Swami Vivekananda: ତିରୋଧାନ ଦିବସ: ସ୍ବାମୀ ବିବେକାନନ୍ଦ

Jul 04, 2026 - 07:39
Swami Vivekananda: ତିରୋଧାନ ଦିବସ: ସ୍ବାମୀ ବିବେକାନନ୍ଦ

ସ୍ବାମୀ ବିବେକାନନ୍ଦ ଆଧୁନିକ ଭାରତର ଆଧ୍ୟାତ୍ମିକ ଜାଗରଣର ଜନକ ତଥା ଯୁବ ଶକ୍ତିର ଚିରନ୍ତନ ପ୍ରତୀକ। ୧୮୬୩ ମସିହା ଜାନୁଆରି ୧୨ ତାରିଖରେ ସେ କୋଲକାତାଠାରେ ଜନ୍ମ ହୋଇଥିଲେ। ତାଙ୍କର ମୂଳ ନାମ ନରେନ୍ଦ୍ରନାଥ ଦତ୍ତ। ଆଧ୍ୟାତ୍ମିକ ଗୁରୁ ରାମକୃଷ୍ଣ ପରମହଂସଙ୍କର ଶିଷ୍ୟ ହେବା ପରେ ସେ ସ୍ବାମୀ ବିବେକାନନ୍ଦ ନାମ ଗ୍ରହଣ କଲେ। ତାଙ୍କର ସବୁଠାରୁ ବଡ଼ ଉପଲବ୍‌ଧି ହେଲା ସେ ସନାତନ ଧର୍ମକୁ ବିଶ୍ବ ଦରବାରରେ ପରିଚିତ କରାଇବା ସଙ୍ଗେ ସଙ୍ଗେ ବିଶ୍ବର ଏକ ପ୍ରମୁଖ ଧର୍ମ ଭାବେ ଉପସ୍ଥାପନ କରିବାରେ ସଫଳ ହୋଇଥିଲେ। ବେଦାନ୍ତ ଓ ଯୋଗ ଦର୍ଶନ ତାଙ୍କ ଲାଗି ଅନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟ ହୋଇଥିଲା। ୧୮୯୩ରେ ଆୟୋଜିତ ଚିକାଗୋ ବିଶ୍ବ ଧର୍ମ ମହାସଭାରେ ‘ଆମେରିକାର ଭାଇ ଓ ଭଉଣୀମାନେ’ ସମ୍ବୋଧନ କରି ପ୍ରଦାନ କରିଥିବା ସ୍ବଳ୍ପ ଅବଧିର ବକ୍ତବ୍ୟ ମାଧ୍ୟମରେ ଯୁବ ବିବେକାନନ୍ଦ ସଭିଙ୍କୁ ଚମତ୍କୃତ କରିଦେଇଥିଲେ। ଭାରତରେ ସମସାମୟିକ ହିନ୍ଦୁ ସଂସ୍କାର ଅଭିଯାନ ତାଙ୍କ ଯୋଗୁଁ ଗତିଶୀଳ ହୋଇଥିଲା।

Climate Panchayat: ପରିବେଶ ସୁରକ୍ଷା ପାଇଁ ଆହ୍ବାନ

ସେ ରାମକୃଷ୍ଣ ମଠ ଓ ରାମକୃଷ୍ଣ ମିସନ ଭଳି ସଂଗଠନର ସ୍ଥାପନାକାରୀ। ସେ ଆଜୀବନ ବ୍ରହ୍ମଚର୍ଯ୍ୟ ପାଳନ କରିଥିଲେ। ୧୯୦୨ ଜୁଲାଇ ୪ ତାରିଖରେ ମାତ୍ର ୩୯ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଥିଲା। ସେ ଛାଡ଼ିଯାଇଥିବା ସାମାଜିକ, ରାଜନୈତିକ ଓ ଆଧ୍ୟାତ୍ମିକ ଛାପ ଭାରତୀୟମାନଙ୍କୁ ସ୍ବାଧୀନଚେତା କରିବାରେ ବଳିଷ୍ଠ ଭୂମିକା ଗ୍ରହଣ କରିଥିଲା। ସେ ଭାରତ ସମେତ ଆମେରିକା, ଇଂଲଣ୍ଡ୍ ଆଦି ଦେଶର ଲୋକଙ୍କୁ ବ୍ରିଟିସ୍ ଶାସନାଧୀନ ଭାରତୀୟଙ୍କର ଦୁର୍ଦ୍ଦଶା ସମ୍ପର୍କରେ ଅବଗତ କରିଥିଲେ। ମହାତ୍ମା ଗାନ୍ଧୀ, ଅରବିନ୍ଦ ଘୋଷ, ବାଘା ଯତୀନ, ହେମଚନ୍ଦ୍ର ଘୋଷ ପ୍ରମୁଖ ତାଙ୍କ ଦ୍ବାରା ଅନୁପ୍ରାଣିତ ହୋଇଥିଲେ।

Mining Mafia: ବେଧଡ଼କ ମାଙ୍କଡ଼ା ପଥର ଚୋରି; ପ୍ରଶାସନ ନିଷ୍କ୍ରିୟ