Sugar in space: କିମାଶ୍ଚର୍ଯ୍ୟମ୍: ମହାକାଶରେ ଚିନି
"ପ୍ରଥମ ଥର ପାଇଁ ପୃଥିବୀ ବାହାରେ ଶର୍କରା ବା ଚିନିର ସନ୍ଧାନ ମିଳିଛି।
ଆମ ଆକାଶଗଙ୍ଗା ଛାୟାପଥର କେନ୍ଦ୍ର ନିକଟରେ (ପୃଥିବୀରୁ ପ୍ରାୟ ୨୬,୭୪୫ ଆଲୋକବର୍ଷ ଦୂରରେ) ଏକ ବିଶାଳ ଗ୍ୟାସ୍ ଓ ଧୂଳି ମେଘ ଭିତରେ "ଏରିଥ୍ରୁଲୋଜ" ନାମକ ଶର୍କରା ରହିଥିବାର ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି।
ଉଲ୍ଲେଖନୀୟ ଯେ ରାସ୍ପବେରି, କିଵି ଆଦି ଫଳରେ "ଏରିଥ୍ରୁଲୋଜ୍" ଯୌଗିକ ଉପସ୍ଥିତ ଥାଏ।
ତେଣୁ ମହାକାଶରେ ଏହାର ସନ୍ଧାନ ବୈଜ୍ଞାନିକମାନଙ୍କୁ ଜୀବନର ଉତ୍ପତ୍ତି ସମ୍ପର୍କରେ ବୁଝିବାରେ ସାହାଯ୍ୟ କରିବ ବୋଲି ଆଶା କରାଯାଉଛି।
ଏହାର କାରଣ ହେଲା ଶର୍କରା ହେଉଛି ଜୀବନ ସୃଷ୍ଟି ପାଇଁ ଅପରିହାର୍ଯ୍ୟ।Advertisment Amrit Bharat Station: ଅମୃତ ଭାରତ ଯୋଜନାରେ ଆଧୁନିକୀକରଣ; ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ଆଜି ଲୋକାର୍ପଣ ଏରିଥ୍ରୁଲୋଜ୍" ପରି ଯୌଗିକ ହେଉଛନ୍ତି ଜୀବସତ୍ତା ଲାଗି ଆବଶ୍ୟକ ଉପାଦାନର ଠିକ୍ ପୂର୍ବ ରୂପ।
ଶର୍କରାରେ ଶକ୍ତି ସଂରକ୍ଷଣ ହେବା ସହିତ ଏଥିରୁ ହିଁ "ଡିଏନ୍ଏ" ଓ "ଆର୍ଏନ୍ଏ" ଗଢ଼ା ହୋଇଛି।
ତେବେ ଶର୍କରା ଯୌଗିକଗୁଡ଼ିକ ଭଙ୍ଗୁର ଏବଂ ପ୍ରାକୃତିକ ଭାବେ ମୂଳରୁ ସୃଷ୍ଟି ହେବା ବିରଳ।
କିନ୍ତୁ ସେଠାରେ ଘନ ମେଘ ମଧ୍ୟରେ ଥିବାରୁ ସେଗୁଡ଼ିକ ଅତିବାଇଗଣୀ ବିକିରଣରୁ ସୁରକ୍ଷା ପାଇଥାନ୍ତି।
ଉକ୍ତ ଆବିଷ୍କାର ସ୍ପଷ୍ଟ କରିଛି ଯେ ବିଶାଳ ଗ୍ୟାସ୍ ଓ ଧୂଳି ମେଘଗୁଡ଼ିକ ତାରକା ଓ ଗ୍ରହମାନଙ୍କୁ ଜନ୍ମ ଦେବା ସହିତ ଶର୍କରା ପରି ଜଟିଳ ଜୈବିକ ଉପାଦାନ ମଧ୍ୟ ସୃଷ୍ଟି କରିପାରନ୍ତି।
NEET: ପ୍ରକାଶ ପାଇଲା ନିଟ ୨୦୨୬ ପରୀକ୍ଷାଫଳ, ଏମିତି ଜାଣନ୍ତୁ ରେଜଲ୍ଟ ସ୍ପେନ୍ର ନେସ୍ନାଲ୍ ରିସର୍ଚ କାଉନ୍ସିଲ ଓ ନେସ୍ନାଲ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଏରୋସ୍ପେସ୍ ଟେକ୍ନୋଲୋଜିର ଗବେଷକମାନେ ଦୁଇଟି ରେଡିଓ ଟେଲିସ୍କୋପ୍ ବ୍ୟବହାର କରି ଉକ୍ତ ବିଶାଳ ମେଘର ତଥ୍ୟ ସଂଗ୍ରହ କରିଥିଲେ।
ତାହାର ବିଶ୍ଳେଷଣରୁ ୩୦୦ ପ୍ରକାର ଯୌଗିକର ସନ୍ଧାନ ମିଳିଛି। "ନେଚର୍ ଆଷ୍ଟ୍ରୋନୋମି" ପତ୍ରିକାରେ ଏହି ଗବେଷଣାର ଫଳାଫଳ ପ୍ରକାଶ ପାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।