Sundargarh: ସୀମାନ୍ତ ଗାଁରେ ସନ୍ଦିଗ୍ଧଙ୍କ ଚଳପ୍ରଚଳ: ପୁଲିସ-ସଶସ୍ତ୍ର ଡିଭିଏଫର ତନାଘନା
"ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା କିଞ୍ଜିରକେଲା ଥାନା ଦେଓଭୁବନପୁର ପଞ୍ଚାୟତ ଜଙ୍ଗଲ ସୀମାନ୍ତ ଗାଁଗୁଡିକରେ ରାତିରେ କିଛି ସନ୍ଦିଗ୍ଧ ବ୍ଯକ୍ତି ଘୂରି ବୁଲୁଥିବା ଦେଖାଯାଇଛି।
ହିନ୍ଦୀ ଓ ଇଂରାଜିରେ କଥା ହେଉଥିବା ଏ ସନ୍ଦିଗ୍ଧମାନେ କିଏ ଓ କାହିଁକି ବୁଲୁଛନ୍ତି ତାହା ଅନ୍ଧାରରେ ଥିବାବେଳେ ମାଓବାଦୀ ସନ୍ଦେହରେ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି।
ଅନ୍ଯପଟେ ଏ ଖବର ସାମ୍ନାକୁ ଆସିବା ପରେ ସୁନ୍ଦରଗଡ଼ ଆରକ୍ଷୀ ଅଧୀକ୍ଷକ ଅମ୍ରିତପାଲ କୌରଙ୍କ ନିର୍ଦ୍ଦେଶରେପୁଲିସ ଓ ଜିଲ୍ଲା ସ୍ବେଚ୍ଛାସେବୀ ସୁରକ୍ଷା ବଳ (ଡିଭିଏଫ୍) ୨ ଦିନ ହେଲା ତନାଘନା ଚଲାଇଛନ୍ତି।
ଗୁରୁବାର ସକାଳୁ କିଞ୍ଜିରକେଲା ଥାନା ଅଧିକାରୀ ଅନିଲ ସାମଲଙ୍କ ନେତୃତ୍ବରେ ୨୦ ଜଣିଆ ଡିଭିଏଫ୍ କଛାରଯୋର, ଟାଙ୍ଗରଯୋର, ଧୁବେନଦାଣ୍ଡ, ଡଙ୍ଗରାମୁଣ୍ଡା ଗାଁକୁ ଯାଇ ଲୋକଙ୍କୁ ସନ୍ଦିଗ୍ଧଙ୍କ ସମ୍ପର୍କରେ ପଚରାଉଚରା କରୁଛନ୍ତି।
ସେହିପରି ଜଙ୍ଗଲ ରାସ୍ତାରେ ମଧ୍ଯ ଘେରା ମାରୁଛନ୍ତି।
କିନ୍ତୁ ଏଯାଏଁ ସନ୍ଦିଗ୍ଧଙ୍କ ସମ୍ପର୍କରେ ପୁଲିସ କୌଣସି ଠୋସ୍ ପ୍ରମାଣ ପାଇପାରିନି।
ଉଲ୍ଲେଖଯୋଗ୍ଯ କିଛି ଦିନ ତଳେ ମଧ୍ଯରାତ୍ରରେ ଦେଓଭୁବନପୁର ପଞ୍ଚାୟତ ଚିନୁଟୁଙ୍ଗୁରି, ବାଘଲତ୍ ଜଙ୍ଗଲ ସନ୍ନିକଟ ଗାଁ କଛାରଯୋରରେ ୨ ଜଣ ସନ୍ଦିଗ୍ଧଙ୍କୁ ଦେଖିବାକୁ ମିଳିଥିଲା।Advertisment ଆହୁରି ପଢନ୍ତୁ: Accident: ଝିଅ ଘରକୁ ରଜ ଭାର ନେଇ ଆସିଥିଲେ, ଫେରିବାବେଳେ ମହିଳାଙ୍କୁ ଧକ୍କା ଦେଲା ବସ ଦ୍ରୁତଗତିରେ ଦୁହେଁ ଗାଁ ଭିତରେ ପଶି ଜଣକ ଘର ଆଗରେ କିଛି ସମୟ ଠିଆ ହୋଇ ଚାଲି ଯାଇଥିଲେ।
ସେହି ରାତିରେ ଡଙ୍ଗରାମୁଣ୍ଡାରେ ମଧ୍ଯ ସେମାନଙ୍କୁ ଜଣେ ଯୁବକ ପରିଶ୍ରା କରିବାକୁ ବାହାରିଥିବାବେଳେ ଦେଖି ଭୟରେ ଘରେ ପଶି ଯାଇଥିଲେ।
ମଙ୍ଗଳବାର ରାତିରେ କଛାରଯୋରରେ ପୁଣି ୨ ଜଣଙ୍କୁ ଦେଖିଥିଲେ ଜଣେ ଯୁବକ।
ସନ୍ଦିଗ୍ଧ ବ୍ଯକ୍ତିମାନେ ଏକ ଘର ଛାତ ଉପରେ ଚଢ଼ି କିଛି ସମୟ ବସିଥିଲେ।
ପରେ ଓହ୍ଲାଇ ଜଙ୍ଗଲ.ଭିତରକୁ ଚାଲି ଯାଇଥିଲେ।
ଗାଁ ଯୁବକ ଟର୍ଚ୍ଚ ଲାଇଟ୍ ପକାଇ ସେମାନଙ୍କୁ ଦେଖିଥିଲେ ।
ସନ୍ଦିଗ୍ଧ ଯୁବକମାନେ କୋବ୍ରା ପୋଷାକ ପିନ୍ଧିଥିବାବେଳେ ପିଠିରେ ବଡ଼ ବ୍ଯାଗ ବୋହିଥିଲେ ବୋଲି ଯୁବକ କହିଛନ୍ତି।
ବାଘଲତା ଘଞ୍ଚ ଜଙ୍ଗଲ ହୋଇଥିବାରୁ ସେମାନେ ସେଠାରେ ଲୁଚିଥିବା କୁହାଯାଉଛି।
ଛତିଶଗଡ଼, ଝାଡ଼ଖଣ୍ଡ ଜଙ୍ଗଲରେ ମାଓଦମନ ଅଭିଯାନ ଜୋରଦାର ହୋଇଥିବା ଓ ଅନେକ ମାଓବାଦୀ ଆତ୍ମସମର୍ପଣ କରିଥିବାବେଳେ ଆଉ କିଛି ମାଓବାଦୀ ଲୁଚି ଏ ଅଞ୍ଚଳକୁ ପଳାଇ ଆସିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।