Sujata Kartikeyan Likely to Join BJD; ରାଜ୍ୟ ରାଜନୀତିରେ ହଇଚଇ; କାଲି ବିଜେଡିରେ ମିଶିବେ ସୁଜାତା କାର୍ତ୍ତିକେୟନ!

Jun 24, 2026 - 15:30
Sujata Kartikeyan Likely to Join BJD; ରାଜ୍ୟ ରାଜନୀତିରେ ହଇଚଇ; କାଲି ବିଜେଡିରେ ମିଶିବେ ସୁଜାତା କାର୍ତ୍ତିକେୟନ!

କାଲି ବିଜେଡିରେ ମିଶିପାରନ୍ତି ସୁଜାତା କାର୍ତ୍ତିକେୟନ। ରାଜ୍ୟ ରାଜନୀତିରେ ଏଇ ଘଟଣା ଏବେ ସବୁଠୁ ଅଧିକ ଚର୍ଚ୍ଚାର ବିଷୟ ପାଲଟିଛି। ଆଜି ନବୀନ ନିବାସରେ ବସିଥିବା ଗୁରୁତ୍ବପୂର୍ଣ୍ଣ ବୈଠକରେ ଏନେଇ ଆଲୋଚନା ହୋଇଥିବା ଚର୍ଚ୍ଚା ହେଉଛି। 

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ, ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ସୁଜାତା ନିଜେ ଶଙ୍ଖ ଭବନରେ ଉପସ୍ଥିତ ରହି ସଦସ୍ୟତା ଗ୍ରହଣ କରିବେ ଓ ସୁଜାତାଙ୍କ ଏଣ୍ଟ୍ରିକୁ ନେଇ ଖୋଦ୍ ନବୀନ ଘୋଷଣା କରିପାରନ୍ତି ବୋଲି ଚର୍ଚ୍ଚା ହେଉଛି।

ଏସବୁ ଭିତରେ ଶ୍ରୀମୟୀ ମିଶ୍ରଙ୍କ ପୋଷ୍ଟକୁ ନେଇ ଚହଳ ସୃଷ୍ଟି ହୋଇଛି। ୨୦୨୩ କାର୍ତ୍ତିକ ପୂର୍ଣ୍ଣିମାରେ ବିଜେଡି ସରକାର କ୍ଷମତାରୁ ଯିବାର ମୂଳଦୁଆ ପଡିଥିଲା, ଆସନ୍ତାକାଲି ନିର୍ଜଳା ଏକାଦଶୀରେ ଦଳ ନିଶ୍ଚିହ୍ନ ହେବାର ମୂଳଦୁଆ ପଡ଼ିବାକୁ ଯାଉଛି। ଆଜି କିଛି ଏଭଳି ସୋସିଆଲ୍ ମିଡିଆରେ ଲେଖିଛନ୍ତି ଶ୍ରୀମୟୀ ମିଶ୍ର। ନାଁ ନନେଇ ବି କାର୍ତ୍ତିକେୟନ ପାଣ୍ଡିଆନ୍ ଓ ତାଙ୍କ ପତ୍ନୀ ସୁଜାତାଙ୍କୁ ନିଶାନା କରିଛନ୍ତି ଶ୍ରୀମୟୀ। 

ସେ ଆହୁରି ଲେଖିଛନ୍ତି କି, ୨୦୨୫ରେ କହିଥିଲି, ଟାଇଟେନିକ ବୁଡ଼ିବା ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ଜେମାମଣୀଙ୍କ ପାଦୁକା ପୂଜା କରାଇବାକୁ, ତେଲମରା ଭକ୍ତ, ସମ୍ପୂର୍ଣ୍ଣ ପ୍ରସ୍ତୁତ। ନିଜେ ବୁଲି ୨୦୨୪ ସାଧାରଣ ନିର୍ବାଚନରେ ଦଳକୁ ପରାଜିତ କରି ମନ ଭରିଲାନି,ଏବେ ପୁଣି ତାମିଲ୍ ବୋହୂକୁ ମିଶାଇ ଦଳକୁ ନିଜ ଦଖଲକୁ ନେବା ପାଇଁ ଭଣ୍ଡ ପ୍ରସ୍ତୁତ କଲେ ମାଷ୍ଟର ପ୍ଲାନ୍ ବୋଲି ସେ ଲେଖିଛନ୍ତି। ଦିଲ୍ଲୀରେ ଟ୍ରଷ୍ଟ କରି ଘର ଦଖଲକୁ ନେଇ ସାରିଲେଣି କହି ପାଣ୍ଡିଆନଙ୍କୁ ସମାଲୋଚନା କରିଛନ୍ତି।

  • କାଲି ବିଜେଡିରେ ସୁଜାତା କାର୍ତ୍ତିକେୟନ ମିଶିବା ନେଇ ଚର୍ଚ୍ଚା
  • ଆଜି ବରିଷ୍ଠ ନେତାଙ୍କ ସହ ନବୀନଙ୍କ ଆଲୋଚନା ପରେ ବଢ଼ିଲା ଚର୍ଚ୍ଚା
  • କାଲି ଶଙ୍ଖ ଭବନରେ ନବୀନ କରିପାରନ୍ତି ବଡ଼ ଘୋଷଣା
  • ସୁଜାତା ନିଜେ ଶଙ୍ଖ ଭବନରେ ଉପସ୍ଥିତ ରହି ସଦସ୍ୟତା ଗ୍ରହଣ କରିବେ
  • ‘ବିଜେଡି ନିଶ୍ଚିହ୍ନ ହେବାର ମୂଳଦୁଆ’
  • ଚହଲ ସୃଷ୍ଟି କଲା ଶ୍ରୀମୟୀ ମିଶ୍ରଙ୍କ ପୋଷ୍ଟ
  • ‘କାର୍ତ୍ତିକ ପୂର୍ଣ୍ଣିମାରେ କ୍ଷମତାରୁ ଯିବାର ମୂଳଦୁଆ ପଡ଼ିଥିଲା...
  • ନିର୍ଜଳା ଏକାଦଶୀରେ ଦଳ ନିଶ୍ଚିହ୍ନ ହେବାର ମୂଳଦୁଆ ପଡ଼ିବାକୁ ଯାଉଛି’
  • ସୁଜାତାଙ୍କ ଏଣ୍ଟ୍ରି ଚର୍ଚ୍ଚାକୁ ନେଇ ଶ୍ରୀମୟୀଙ୍କ ପୋଷ୍ଟ