Teacher Eligibility Test: TET ନେଇ 'ସୁପ୍ରିମ' ରାୟ ପରେ ଓଡ଼ିଶା ଶିକ୍ଷକଙ୍କ ଛାତିରେ ଛନକା

TETକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଚିନ୍ତାରେ ରାଜ୍ୟର ୭୫ ହଜାର ପ୍ରାଥମିକ ଶିକ୍ଷକ। କାରଣ ଏମାନେ ଓଡିଶା TEACHER ELIGIBILITY ଟେଷ୍ଟ- OTET ପାସ୍ କରି ନାହାନ୍ତି। ସର୍ବୋଚ୍ଚ ଅଦାଲତଙ୍କ ରାୟ ପରେ ଏମାନଙ୍କୁ ଯୋଗ୍ୟତା ପରୀକ୍ଷା ଉତ୍ତୀର

03 September 2025 02:15 PM IST
Teacher Eligibility Test: TET ନେଇ 'ସୁପ୍ରିମ' ରାୟ ପରେ ଓଡ଼ିଶା ଶିକ୍ଷକଙ୍କ ଛାତିରେ ଛନକା

TETକୁ ନେଇ ସୁପ୍ରିମକୋର୍ଟଙ୍କ ରାୟ ପରେ ଚିନ୍ତାରେ ରାଜ୍ୟର ୭୫ ହଜାର ପ୍ରାଥମିକ ଶିକ୍ଷକ। କାରଣ ଏମାନେ ଓଡିଶା TEACHER ELIGIBILITY ଟେଷ୍ଟ- OTET ପାସ୍ କରି ନାହାନ୍ତି। ସର୍ବୋଚ୍ଚ ଅଦାଲତଙ୍କ ରାୟ ପରେ ଏମାନଙ୍କୁ ଯୋଗ୍ୟତା ପରୀକ୍ଷା ଉତ୍ତୀର୍ଣ୍ଣ ହେବାକୁ ପଡିବ।

ସୁପ୍ରିମକୋର୍ଟଙ୍କ ବଡ଼ ରାୟ। ଚିନ୍ତାରେ ପ୍ରାଥମିକ ଶିକ୍ଷକ। ଟିଚର ଏଲିଜିବିଲିଟି ଟେଷ୍ଟ- TETରେ ପାସ୍ ନହେଲେ ହରାଇବେ ସରକାରୀ ଚାକିରି। ସୁପ୍ରିମକୋର୍ଟଙ୍କ ଏହି ଯୁଗାନ୍ତକାରୀ ନିଷ୍ପତ୍ତି ପରେ ଏବେ OTET ଡିଗ୍ରୀ ନଥିବା ଶିକ୍ଷକଙ୍କ ଛାତି ଧଡ଼ ଧଡ଼ ହେଲାଣି। କାରଣ ସର୍ବୋଚ୍ଚ ନ୍ୟାୟାଳୟ ସିଧାସଳଖ ରାୟରେ ଉଲ୍ଲେଖ କରିଛନ୍ତି ଯେ, ପ୍ରାଥମିକ ଶିକ୍ଷକମାନେ ବିନା TETରେ ଚାକିରିରେ ରହିପାରିବେ ନାହିଁ। ଦୁଇ ବର୍ଷ ଭିତରେ TETରେ ଉତ୍ତୀର୍ଣ୍ଣ ହେବାକୁ ପଡିବ, ନଚେତ୍ ଅଯୋଗ୍ୟ ଭାବେ ଚାକିରି ହରାଇବେ। 

ତେବେ ଯେଉଁ ଶିକ୍ଷକମାନଙ୍କ ଅବସର ସମୟ ସୀମା ୫ ବର୍ଷ ଥିବ ସେମାନଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ ହେବ ନାହିଁ। ୫ ବର୍ଷରୁ ଅଧିକ ସମୟ ଅବସର ପାଇଁ ଥିଲେ ସେମାନେ TET ପାସ୍ କରିବା ବାଧ୍ୟତାମୂଳକ। ଏ ନିଷ୍ପତ୍ତି ଆସିବା ପରେ ଶିକ୍ଷକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପ୍ରାଥମିକ ଶିକ୍ଷକ ସଂଘର ଯୁକ୍ତି ଯଦି ସାରା ଦେଶରେ ଗୋଟିଏ ନିୟମ ହେବ, ତେବେ ପ୍ରାଥମିକ ଶିକ୍ଷକଙ୍କ ଦରମା ବି କେନ୍ଦ୍ରୀୟ ହାରରେ ଦିଆଯାଉ। ଆଉ କିଛି ଜଣଙ୍କ ମତ ହେଲା କେବଳ ଶିକ୍ଷକ ବର୍ଗ ପାଇଁ ଏହି ନିୟମ କାହିଁକି, ଅନ୍ୟ ବର୍ଗର ଚାକିରି ପାଇଁ ବି ଏଲିଜିବିଲିଟି ଟେଷ୍ଟ ହେଉ।

ଏଠି ପ୍ରଶ୍ନ, କାହିଁକି ଏହି ନିଷ୍ପତ୍ତିକୁ ଶିକ୍ଷକମାନେ ବିରୋଧ କରୁଛନ୍ତି? ନୂଆ ଜାତୀୟ ଶିକ୍ଷା ନୀତି ୨୦୨୦ ଅନୁଯାୟୀ ଗୁଣାତ୍ମକ ଶିକ୍ଷା ପାଇଁ ତାଲିମ ପ୍ରାପ୍ତ ଯୋଗ୍ୟ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ଏହାଦ୍ୱାରା ଜାଲ ସାର୍ଟିଫିକେଟ୍ ଦେଇ ଚାକିରି କରୁଥିବା ଶିକ୍ଷକ ଧରାପଡିବେ। ରାଜ୍ୟରେ ବର୍ତ୍ତମାନ ପ୍ରାୟ ଦେଢ ଲକ୍ଷ ପ୍ରାଥମିକ ଶିକ୍ଷକ ଅଛନ୍ତି।  ଯେଉମାନଙ୍କ ଭିତରୁ ପ୍ରାୟ ୭୫ ହଜାର ଓଡିଶା teacher eligibility ଟେଷ୍ଟ ବା OTET କୃତକାର୍ଯ୍ୟ ହୋଇନାହାନ୍ତି। ଅନ୍ୟପଟେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ପରେ ଛତିଶଗଡ ସରକାର ଏନେଇ ବିଜ୍ଞପ୍ତି ଜାରି କରିଛନ୍ତି। ୨୦୧୧ ମସିହା ପରେ ଚାକିରି କରୁଥିବା ଶିକ୍ଷକ ମାନଙ୍କ ପାଇଁ TET ଦେବା ବାଧ୍ୟତାମୂଳକ କରିଛନ୍ତି ଛତିଶଗଡ ସରକାର। ତେବେ ଓଡିଶା ସରକାର, ଶିକ୍ଷକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ  ନିତ୍ୟାନନ୍ଦ ଗଣ୍ଡ।

୨୦୧୧ ମସିହା ପୂର୍ବରୁ TET ବ୍ୟବସ୍ଥା ଲାଗୁ ହୋଇନଥିଲା। କିଛିଦିନ ତଳେ ଶିକ୍ଷକଙ୍କ ପଦୋନ୍ନତି ପାଇଁ ରାଜ୍ୟ ସରକାର ଏହାକୁ ବାଧ୍ୟତାମୂଳକ କରିବାକୁ ନିଷ୍ପତ୍ତି ନେବା ପରେ ଶିକ୍ଷକ ସଂଘ ଗୁଡ଼ିକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାତ୍ର ଏବେ ସୁପ୍ରିମକୋର୍ଟଙ୍କ ରାୟ ପରେ ଆଇନର ଜାଲରେ ନିୟମକୁ ଛନ୍ଦି ଗୋଳି ପାଣିରୁ ଫାଇଦା ନେଉଥିବା ଶିକ୍ଷକ ମାନେ ଏବେ ଆଉ ବର୍ତ୍ତି ପାରିବେ ନାହିଁ।

Disclaimer: This content has been automatically aggregated from television for informational purposes. To read the original article, please visit television.