Supremecourt: ନ୍ୟାୟ ପ୍ରକ୍ରିୟାରେ ଏଆଇ ବ୍ୟବହାରକୁ ନେଇ ସୁପ୍ରିମ୍‌କୋର୍ଟଙ୍କ କଡ଼ା ସତର୍କବାଣୀ

Jul 02, 2026 - 18:55
Supremecourt: ନ୍ୟାୟ ପ୍ରକ୍ରିୟାରେ ଏଆଇ ବ୍ୟବହାରକୁ ନେଇ ସୁପ୍ରିମ୍‌କୋର୍ଟଙ୍କ କଡ଼ା ସତର୍କବାଣୀ

"ନୂଆଦିଲ୍ଲୀ: ନ୍ୟାୟ ପ୍ରକ୍ରିୟାରେ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଅନିୟନ୍ତ୍ରିତ ବ୍ୟବହାରକୁ ନେଇ ସୁପ୍ରିମ୍‌କୋର୍ଟ ଗୁରୁତର ଉଦ୍‌ବେଗ ପ୍ରକାଶ କରିଛନ୍ତି।

ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ଅଦାଲତ କହିଛନ୍ତି ଯେ, ଏଆଇ ଦ୍ୱାରା ସୃଷ୍ଟ ମିଥ୍ୟା, ଅସ୍ତିତ୍ୱହୀନ କିମ୍ବା "ହାଲୁସିନେସନ୍" ଆଧାରିତ ଆଇନଗତ ତଥ୍ୟକୁ ନ୍ୟାୟିକ ନିଷ୍ପତ୍ତିର ଆଧାର କରିବା ଅତ୍ୟନ୍ତ ବିପଜ୍ଜନକ।

ଏଭଳି ପ୍ରବୃତ୍ତି ନ୍ୟାୟ ବ୍ୟବସ୍ଥାର ବିଶ୍ୱସନୀୟତା ଓ ନିଷ୍ପକ୍ଷତାକୁ ଗଭୀର ଭାବେ କ୍ଷତିଗ୍ରସ୍ତ କରିପାରେ।Advertisment ନ୍ୟାୟମୂର୍ତ୍ତି ପିଏସ୍ ନରସିଂହ ଓ ଆଲୋକ ଆରାଧେଙ୍କ ଖଣ୍ଡପୀଠ ଏହି ମତ ପ୍ରକାଶ କରିବା ସହ ନ୍ୟାସନାଲ କମ୍ପାନି ଲ" ଟ୍ରିବ୍ୟୁନାଲ୍ (ଏନ୍‌ସିଏଲ୍‌ଟି) ଓ ନ୍ୟାସନାଲ କମ୍ପାନି ଲ" ଆପେଲେଟ୍ ଟ୍ରିବ୍ୟୁନାଲ୍ (ଏନ୍‌ସିଏଲ୍‌ଏଟି)ଙ୍କ ଏକ ରାୟକୁ ବାତିଲ କରିଛନ୍ତି।

ଅଦାଲତଙ୍କ ନଜରକୁ ଆସିଥିଲା ଯେ, ଏସେଲ୍‌ ଇନ୍‌ଫ୍ରାପ୍ରୋଜେକ୍ଟସ୍‌ର ଦେବାଳିଆ ପ୍ରକ୍ରିୟା ସମ୍ପର୍କିତ ମାମଲାରେ ଏନ୍‌ସିଏଲ୍‌ଟି ଏଆଇ ଦ୍ୱାରା ସୃଷ୍ଟ କେତେକ ନକଲି ଓ ଅସ୍ତିତ୍ୱହୀନ ପୂର୍ବ ରାୟକୁ ଆଧାର କରି ନିଷ୍ପତ୍ତି ଦେଇଥିଲେ।

ସୁପ୍ରିମ୍‌କୋର୍ଟ କହିଛନ୍ତି, ଏପରି ତଥ୍ୟ ଉପରେ ଭରସା କରି ଦିଆଯାଇଥିବା ରାୟ ନ୍ୟାୟ ପ୍ରକ୍ରିୟାର ସ୍ୱଚ୍ଛତା ଓ ଅଖଣ୍ଡତାକୁ କ୍ଷୁଣ୍ଣ କରେ।

ଆହୁରି ପଢ଼ନ୍ତୁ: Anganwadi Recruitment-2026: ଅଙ୍ଗନୱାଡି କର୍ମୀ ନିଯୁକ୍ତି ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ଖଣ୍ଡପୀଠ ଏଆଇ ଦ୍ୱାରା ସୃଷ୍ଟ ଭୁଲ ତଥ୍ୟକୁ ଆଇନ କ୍ଷେତ୍ରରେ "ଅଦୃଶ୍ୟ, କୁଟିଳ ଓ ବିଧ୍ୱଂସକାରୀ" ବୋଲି ବର୍ଣ୍ଣନା କରିଛନ୍ତି।

ଅଦାଲତ କହିଛନ୍ତି, ଏହାର ପ୍ରଭାବ ଆରମ୍ଭରେ ଧରାପଡ଼ିନପାରେ, କିନ୍ତୁ ପରେ ଏହା ନ୍ୟାୟ ବ୍ୟବସ୍ଥାର ମୂଳ ଭିତ୍ତିକୁ ଦୁର୍ବଳ କରିପାରେ।

ଏଆଇ ଆଧୁନିକ କାର୍ଯ୍ୟପ୍ରଣାଳୀକୁ ଦ୍ରୁତ ଓ ସହଜ କରିପାରେ, କିନ୍ତୁ ଏହା ମଣିଷର ଚିନ୍ତା, ବିଚାରଶକ୍ତି ଓ ନିଷ୍ପତ୍ତି ନେବାର କ୍ଷମତାର ବିକଳ୍ପ ହୋଇପାରିବ ନାହିଁ।

ଆହୁରି ପଢ଼ନ୍ତୁ: AIADMK: ଏଆଇଏଡିଏମ୍‌କେରୁ ସାମୁହିକ ପଳାୟନ ଜାରି: ଟିଭିକେରେ ଯୋଗ ଦେଲେ ୩ ପୂର୍ବତନ ମନ୍ତ୍ରୀ ସୁପ୍ରିମ୍‌କୋର୍ଟ କହିଛନ୍ତି, ଅଦାଲତରେ ଏଆଇକୁ କେବଳ ସହାୟକ ଉପକରଣ ଭାବେ ବ୍ୟବହାର କରାଯାଇପାରିବ।

କିନ୍ତୁ ନ୍ୟାୟିକ ବିଚାର, ଆଇନର ବ୍ୟାଖ୍ୟା ଓ ଅନ୍ତିମ ନିଷ୍ପତ୍ତି ଉପରେ ମଣିଷର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବା ଅନିବାର୍ଯ୍ୟ।

ବିଚାରପତି ଓ ଆଇନଜୀବୀମାନେ ଏଆଇରୁ ମିଳୁଥିବା ସମସ୍ତ ତଥ୍ୟକୁ ସ୍ୱାଧୀନ ଭାବେ ଯାଞ୍ଚ କରିବା ପରେ ବ୍ୟବହାର କରିବା ଉଚିତ।

ନକଲି କିମ୍ବା ଯାଞ୍ଚ ହୋଇ ନ ଥିବା ଏଆଇ-ସୃଷ୍ଟ ରାୟକୁ ଅଦାଲତରେ ଦାଖଲ କିମ୍ବା ଉଦ୍ଧୃତ କରିବା ପ୍ରତି "ଶୂନ୍ୟ ସହନଶୀଳତା" ନୀତି ଗ୍ରହଣ କରିବାକୁ ଅଦାଲତ ମତ ଦେଇଛନ୍ତି।

ଏହା ସହ ଏଆଇର ବ୍ୟବହାର ସମ୍ପର୍କରେ ବିସ୍ତୃତ ନୀତି ପ୍ରସ୍ତୁତ କରିବା ଓ ଏ ବିଷୟରେ ସୁପାରିସ ଦେବା ପାଇଁ ବାର୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆକୁ ଏକ ବିଶେଷ କମିଟି ଗଠନ କରିବାକୁ ସୁପ୍ରିମ୍‌କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।"