Suspended IIC Seeks Anticipatory Bail: ନିଲମ୍ବିତ IICଙ୍କୁ ଗିରଫଦାରି ଭୟ, ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ

Jul 02, 2026 - 14:17
Suspended IIC Seeks Anticipatory Bail: ନିଲମ୍ବିତ IICଙ୍କୁ ଗିରଫଦାରି ଭୟ, ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ

ନିଲମ୍ବିତ ଥାନାଧିକାରୀଙ୍କୁ ଘାରିଛି ଗିରଫଦାରୀର ଭୟ। କେନ୍ଦ୍ରାପଡା ତାଳଚୁଆ ସାମୁଦ୍ରିକ ଥାନାର ନିଲମ୍ବିତ ଆଇଆଇସି ସନ୍ଧ୍ୟାରାଣୀ ଜେନା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ମେ ୨୫ ତାରିଖ ଦିନ ଥାନାରେ ମାଆ ପୁଅଙ୍କୁ ଥାର୍ଡ ଡିଗ୍ରୀ ଦେଇ ବିବାଦକୁ ଆସିଥିଲେ ଥାନାଧିକାରୀ ସଂଧ୍ୟାରାଣୀ। 

ତାଙ୍କ ବିରୋଧରେ ୨୯୬, ୭୪, ୧୧୫, ୩୫୧, ୩୦୮ ଭଳି ବିଏନଏସ ଦଫାରେ ମାମଲା ରୁଜୁ ହୋଇଥିଲା। ଗିରଫ ଆଶଙ୍କା କରି ନିଲମ୍ବିତ ଆଇଆଇସି ସନ୍ଧ୍ୟାରାଣୀ ଜେନା ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି। ସଂଧ୍ୟାରାଣୀଙ୍କ ସହ ଏଇ ବିବାଦ କିଛି ନୂଆ ନୁହେଁ ବାରମ୍ବାର ପୋଲିସ ଶୃଙ୍ଖଳା ଭାଙ୍ଗୁଥିବା ଓ ୬ ବର୍ଷ ଭିତରେ ତିନି ତିନି ଥର ନିଲମ୍ବନ ସେ ହେଲେଣି।