Sushant Singh: ଆଉ ନାହାନ୍ତି ବିଜେଡ଼ିର ଟାଣୁଆ ନେତା ସୁଶାନ୍ତ ସିଂହ, ରାଜନୈତିକ ମହଲରେ ଶୋକର ଛାୟା
ଭୁବନେଶ୍ୱର,୨୭/୦୭: ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ପରଲୋକ ହୋଇଛି । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ପୂର୍ବତନ ବିଧାୟକ ସୁଶାନ୍ତ ସିଂହ । ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ । କିଛିଦିନ ପୂର୍ବରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା ଜାରି ରହିଥିଲା, କିନ୍ତୁ ଆଜି ସକାଳୁ ସକାଳୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଆହୁରି ଖରାପ ହୋଇଥିଲା ଏବଂ ଡାକ୍ତର ସମସ୍ତ ପ୍ରୟାସ ସତ୍ତ୍ୱେ ତାଙ୍କୁ ବଞ୍ଚାଇ ପାରିଲେ ନାହିଁ । ପଶ୍ଚିମ ଓଡ଼ିଶାରେ ସୁଶାନ୍ତଙ୍କର ସ୍ୱତନ୍ତ୍ର ପରିଚୟ ଥିଲା । ରୋଗାଗ୍ରସ୍ତ ହୋଇପଡ଼ିଥିଲେ । ଶେଷରେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି ପୂର୍ବତନ ବିଧାୟକ, ମନ୍ତ୍ରୀ ସୁଶାନ୍ତ ସିଂ। ବିଜେଡିର ଜଣେ ଟାଣୁଆ ନେତା ଥିଲେ ସୁଶାନ୍ତ । ବିଜେଡ଼ି ସରକାରରେ ସେ ଶ୍ରମ ମନ୍ତ୍ରୀ ଥିଲେ । ତାଙ୍କ ପରଲୋକରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।