Supreme court: ସୋସିଆଲ ମିଡିଆରେ କୋର୍ଟ କାର୍ଯ୍ୟର ଅଡିଓ-ଭିଡିଓ ସେୟାର୍‌ ଉପରେ ରୋକ୍‌ ଲଗାଇଲେ ସୁପ୍ରିମ୍‌କୋର୍ଟ

Jul 24, 2026 - 21:20
Supreme court: ସୋସିଆଲ ମିଡିଆରେ କୋର୍ଟ କାର୍ଯ୍ୟର ଅଡିଓ-ଭିଡିଓ ସେୟାର୍‌ ଉପରେ ରୋକ୍‌ ଲଗାଇଲେ ସୁପ୍ରିମ୍‌କୋର୍ଟ

"ନୂଆଦିଲ୍ଲୀ: କୋର୍ଟ କାର୍ଯ୍ୟର ଭିଡିଓ ଓ ଅଡିଓ ରେକର୍ଡିଂ ସୋସିଆଲ ମିଡିଆରେ ଅପ୍‌ଲୋଡ୍‌ ଓ ସେୟାର କରିବା ଉପରେ ସୁପ୍ରିମ୍‌କୋର୍ଟ ରୋକ୍‌ ଲଗାଇଛନ୍ତି।

କୋର୍ଟଙ୍କ ଅନୁମତି ବିନା କୋର୍ଟ କାର୍ଯ୍ୟର ଭିଡିଓ କିମ୍ବା ଅଡିଓ ରେକର୍ଡିଂକୁ ସୋସିଆଲ ମିଡିଆ କିମ୍ବା ଅନ୍ୟ ଡିଜିଟାଲ ମାଧ୍ୟମରେ ପୋଷ୍ଟ କରାଯାଇପାରିବ ନାହିଁ।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି ମୋହନାଙ୍କ ଖଣ୍ଡପୀଠ ବିଚାରଣ ସମୟର ଲାଇଭ୍‌ଷ୍ଟ୍ରିମିଂ ଓ ଭିଡିଓ ପ୍ରସାରଣକୁ ନିୟନ୍ତ୍ରଣ କରିବାକୁ ଦାଖଲ ଜନସ୍ୱାର୍ଥ ମାମଲାର ଶୁଣାଣି କରି ଏହି ଅନ୍ତରୀଣ ଆଦେଶ ଜାରି କରିଛନ୍ତି।Advertisment ଆହୁରି ପଢନ୍ତୁ:Bahuda Yatra Puri Live Update: ବାହୁଡ଼ାଯାତ୍ରା ୨୦୨୬; ରତ୍ନବେଦିକୁ ଫେରିବେ ସାଆନ୍ତ; ଶ୍ରୀମନ୍ଦିର ଅଭିମୁଖେ ତିନିରଥ ଅଗ୍ରସର  ସମ୍ପୃକ୍ତ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ କିମ୍ବା ସୁପ୍ରିମ୍‌କୋର୍ଟର ସେକ୍ରେଟାରି ଜେନେରାଲଙ୍କ ପୂର୍ବ ଅନୁମତି ବିନା ନ୍ୟାୟିକ କାର୍ଯ୍ୟର ଅଡିଓ କିମ୍ବା ଭିଡିଓ ରେକର୍ଡିଂକୁ ସଂଗ୍ରହ, ସମ୍ପାଦନ, ପରିବର୍ତ୍ତନ, ପ୍ରସାରଣ, ପୋଷ୍ଟ, ପୁନଃପୋଷ୍ଟ, ଅପଲୋଡ୍ କିମ୍ବା ଆର୍ଥିକ ଲାଭ ପାଇଁ ବ୍ୟବହାର କରାଯିବ ନାହିଁ ବୋଲି କୋର୍ଟ କହିଛନ୍ତି।

ଆହୁରି ପଢନ୍ତୁ:Bahuda Yatra Puri Live Update: ବାହୁଡ଼ାଯାତ୍ରା ୨୦୨୬; ରତ୍ନବେଦିକୁ ଫେରିବେ ସାଆନ୍ତ; ଶ୍ରୀମନ୍ଦିର ଅଭିମୁଖେ ତିନିରଥ ଅଗ୍ରସର ସୁପ୍ରିମ୍‌କୋର୍ଟସ୍ପଷ୍ଟ କରିଛନ୍ତି ଯେ, ଏହି ନିଷେଧାଦେଶ କୋର୍ଟ କାର୍ଯ୍ୟର ସମ୍ବାଦ ସଂଗ୍ରହ କିମ୍ବା ପ୍ରକାଶ ଉପରେ ଲାଗୁ ହେବ ନାହିଁ।

ଏହାକୁ ଗ୍ୟାଗ୍‌ ଅର୍ଡର ବା ଚୁପ୍‌ ରହିବା ଆଦେଶ ବୋଲି ଭାବିବା ଉଚିତ ନୁହେଁ।

ଆବେଦନକାରୀ ସାମ୍ବାଦିକଙ୍କ ପକ୍ଷରୁ ଯୁକ୍ତି ଦିଆଯାଇଥିଲା ଯେ, କୋର୍ଟ କାର୍ଯ୍ୟର କିଛି ଅଂଶକୁ ସୋସିଆଲ ମିଡିଆରେ ଭାଇରାଲ କରାଯାଉଛି।

ଏହା ଅଦାଲତର ଗରିମାକୁ କ୍ଷୁଣ୍ଣ କରିବା ସହ ନ୍ୟାୟ ବ୍ୟବସ୍ଥା ଉପରେ ଲୋକଙ୍କ ବିଶ୍ୱାସକୁ ମଧ୍ୟ କମାଉଛି।

ଶୁଣାଣି ସମୟରେ ବିଚାରପତି ଜୟମାଲ୍ୟ ବାଗ୍‌ଚୀ କହିଛନ୍ତି, ଆମେ ଯାହାକୁ ରୋକୁଛୁ, ତାହା ହେଉଛି ଅଡିଓ-ଭିଡିଓ ରେକର୍ଡିଂ ଏବଂ ସେହି ରେକର୍ଡିଂକୁ ଅପଲୋଡ୍ କରିବା।

ଆହୁରି ପଢନ୍ତୁ:Cabinet: କେମିକାଲ ପାର୍କ ପ୍ରତିଷ୍ଠା ଲାଗି ""ଭାରତ ଔଦ୍ୟୋଗିକ ବିକାଶ ଯୋଜନା (ଭବ୍ୟ) ରସାୟନ""କୁ କ୍ୟାବିନେଟ୍‌ ମଞ୍ଜୁରି  କୌଣସି ଲାଇଭ୍‌ଷ୍ଟ୍ରିମ୍ କିମ୍ବା ଅଡିଓ-ଭିଜୁଆଲ ପ୍ରସାରଣ କରିବାକୁ ହେଲେ ସୁପ୍ରିମ୍‌କୋର୍ଟର ସେକ୍ରେଟାରି ଜେନେରାଲ କିମ୍ବା ସମ୍ପୃକ୍ତ ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲଙ୍କ ଅନୁମତି ଆବଶ୍ୟକ ହେବ।

ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କହିଥିଲେ ଯେ, ଫେସବୁକ୍ ଓ ଇନ୍‌ଷ୍ଟାଗ୍ରାମ୍‌ରେ ଏଭଳି ଅନେକ ଭିଡିଓ ଘୂରିବୁଲୁଛି, ଯେଉଁଥିରେ ଓକିଲମାନେ ନିଜର ଯୁକ୍ତିକୁ ପ୍ରଚାର କରୁଛନ୍ତି।

ଏହାର ଜବାବରେ ବିଚାରପତି ବାଗଚୀ କହିଥିଲେ ଅଦାଲତ ୨୪ ଘଣ୍ଟିଆମନୋରଞ୍ଜନ ଚ୍ୟାନେଲ ନୁହେଁ କିମ୍ବା ସେପରି ହେବାକୁ ଦିଆଯାଇପାରିବ ନାହିଁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।