Tamil Nadu Gas Leak Toll Rises: ତାମିଲନାଡୁ ଗ୍ୟାସ ଟ୍ରାଜେଡି, ଆଉ ଜଣେ ଜୁଆଙ୍କ ଯୁବତୀଙ୍କ ମୃତ୍ୟୁ
ତାମିଲନାଡୁ ଗ୍ୟାସ ଟ୍ରାଜେଡି ଘଟଣାରେ ଆଉ ଜଣେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ। ଘଟଣାରେ ମୃତ୍ୟୁସଂଖ୍ୟା ୧୪ରୁ ବୃଦ୍ଧି ପାଇଛି। ମୃତ ଯୁବତୀ ଜଣକ ହେଲେ କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ ପିଠାଗୋଳ ପଞ୍ଚାୟତ ଖରବା ଗ୍ରାମର ଭୀମ ଜୁଆଙ୍ଗଙ୍କ ଝିଅ ଅଞ୍ଜନା ଜୁଆଙ୍ଗ। ଦୁର୍ଘଟଣା ଦିନ ଠାରୁ ଅଞ୍ଜନା ଭେଣ୍ଟିଲେଟରରେ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଥିଲେ।
ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ତିରୁଭଲ୍ଲୁର ଜିଲ୍ଲା ପେରିୟାପାଲ୍ଲିଆମ ନିକଟରେ ଥିବା ଏକ ସି-ଫୁଡ ଏକ୍ସପୋର୍ଟ କମ୍ପାନୀରେ କାମ କରୁଥିବା ବେଳେ ଆମୋନିଆ ଗ୍ୟାସ ଲିକ ହୋଇଥିଲା। ଏଥିରେ ମୋଟ ୧୪ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି।