Subsidy Scam ମିଲର୍‌ ଖାଇଗଲେ ଚାଷୀଙ୍କ ସବ୍‌ସିଡି ଓ ଏମ୍‌ଏସ୍‌ପି ବାବଦକୁ ୧୫ କୋଟି ଟଙ୍କା

Jul 19, 2026 - 17:13
Subsidy Scam ମିଲର୍‌ ଖାଇଗଲେ ଚାଷୀଙ୍କ ସବ୍‌ସିଡି ଓ ଏମ୍‌ଏସ୍‌ପି ବାବଦକୁ ୧୫ କୋଟି ଟଙ୍କା

"ରାୟଗଡା(ଶିବପ୍ରସାଦ ଦୋରା): ଓଡ଼ିଶାରେ ବିଜେପି ସରକାରକୁ ଆସିବା ପରେ ଚାଷୀଙ୍କ ଆର୍ଥିକ ବିକାଶକୁ ଦୃଷ୍ଟିରେ ରଖି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ସବ୍‌ସିଡି ସହିତ କ୍ୱିଣ୍ଟାଲ ପ୍ରତି ୩୧୦୦/- ଟଙ୍କାକୁ ବୃଦ୍ଧି କରିଛନ୍ତି।

କିନ୍ତୁ ଏହାର ଲାଭ ଚାଷିଙ୍କୁ ମିଳୁନାହିଁ।

ସମବାୟ ସମିତି କର୍ମକର୍ତ୍ତା, ବ୍ୟାଙ୍କ୍‌ କର୍ମଚାରୀଙ୍କୁ ଧରି ମିଲର୍‌ମାନେ ଏହାକୁ ହାତେଇ ନେଉଛନ୍ତି।

ଏହି କ୍ରମରେ ଚଳିତ ଖରିଫ ଓ ରବି ଋତୁରେ ମିଲର ମାନେ ଯୋଜନା ବଦ୍ଧ ଭାବେ ପଦ୍ମପୁର ଚାଷିଙ୍କ ଠାରୁ ପ୍ରାୟ ୧୫କୋଟି ଟଙ୍କା  ଲୁଟ କରିଥିବା ଅଭିଯୋଗ ହୋଇଛି।

Advertisment Rice MSP: ଧାନ ଏମ୍‌ଏସ୍‌ପି ୭୨ ଟଙ୍କା ବଢ଼ିଲା: ୧୪ଟି ଖରିଫ ଫସଲ ଦର ବୃଦ୍ଧି ଚାଷି ମାନଙ୍କ ଅଭିଯୋଗ କରିଛନ୍ତି,  ମିଲର୍‌ମାନେ ନିଜେ ଧାନ କିଣୁ ନାହାନ୍ତି, ବରଂ ମଧ୍ୟସ୍ଥି ସାଜି ସମସ୍ତ ଧାନ ଆନ୍ଧ୍ର ବ୍ୟବସାୟିଙ୍କୁ ବିକ୍ରୟ କରିଦେଉଛନ୍ତି।

ଧାନର ଟଙ୍କା ଚାଷୀଙ୍କ ବ୍ୟାଙ୍କ ଖାତାରେ ଜମା ହେଉଥିବାରୁ ମିଲର୍‌ମାନେ ଏଥିରୁ ଲୁଟ୍‌ କରିବାର ନୂଆ ଉପାୟ ବାହାର କରିଛନ୍ତି।

ଟୋକେନ ଦେବା ବେଳେ ଚାଷୀଙ୍କ ଠାରୁ ପଦ୍ମପୁର ବ୍ଲକର ପ୍ରତ୍ୟେକ ମିଲର୍ ଏକ କ୍ୱିଣ୍ଟାଲ ଧାନ ପିଛା ଅଧିକ ୫ କେଜି ଧାନ ଏବଂ ନଗଦ ୧୦୦୦ ଟଙ୍କା ଆଗୁଆ ଚାଷୀଙ୍କ ଠାରୁ ମାଗି ନେଉଛନ୍ତି।

ଉକ୍ତ ଟଙ୍କା ଦେବା ପରେ ହିଁ ବିକ୍ରୟ କରିବା ପାଇଁ ଧାନ ଟୋକନ୍ ଦେଉଛନ୍ତି।

ପରେ ରିସିଭ ରିସିପ୍ଟ ରେ ଦସ୍ତଖତ କରାଇ ପଦ୍ମପୁର ଲ୍ୟାମ୍ପ କର୍ତ୍ତୃପକ୍ଷ ଉକ୍ତ ଟୋକନ୍‌କୁ ସ୍କାନ କରୁଛନ୍ତି ।

ସରକାରଙ୍କ ଦ୍ୱାରା ପ୍ରଦତ୍ତ ଚାଷୀଙ୍କ ସବ୍‌ସିଡି ଟଙ୍କାରୁ କ୍ୱିଣ୍ଟାଲ ପିଛା ୧୧୦୦ ଟଙ୍କା ମିଲର ମାନେ ନେଇଯାଉଛନ୍ତି।

ଏଥିରେ ରାୟଗଡ଼ା ଜିଲ୍ଲା ଯୋଗାଣ ବିଭାଗ ଓ ଲ୍ୟାମ୍ପ କର୍ତ୍ତୃପକ୍ଷଙ୍କ ପ୍ରଚ୍ଛନ୍ନ ସମ୍ପୃକ୍ତି ରହିଛି।

ଏପରିକି  ଅଭିଯୋଗ କରିବା ସତ୍ତ୍ବେ ରାୟଗଡା ଜିଲ୍ଲା ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ ବୋଲି ସାଂଘାତିକ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ପଦ୍ମପୁର ବ୍ଲକରେ ମିଲର, ଯୋଗାଣ ବିଭାଗ, ଲ୍ୟାମ୍ପ ମିଳିତ ହୋଇ ଚାଷୀଙ୍କ ଠାରୁ ପ୍ରାୟ ୧୫ କୋଟି ଟଙ୍କା ହଡ଼ପ ହୋଇଛି ।

ଏପରିକି ଚଳିତ ବର୍ଷ ପଦ୍ମପୁର ବ୍ଲକରେ ରବି ଋୁତୁରେ ଉତ୍ପାଦିତ ଧାନ ମଣ୍ଡିରେ କିଣାଯାଇଛି ବୋଲି କୁହାଯାଇଥିଲେ ମଧ୍ୟ ବ୍ଲକର କୌଣସି ମିଲର ଙ୍କ ନିକଟରେ ଧାନ ଗଛିତ ନାହିଁ।

ସ୍ୱତନ୍ତ୍ର ସ୍କ୍ବାଡ  ଦ୍ୱାରା ଏହାର ତଦନ୍ତ  ଏହାର ସତ୍ୟତା ସାମ୍ନାକୁ ଆସିବ ବୋଲି ଚାଷି ମାନେ ଦାବି କରିଛନ୍ତି ।

ପାୱାରଟିଲର ଋଣ ନାଁରେ ହରିଲୁଟ୍‌: ଚାଷୀଙ୍କୁ ମିଳିନି ସବ୍‌ସିଡି ଟଙ୍କା ମିଲର ମାନଙ୍କ ପାଖରେ ଚାଉଳ ଟ୍ରେଡିଙ୍ଗ ଲାଇସେନ୍ସ ରହିଥିବାରୁ ଉକ୍ତ ଧାନର ପ୍ରତିବଦଳରେ ସେମାନେ ଖୋଲା ବଜାରରୁ ଅତି କମ୍ ମୂଲ୍ୟରେ ଚାଉଳ କିଣି ରିସାକ୍ଲିଂ  କରିବା ଆଶଙ୍କା ପ୍ରକାଶ ପାଇଛି ।

ପ୍ରଶାସନ ଦ୍ବାରା ଏହାର ବିଧିବଧ ତଦନ୍ତ କରାଗଲେ ମିଲରଙ୍କ ଏବଂ ଲ୍ୟାମ୍ପ କର୍ତୃପକ୍ଷ  ଚଞ୍ଚକତା କରି କେବଳ କାଗଜପତ୍ରରେ ରବି ଧାନ କିଣାଯାଇଥିବା ଦର୍ଶାଇଛନ୍ତି ।

ମିଲ ଗୁଡିକୁ ରାଜ୍ୟ ଭିଜିଲାନ୍ସ ବିଭାଗ ଦ୍ୱାରା ସମ୍ପୂର୍ଣ୍ଣ ତନଖି କରାଯାଏ ତାହାହେଲେ ଚାଷୀଙ୍କ ଟଙ୍କା ହଡ଼ପ ଏହାର ଅର୍ଥ (ସରକାରଙ୍କ ଟଙ୍କା) ହଡ଼ପ ଘଟଣାର ପର୍ଦ୍ଦାଫାଶ ହେବ ବୋଲି ଚାଷି କହିଛନ୍ତି ।

ଚାଷୀଙ୍କୁ ମିଳୁନି ସବ୍‌ସିଡି ଟଙ୍କା ଏଠାରେ ସୂଚନାଯୋଗ୍ୟଯେ ଜିଲ୍ଲାର ସର୍ବାଧିକ ରବି ଧାନ ସଂଗ୍ରହ ଟାର୍ଗେଟ ପଦ୍ମପୁର ବ୍ଲକକୁ ମିଳିଥିଲା ।

ଜିଲ୍ଲାରେ ୧ଲକ୍ଷ ୨୫ହଜାର ୯୫୦ କ୍ବିଣ୍ଟାଲ ଧାନ ସଂଗ୍ରହ ଟାର୍ଗେଟ ଦିଆଯାଇଥିବା ବ‌େଳେ ବର୍ତ୍ତମାନ  ସୁଦ୍ଧା ୧ଲକ୍ଷ ୨୨ ହଜାର ୬୬.୪୯ କ୍ବିଣ୍ଟାଲ ଧାନ ସଂଗ୍ରହ ହୋଇଥିବା ବିଭାଗୀୟ ସୂତ୍ରୁ ଜଣାପଡିଛି ।

ସେଥିମଧ୍ୟରୁ କେବଳ ପଦ୍ମପୁର ବ୍ଲକକୁ ୭୬ହଜାର ୮୦୦ କ୍ବିଣ୍ଟାଲ ଧାନ ସଂଗ୍ରହ ‌ଟାର୍ଗେଟ ମଳିଥିବା ବେଳେ ବର୍ତମାନ ସୁଦ୍ଧା  ୭୬ ହଜାର ୭୯୨.୮୪ କ୍ବିଣ୍ଟାଲ ରବି ଧାନ ସଂଗ୍ରହ କରାଯାଇଥିବା କୁହାଯାଇଛି ।

ଚଳିତ ରବି ଋୁତୁରେ ୨ବର୍ଷ ପରେ ବଡନାଳ ଡ୍ୟାମରୁ କେନାଲ ଯୋଗେ ପାଣି ଯୋଗାଇଦିଆଯାଇଥିବାରୁ ପ୍ରଚୁର ଧାନ ଉତ୍ପାଦନ ହୋଇଥିଲା ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।