Sudhir Patra Murder Case: ସୁଧୀର ପାତ୍ର ହତ୍ୟା ମାମଲାରେ ସିନ୍ ରି-କ୍ରିଏସନ୍, ଅଭିଯୁକ୍ତଙ୍କୁ ନିଆଗଲା ଘଟଣାସ୍ଥଳକୁ

Jul 02, 2026 - 19:27
Sudhir Patra Murder Case: ସୁଧୀର ପାତ୍ର ହତ୍ୟା ମାମଲାରେ ସିନ୍ ରି-କ୍ରିଏସନ୍, ଅଭିଯୁକ୍ତଙ୍କୁ ନିଆଗଲା ଘଟଣାସ୍ଥଳକୁ

ବହୁଚର୍ଚ୍ଚିତ ସୁଧୀର ପାତ୍ର ହତ୍ୟା ମାମଲାରେ ସିନ୍ ରି-କ୍ରିଏସନ୍। ଦୁଇ ପ୍ରମୁଖ ଅଭିଯୁକ୍ତ ସରୋଜ ପଣ୍ଡା ଏବଂ ରଞ୍ଜନ ମଲିକଙ୍କୁ ପୋଲିସ ଘଟଣାସ୍ଥଳକୁ ନେଇ ସିନ ରି କ୍ରିଏସନ୍ କରିଛି। ଏହି ଦୁଇ ଅଭିଯୁକ୍ତଙ୍କୁ ପୋଲିସ ଗୁଜରାଟରୁ ଗିରଫ କରିଥିଲା । ତେବେ ସେମାନଙ୍କୁ ଆଣିବା ସମୟରେ ଦୁହେଁ ଖସି ପଳାଇବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ଏନକାଉଣ୍ଟର କରିଥିଲା।

ତେବେ ସୁସ୍ଥ ହେବା ପରେ ପୋଲିସ ସେମାନଙ୍କୁ ମଣ୍ଡିଆପଲି ଛକ ନିକଟକୁ ନେଇଥିଲା । ଯେଉଁ ସ୍ଥାନରୁ ସୁଧୀରଙ୍କୁ ସେମାନେ ଅପହରଣ କରିଥିଲେ ସେଠାକୁ ନେଇଥିଲା ପୋଲିସ। ତେବେ କିଭଳି ଅପହରଣ କଲେ, କିଏ କିଏ ସହଯୋଗ କରିଥିଲେ, ସୁଧୀରଙ୍କୁ କିଭଳି ରେକି କଲେ ଏହି ସମସ୍ତ ତଥ୍ୟ ପୋଲିସ ସେମାନଙ୍କ ଠାରୁ ଶୁଣିଥିଲା । 

ବହୁଚର୍ଚ୍ଚିତ ସୁଧୀର ପାତ୍ର ହତ୍ୟା ମାମଲାରେ ସିନ୍ ରି-କ୍ରିଏସନ୍
୨ ଅଭିଯୁକ୍ତ ସରୋଜ ପଣ୍ଡା ଓ ରଞ୍ଜନ ମଲିକଙ୍କୁ ନେଇ ସିନ୍ ରି-କ୍ରିଏସନ
ଉଭୟ ସୁସ୍ଥ ହେବା ପରେ ମଣ୍ଡିଆପଲ୍ଲୀ ଆଣି ସିନ୍ ରି-କ୍ରିଏସନ୍ କଲା ପୋଲିସ
କିଭଳି ଅପହରଣ ଓ ରେକି କରିଥିଲେ ପୋଲିସକୁ ଜଣାଇଥିଲେ
ଉଭୟ ଗୁଜରାଟରୁ ଗିରଫ ପରେ ଖସି ଯିବା ବେଳେ ଏନକାଉଣ୍ଟର କରିଥିଲା ପୋଲିସ