Team India Breaks Silence on Rohit Sharma Retirement: ରୋହିତଙ୍କ ଅବସର ଚର୍ଚ୍ଚା ମଧ୍ୟରେ ବଡ଼ ବୟାନ ଦେଲା ଟିମ୍ ଇଣ୍ଡିଆ
ରୋହିତ ଶର୍ମାଙ୍କ ଅବସର ଚର୍ଚ୍ଚା ଉପରେ ବଡ଼ ବୟାନ। ରୋହିତ କୌଣସି ଚାପରେ ନାହାନ୍ତି। ଏହା କହିଛନ୍ତି ଦଳର ବ୍ୟାଟିଂ କୋଚ୍ ସିତାଂଶୁ କୋଟାକ। ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ପରେ ସେ ଏହି ସୂଚନା ଦେଇଛନ୍ତି।"
"ଚଳିତ ସିରିଜ୍ରେ ରୋହିତ ଶର୍ମା ଫ୍ଲପ୍ ହୋଇଛନ୍ତି। ଦ୍ୱିତୀୟ ଦିନିକିଆରେ ମଧ୍ୟ ସେ ରନ୍ କରିପାରି ନାହାନ୍ତି। ଏହା ପରେ ତାଙ୍କ ଅବସରକୁ ନେଇ ଚର୍ଚ୍ଚା ଜୋର ଧରିଛି। ବିସିସିଆଇ ଚୟନ କମିଟି ତାଙ୍କୁ ଚେତାବନୀ ଦେଇଥିବା ସୂଚନା ମିଳିଥିଲା। ୨୦୨୭ ଦିନିକିଆ ବିଶ୍ୱକପ୍ ଯୋଜନାରେ ରୋହିତ ନାହାନ୍ତି। ତାଙ୍କ ସ୍ଥାନରେ ଯଶସ୍ୱୀ ଜସୱାଲଙ୍କୁ ସୁଯୋଗ ମିଳିପାରେ।
ଏହାକୁ ନେଇ କ୍ରିକେଟ୍ ଜଗତରେ ହଲଚଲ ସୃଷ୍ଟି ହୋଇଛି। ରୋହିତଙ୍କ ଉପରେ ଚାପ ଥିବା କୁହାଯାଉଛି। କିନ୍ତୁ ଏହି ଚାପକୁ ମିଛ ବୋଲି କହିଛନ୍ତି କୋଚ୍ କୋଟାକ। ରୋହିତଙ୍କ ଭଳି ବଡ଼ ଖେଳାଳି ଚାପରେ ରୁହନ୍ତି ନାହିଁ। ପ୍ରଥମ ଦୁଇଟି ମ୍ୟାଚ୍ରେ ସେ ରନ୍ କରିନାହାନ୍ତି। ଏହା ଦ୍ୱାରା କିଛି ଫରକ ପଡ଼ିବ ନାହିଁ। ସେ ସଂଘର୍ଷ କରୁନାହାନ୍ତି। ଲର୍ଡସ ମ୍ୟାଚ୍ରେ ସେ ବଡ଼ ଇନିଂସ ଖେଳିପାରନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।