SUV Rams Car on Expressway: ଏକ୍ସପ୍ରେସୱେରେ ଭୟଙ୍କର ଦୁର୍ଘଟଣା, ଚାଲିଗଲା ୪ ଜୀବନ; ସିସିଟିଭିରେ କଏଦ ଭୟଙ୍କର ଦୃଶ୍ୟ
ଦିଲ୍ଲୀ-ଡେରାଡୁନ ଏକ୍ସପ୍ରେସ ୱେରେ ଘଟିଛି ଭୟଙ୍କର ଦୁର୍ଘଟଣା। ସିସିଟିଭି ଫୁଟେଜରେ ଏହି ଦୁର୍ଘଟଣାର ଦୃଶ୍ୟ କଏଦ ହୋଇଛି। କାର ଧକ୍କାରେ ଗୋଟିଏ ପରିବାରର ଚାରି ଜଣ ମୃତ ଏବଂ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ମାନେ ହେଲେ ହରିୟାଣାର ସୋନିପତର ବାସିନ୍ଦା। ଶୁକ୍ରବାର ଉତ୍ତର ପ୍ରଦେଶର ସହରାନପୁର ଜିଲ୍ଲା ରାମପୁର ମନିହାରନ୍ ଅଞ୍ଚଳର ଦିଲ୍ଲୀ-ଡେରାଡୁନ ଏକ୍ସପ୍ରେସୱେରେ ଦ୍ରୁତଗତିରେ ଆସୁଥିବା ଏସ୍ୟୁଭି କାର ପଛରୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି।
ସହରନପୁର ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ୍ ଅରବିନ୍ଦ କୁମାର ଚୌହାନଙ୍କ କହିବା ଅନୁସାରେ, ପ୍ରାରମ୍ଭିକ ତଥ୍ୟ ଓ ସିସିଟିଭି ଫୁଟେଜରୁ ଜଣା ପଡିଛି ଯେ, ମୃତକ ମାନଙ୍କ କାର ରଙ୍ଗ ରୁଟ୍ରେ ଯାଉଥିଲା। ସେହି ସମୟରେ ଦ୍ରୁତଗତିରେ ଏସୟୁଭି ଆସି ଧକ୍କା ଦେଇଥିଲା।
ଚୌହାନ କହିଛନ୍ତି, ଧକ୍କା ଏତେ ଭୟଙ୍କର ଥିଲା ଯେ ଏସୟୁଭି ମୃତକମାନଙ୍କ କାରକୁ କିଛି ମିଟର ଟାଣି ନେଇଥିଲା ଏବଂ ଏସୟୁଭି ମଧ୍ୟ ଓଲଟିଯାଇଥିଲା।
Horrific Crash on #Delhi-#Dehradun Expressway: Three Killed as Reversing #TATA#Tiago is Smashed by #Scorpio
— Hyderabad Post (@TheHydPost) June 28, 2026
A horrific road accident claimed the lives of three people on the Delhi-Dehradun Expressway in #Saharanpur, Uttar Pradesh. pic.twitter.com/DAHq8oDNoy