Tanvi Becomes Revenue Officer: ୮ବର୍ଷ ବୟସରେ ବାପା ଚାଲିଗଲେ, ପରିଶ୍ରମ କରି ଝିଅ ହେଲା ରେଭେନ୍ୟୁ ଅଫିସର
""ଜୀବନରେ କିଛି ଏପରି ସ୍ୱପ୍ନ ଥାଏ...
ଯାହାକୁ ନା ଦାରିଦ୍ର୍ୟ ଭାଙ୍ଗିପାରେ ନା ଦୁଃଖ ବା ପରିସ୍ଥିତି ପୂରଣ ହେବାରୁ ଅଟକାଇ ପାରେ।
ଘରର ମୁରବୀ ଚାଲିଯିବା ଏକ ବଡ଼ ଶୂନ୍ୟସ୍ଥାନ ତିଆରି କରିଦିଏ।
ହଠାତ୍ ଘରର ଆର୍ଥିକ ମେରୁଦଣ୍ଡ ଚାଲିଯିବା ପରେ ଘରର ମୂଳଦୁଆ ଭୁଶୁଡ଼ିପଡେ।
ପୁଣି ଥରେ ଉଠି ଆଗକୁ ବଢ଼ିବା ଅନେକଙ୍କ ପାଇଁ କଷ୍ଟକର ହୋଇପଡ଼େ।
ହେଲେ ମାତ୍ର ୮ ବର୍ଷ ବୟସରେ ବାପାଙ୍କୁ ହରାଇଥିବା ତନବୀ ଖାଲି ଆଗକୁ ବଢ଼ିନାହାନ୍ତି ବରଂ ନିଜର ସ୍ବତନ୍ତ୍ର ପରିଚୟ ତିଆରି କରିଛନ୍ତି।
ପ୍ରଥମ ଚେଷ୍ଟାରେ BPSC ଭଳି ପରୀକ୍ଷା ପାସ୍ କରି ସେ ଏବେ ହୋଇଛନ୍ତି Revenue Officer।
ଆଜି ତାଙ୍କ ମନୋବଳ ପାଇଁ ସେ ସମସ୍ତଙ୍କର ପ୍ରେରଣା ପାଲଟିଛନ୍ତି ।Advertisment "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।