Syria: ସିରିଆରେ ଫ୍ରାନ୍ସ ରାଷ୍ଟ୍ରପତି ମାକ୍ରନ୍ଙ୍କ ହୋଟେଲ ବାହାରେ ଲାଲ କାର୍ ବିସ୍ଫୋରଣ: ୬ ଜଣଙ୍କ ମୃତ୍ୟୁ
"ଦାମାସକସ୍: ସିରିଆର ରାଜଧାନୀ ଦାମାସକସ୍ରେ ଏକ ହୋଟେଲ ବାହାରେ ଗୋଟିଏ ପରେ ଗୋଟିଏ ଦୁଇ ଥର ବିସ୍ଫୋରଣ ହୋଇଥିବା ଖବର ମିଳିଛି।
ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ୍ ଏହି ହୋଟେଲରେ ରହିଛନ୍ତି।
ସିରିଆ ରାଷ୍ଟ୍ରପତି ଅଲ୍-ଶାରାଙ୍କ ନିମନ୍ତ୍ରଣରେ ମାକ୍ରନ୍ ଦାମାସକସ୍ରେ ଅଛନ୍ତି।
ବୋମା ବିସ୍ଫୋରଣରେ ଛଅ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ସିରିଆ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରୀଙ୍କ ସମେତ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି।
ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ, ଯେଉଁଠାରେ ଉଗ୍ରବାଦୀମାନେ ବିସ୍ଫୋରଣ ଘଟାଇଥିଲେ ସେଠାରେ ବହୁ ସଂଖ୍ୟକ ଲୋକ ଉପସ୍ଥିତ ଥିଲେ।
ମୃତକଙ୍କ ମଧ୍ୟରୁ ଅଧିକାଂଶ ପୁଲିସ କର୍ମଚାରୀ।
ସେମାନେ ମାକ୍ରନ୍ଙ୍କ ସୁରକ୍ଷାରେ ନିୟୋଜିତ ଥିଲେ।Advertisment ଆହୁରି ପଢନ୍ତୁ: Maoist Dump ଓଡ଼ିଶା-ଛତିଶଗଡ଼ ସୀମାନ୍ତରୁ ମାଓଡମ୍ପ୍ ଠାବ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ ଅଲ୍ ଆରବିୟା ଅନୁଯାୟୀ ,ଯେତେବେଳେ ମାକ୍ରୋନ୍ ଅଲ୍ ଶାରାଙ୍କୁ ଭେଟିବା ପାଇଁ ହୋଟେଲରୁ ବାହାରକୁ ଯାଉଥିଲେ, ସେତେବେଳେ ହୋଟେଲ ବାହାରେ ଏକ ଜୋରଦାର ବିସ୍ଫୋରଣ ଶୁଣାଯାଇଥିଲା।
ମାକ୍ରୋନ୍ଙ୍କ ସହିତ ଥିବା ଗଣମାଧ୍ୟମ କର୍ମଚାରୀମାନେ ଏହି ଖବର ସମ୍ପର୍କରେ ସୂଚନା ପ୍ରଦାନ କରିଛନ୍ତି।
ମାକ୍ରନଙ୍କ ହୋଟେଲ ବାହାରେ ହୋଇଥିବା ବିସ୍ଫୋରଣରେ ଏକ କାର୍ ବ୍ୟବହାର କରାଯାଇଥିଲା।
ହୋଟେଲ ବାହାରେ ଥିବା ଏକ ଲାଲ ରଙ୍ଗର କାର୍ରେ ବିସ୍ଫୋରଣ ହୋଇଥିଲା।
ଫ୍ରାନ୍ସ ରାଷ୍ଟ୍ରପତି ଭବନ ଏପର୍ଯ୍ୟନ୍ତ କୌଣସି ବିବୃତି ଜାରି କରିନାହିଁ।
କିନ୍ତୁ ବିସ୍ଫୋରଣ ପରେ ମାକ୍ରନ୍ ଅଲ ଶାରାଙ୍କ ସହ ସାକ୍ଷାତ କରିଥିବା ସୂଚନା ମିଳିଛି।
ସିରିଆ ପୁଲିସ ତଦନ୍ତ ଆରମ୍ଭ କରିଛି।ଅଲ୍-ଶାରାଙ୍କ ସରକାର ସମୟରେ ସିରିଆ ଗସ୍ତରେ ଯାଇଥିବା ମାକ୍ରୋନ୍ ହେଉଛନ୍ତି ପ୍ରଥମ ୟୁରୋପୀୟ ସଂଘର ନେତା।
ମାକ୍ରୋନ୍ ଦୁଇ ଦିନିଆ ଗସ୍ତରେ ଦାମାସକସ୍ ଯାଇଥିଲେ।
ମଙ୍ଗଳବାର ତାଙ୍କ ଗସ୍ତର ଶେଷ ଦିନ ଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।