Tejashwi Yadav: ମଞ୍ଚରେ ଥିଲେ ରାହୁଲ ଓ ଅଖିଲେଶ, ଘୋଷଣା କଲେ ତେଜସ୍ୱୀ...ତଥାପି ଲାଗି ରହିଛି ସସପେନ୍ସ

ବିହାରରେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ, ସେ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ଯେତେବେଳେ ବି ପ୍ରଶ୍ନ କରୁଛନ୍ତି, ରାହୁଲ ତାହାକୁ ଏଡ଼ାଇ ଦେଉଛନ୍ତି। ଆଉ ଏହା ଅନେକ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ରାହୁଲ ଓ ତେଜସ୍ୱୀଙ୍କ ଯୋଡ଼ି ବିହା

31 August 2025 01:20 PM IST
Tejashwi Yadav: ମଞ୍ଚରେ ଥିଲେ ରାହୁଲ ଓ ଅଖିଲେଶ, ଘୋଷଣା କଲେ ତେଜସ୍ୱୀ...ତଥାପି ଲାଗି ରହିଛି ସସପେନ୍ସ

ବିହାରରେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ, ସେ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ଯେତେବେଳେ ବି ପ୍ରଶ୍ନ କରୁଛନ୍ତି, ରାହୁଲ ତାହାକୁ ଏଡ଼ାଇ ଦେଉଛନ୍ତି। ଆଉ ଏହା ଅନେକ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ରାହୁଲ ଓ ତେଜସ୍ୱୀଙ୍କ ଯୋଡ଼ି ବିହାରରେ ଖୁବ୍ ଜମୁଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରାନଯିବା ପଛରେ କିଛି ରହସ୍ୟ ଥାଇପାରେ ବୋଲି କୁହାଯାଉଛି।

ଆରଜେଡି ନେତା ତେଜସ୍ୱୀ ଯାଦକ ଏକତରଫା ଭାବେ ନିଜକୁ ବିହାର ବିଧାନସଭା ନିର୍ବାଚନ ପାଇଁ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି। ରାହୁଲ ଓ ସମାଜବାଦୀ ପାର୍ଟି ନେତା ଅଖିଲେଶ ଯାଦବଙ୍କ ଉପସ୍ଥିତିରେ ତେଜସ୍ୱୀ ଯାଦବ ଏହି ଘୋଷଣା କରିଛନ୍ତି।

ଆରାରେ ଏକ ରାଲିକୁ ସମ୍ବୋଧିତ କରିବା ଅବସରରେ ତେଜସ୍ୱୀ ଯାଦବ ଏହି ଘୋଷଣା କରିବା ସହିତ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେ ନୀତୀଶଙ୍କୁ ‘କପିକ୍ୟାଟ୍ ମୁଖ୍ୟମନ୍ତ୍ରୀ’ କହିଥିଲେ। ନୀତୀଶ କେବଳ ତାଙ୍କ ନୀତିଗୁଡ଼ିକୁ ନକଲ କରି ଘୋଷଣା କରୁଛନ୍ତି ବୋଲି କହିଥିଲେ ତେଜସ୍ୱୀ।

ଉପସ୍ଥିତ ଲୋକଙ୍କ ଉଦ୍ଦେଶ୍ୟରେ ସେ କହିଥିଲ, ତେଜସ୍ୱୀ ଆଗେଇ ଚାଲିଛି। ସରକାର ତାଙ୍କୁ ଅନୁସରଣ କରୁଛନ୍ତି। ଆପଣମାନେ କେଉଁଭଳି ମୁଖ୍ୟମନ୍ତ୍ରୀ ଚାହାନ୍ତି, ଅସଲି ମୁଖ୍ୟମନ୍ତ୍ରୀ ନା ନକଲି ମୁଖ୍ୟମନ୍ତ୍ରୀ। ଆଉ ଟିକେ ଆଗକୁ ଯାଇ ତେଜସ୍ୱୀ କହିଥିଲେ ଯେ ସେ ହେଉଛନ୍ତି ମହାମେଣ୍ଟର ଅସଲି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ। ସେ ଏହା କହୁଥିବା ବେଳେ ରାହୁଲ ଗାନ୍ଧୀ ତାଙ୍କୁ ଚାହିଁ ବସିଥିଲେ। ତେଜସ୍ୱୀ ଆହୁରି କହିଥିଲେ ଯେ କଂଗ୍ରେସ ଏକ ଜାତୀୟ ଦଳ ହୋଇପାରେ, କିନ୍ତୁ ବିହାରରେ ଆରଜେଡି ହେଉଛି ବଡ଼ ଭାଇ।

ବିହାରରେ ମହାମେଣ୍ଟର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କିଏ ହେବେ, ସେ ନେଇ ଗଣମାଧ୍ୟମ ପ୍ରତିନିଧିମାନେ ଯେତେବେଳେ ବି ପ୍ରଶ୍ନ କରୁଛନ୍ତି, ରାହୁଲ ତାହାକୁ ଏଡ଼ାଇ ଦେଉଛନ୍ତି। ଆଉ ଏହା ଅନେକ ଦ୍ୱନ୍ଦ୍ୱ ସୃଷ୍ଟି କରୁଛି। ରାହୁଲ ଓ ତେଜସ୍ୱୀଙ୍କ ଯୋଡ଼ି ବିହାରରେ ଖୁବ୍ ଜମୁଥିବା ବେଳେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରାନଯିବା ପଛରେ କିଛି ରହସ୍ୟ ଥାଇପାରେ ବୋଲି କୁହାଯାଉଛି।

କୁହାଯାଉଛି, ଟିକେଟ ଭାଗ ବଣ୍ଟାକୁ ନେଇ ଆରଜେଡି ଉପରେ ସନ୍ତୁଷ୍ଟ ନାହିଁ କଂଗ୍ରେସ । ୨୦୨୨ ବିହାର ବିଧାନସଭା ନିର୍ବାଚନରେ କଂଗ୍ରେସ ୭୦ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ମାତ୍ର ୧୯ ଜଣ ବିଜୟୀ ହୋଇଥିଲେ। ଅନ୍ୟପକ୍ଷରେ ଏଥର ମଧ୍ୟ ୭୦ଟି ଆସନରେ ପ୍ରାର୍ଥୀ ଦେବାକୁ କଂଗ୍ରେସ ଯୋଜନା କରୁଥିବା କୁହାଯାଉଛି।

Disclaimer: This content has been automatically aggregated from television for informational purposes. To read the original article, please visit television.