Supreme Court: ଛାତ୍ର ଆନ୍ଦୋଳନ ଉପରେ ପୁଲିସର ବଳପ୍ରୟୋଗ ନିନ୍ଦନୀୟ: ସୁପ୍ରିମ୍ କୋର୍ଟ
"ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି) ର ଜୁଲାଇ ୨୦ ''ସଂସଦ ମାର୍ଚ୍ଚ'' ସମୟରେ ଛାତ୍ର ଆନ୍ଦୋଳନକାରୀଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନ ଏବଂ ବର୍ବରତା ପ୍ରସଙ୍ଗରେ ସୁପ୍ରିମ୍ କୋର୍ଟ କଡ଼ା ଆଭିମୁଖ୍ୟ ଆପଣାଇବା ସହ ଆଇନକୁ ନିଜ ହାତକୁ ନେଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦଣ୍ଡିତ କରାଯିବା ଆବଶ୍ୟକ ବୋଲି ସ୍ପଷ୍ଟ କରିଛନ୍ତି।Advertisment ଗଣତନ୍ତ୍ରରେ ଆତ୍ମ-ସଂଯମତାର ଆବଶ୍ୟକତା ମଙ୍ଗଳବାର ପ୍ରଧାନ ବିଚାରପତି (ସିଜେଆଇ) ସୂର୍ଯ୍ୟ କାନ୍ତଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ଘଟଣାର ଏକ ସମ୍ପୂର୍ଣ୍ଣ ନିରପେକ୍ଷ ଏବଂ ସ୍ୱଚ୍ଛ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଯଦି ଦାୟିତ୍ୱ ନିର୍ଦ୍ଧାରଣ କରାନଯାଏ, ତେବେ ତଦନ୍ତର କୌଣସି ମୂଲ୍ୟ ରହିବ ନାହିଁ।
କେବଳ ଆନ୍ଦୋଳନ ଚାଲିଛି ବୋଲି ପୁଲିସ ଲାଠିଚାର୍ଜ କରିପାରିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିବା ସହ ଉଭୟ ପ୍ରତିବାଦକାରୀ ଏବଂ ପୁଲିସ କର୍ମଚାରୀ ଆହତ ହୋଇଥିବା ଘଟଣାରେ ଚିନ୍ତା ପ୍ରକାଶ କରି ଗଣତନ୍ତ୍ରରେ ଆତ୍ମ-ସଂଯମତାର ଆବଶ୍ୟକତା ଉପରେ ଜୋର୍ ଦେଇଛନ୍ତି।
ଶୁଣାଣି ସମୟରେ ଆଇନଜୀବୀମାନେ ଛାତ୍ରଙ୍କ ଉପରେ ''ଇଲେକ୍ଟ୍ରିକ୍ ଝଟକା'' ଏବଂ ବିହାରରେ ''ଏକେ-୪୭'' ରାଇଫଲ୍ ବ୍ୟବହାର ହୋଇଥିବା ଅଭିଯୋଗ ଆଣିବା ପରେ, ଏହା କେବଳ ଦିଲ୍ଲୀର ଘଟଣା ନୁହେଁ ବରଂ ସାରା ଦେଶର ବିଷୟ ବୋଲି ଦର୍ଶାଇ କୋର୍ଟ ଆନ୍ଦୋଳନ ଓ ପୁଲିସ ନିୟନ୍ତ୍ରଣ ପାଇଁ ସାରା ଦେଶ ପାଇଁ ସ୍ୱତନ୍ତ୍ର ନିୟମାବଳୀ ଆଣିବା ନେଇ ବିଚାର କରୁଥିବା ପ୍ରକାଶ କରିଛନ୍ତି।
Trump: "କାହାକୁ କ"ଣ ବିକ୍ରି କରିବି ମତେ କେହି ବତାଇବା ଅନାବଶ୍ୟକ": ନେତାନ୍ୟାହୁଙ୍କ ଉଦ୍ଦେଶ୍ୟରେ କହିଲେ ଟ୍ରମ୍ପ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।