Sushila Karki: ନେପାଳର ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଲେ ସୁଶୀଳା କାର୍କି
ସୁଶୀଳା କାର୍କି ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୀରେ ପ୍ରଥମ କ୍ୟାବିନେଟ୍ ବୈଠକ କରିଥିଲେ। ୫ ମାର୍ଚ୍ଚ, ୨୦୨୬ ରେ ନୂଆ ସାଧାରଣ ନିର୍ବାଚନ କରିବାକୁ ନିଷ୍ପତ୍ତି ନିଆଯାଇଛି।
ସୁଶୀଳା କାର୍କି ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବା ପୀରେ ପ୍ରଥମ କ୍ୟାବିନେଟ୍ ବୈଠକ କରିଥିଲେ। ୫ ମାର୍ଚ୍ଚ, ୨୦୨୬ ରେ ନୂଆ ସାଧାରଣ ନିର୍ବାଚନ କରିବାକୁ ନିଷ୍ପତ୍ତି ନିଆଯାଇଛି।
ନେପାଳରେ ଏକ ଐତିହାସିକ ପରିବର୍ତ୍ତନ ଘଟିଛି। ନେପାଳରେ ଆରମ୍ଭ ହୋଇଛି ସୁଶୀଳା ଶାସନ। ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ତାଙ୍କ ସରକାର ବିରୁଦ୍ଧରେ ପ୍ରତିବାଦ ପରେ ସେ ଇସ୍ତଫା ଦେବାର ଚାରି ଦିନ ପରେ ସୁଶୀଳା କାର୍କି ନେପାଳର ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ ହୋଇଛନ୍ତି। ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କି ଅନ୍ତରୀଣ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଶୁକ୍ରବାର ରାତିରେ ଶପଥ ଗ୍ରହଣ କରିବା ପରେ ଆନୁଷ୍ଠାନିକ ଭାବରେ ସେ ଦେଶର ଅନ୍ତରୀଣ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଏହା ପରେ ନେପାଳର ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିଥିବା ସେ ପ୍ରଥମ ମହିଳା ହୋଇଛନ୍ତି।
ନେପାଳର ରାଷ୍ଟ୍ରପତି ରାମ ଚନ୍ଦ୍ର ପୌଡେଲ ଗତ କାଲି ରାତି ପ୍ରାୟ ୯ଟା ୩୦ରେ କାର୍କିଙ୍କୁ ତାଙ୍କ ବାସଭବନରେ ଶପଥ ପାଠ କରାଇଥିଲେ। ଶପଥ ଗ୍ରହଣ ପରେ, ସୁଶୀଳା ପ୍ରଥମ କ୍ୟାବିନେଟ୍ ବୈଠକ କରିଥିଲେ ଏବଂ ୫ ମାର୍ଚ୍ଚ, ୨୦୨୬ରେ ନୂଆ ସାଧାରଣ ନିର୍ବାଚନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଷ୍ଟ୍ରପତି ସଂସଦ ଭଙ୍ଗ କରିବା ପରେ ସୁଶୀଳା କାର୍କିଙ୍କୁ ଶାସନ ପରିଚାଳନା ଭାର ନ୍ୟସ୍ତ କରିଛନ୍ତି।
ତେବେ ଦେଶର ବର୍ତ୍ତମାନର ପରିସ୍ଥିତିକୁ ବିଚାର କରି କାର୍କି ଜରୁରୀକାଳୀନ ପରିସ୍ଥିତି ଲାଗୁ କରିବାକୁ ମଧ୍ୟ ସୁପାରିଶ କରିପାରନ୍ତି ବୋଲି ଜଣାପଡିଛି। ରାଷ୍ଟ୍ରପତି ଏହାକୁ ଅନୁମୋଦନ ଦେବା ପରେ ସମଗ୍ର ନେପାଳରେ ଜରୁରୀକାଳୀନ ପରିସ୍ଥିତି କାର୍ଯ୍ୟକାରୀ ହେବ।
ସୁଶୀଳା କାର୍କୀ ୧୯୫୨ ଜୁନ୍ ୭ ତାରିଖରେ ନେପାଳର ବିରାଟନଗରରେ ଜନ୍ମଗ୍ରହଣ କରିଥିଲେ। ସେ ୧୯୭୫ ମସିହାରେ ଭାରତର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ରାଜନୀତି ବିଜ୍ଞାନରେ ଏମ୍ଏ ଶିକ୍ଷା ଗ୍ରହଣ କରିଛନ୍ତି। ସୁଶୀଳା ୧୯୮୦ରେ ଅଡ୍ଭୋକେଟ୍ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ୨୦୦୪ରେ ନେପାଳର ସୁପ୍ରିମ୍ କୋର୍ଟରେ ପ୍ରଧାନ ବିଚାରପତି ଭାବେ ନିଯୁକ୍ତ ହୋଇଥିଲେ। ୨୦୧୬ରୁ ୨୦୧୭ ପର୍ଯ୍ୟନ୍ତ ସେ ନେପାଳର ପ୍ରଥମ ମହିଳା ପ୍ରଧାନ ବିଚାରପତି ଭାବେ କାର୍ଯ୍ୟ କରିଥିଲେ।
ନେପାଳରେ ଦୀର୍ଘ ଦିନ ଧରି ଜେନ୍ ଜେଡ୍ (Gen Z) ବ୍ୟାପକ ବିକ୍ଷୋଭ କରିଥିଲେ। ଦେଶରେ ସୋସିଆଲ୍ ମିଡିଆ ବ୍ୟାନ୍ ଓ ଭ୍ରଷ୍ଟାଚାର ବିରୋଧରେ ଏହି ବିକ୍ଷୋଭ ହୋଇଥିଲା। କିନ୍ତୁ ଏଥିରେ ବ୍ୟାକ ହିଂସାକାଣ୍ଡ ଦେଖା ଯାଇଥିଲା। ଜେନ୍ ଜେଡ୍ ସଂସଦ ଭବନକୁ ଜାଲି ଦେବା ସହ ବ୍ୟାପକ ଭଙ୍ଗାରୁଜା କରିଥିଲେ। ଏଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲିଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା। ଏକାଧିକ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଉପରକୁ ଆକ୍ରମଣ ହୋଇଥିଲା। ହିଂସାକାଣ୍ଡରେ ୫୧ ଜଣ ସାଧାରଣ ଲୋକଙ୍କ ମୃତ୍ୟୁ ହେବା ସହ ଶତାଧିକ ଆହତ ହୋଇଥିଲେ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
