୁ ଚ୍ୟାଲେଞ୍ଜ କରାଯାଇଛି। ଆସନ୍ତା ୨୧ ତାରିଖରେ NEET-UG ପୁନଃପରୀକ୍ଷା ହେବ। ତାପୂର୍ବରୁ ଭାରତରେ ଟେଲିଗ୍ରାମ୍ ଆପକୁ ଅସ୍ଥାୟୀ ଭାବରେ ବନ୍ଦ କରିବା ନେଇ କେନ୍ଦ୍ର ସରକାର କଟକଣା ଜାରି କରିଛନ୍ତି। ଯାହାକୁ ଚ୍ୟାଲେଞ୍ଜ କରି ମେସେଜିଂ ପ୍ଲାଟଫର୍ମ ଟେଲିଗ୍ରାମ୍ ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛି।
ଆଜି ମାମଲାର ଶୁଣାଣି ହେବ। ନିଟ୍ ପରୀକ୍ଷାରେ ପ୍ରଶ୍ନପତ୍ର କିମ୍ବା ପରୀକ୍ଷା ସମ୍ପର୍କିତ ଅବୈଧ ପ୍ରସାରଣକୁ ରୋକିବା ଏବଂ ସମ୍ଭାବ୍ୟ ଅନିୟମିତତା ଉପରେ ଲଗାମ ଲଗାଇବା ପାଇଁ କେନ୍ଦ୍ର ସରକାର ଏହି ପଦକ୍ଷେପ ନେଇଥିବା କୁହାଯାଉଛି।
- ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲା ଟେଲିଗ୍ରାମ୍
- ଅସ୍ଥାୟୀ କଟକଣାକୁ ଟେଲିଗ୍ରାମ ପକ୍ଷରୁ ଚ୍ୟାଲେଞ୍ଜ
- ଭାରତରେ ଟେଲିଗ୍ରାମକୁ ଅସ୍ଥାୟୀ ଭାବେ ବନ୍ଦ କରିବା ନେଇ କେନ୍ଦ୍ର ସରକାରଙ୍କ କଟକଣା
- ଆସନ୍ତା ୨୧ ତାରିଖରେ NEET-UG ପୁନଃପରୀକ୍ଷା ହେବ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।