Subhadra Yojana: ୯ରେ ମିଳିବ ସୁଭଦ୍ରା ଟଙ୍କା

ଅଗଷ୍ଟ ୯, ରକ୍ଷୀ ପୂର୍ଣ୍ଣମୀରେ ମିଳିବ ସୁଭଦ୍ରା ଟଙ୍କା। କୋରାପୁଟ ଜିଲ୍ଲା ଜୟପୁର ଗସ୍ତ କରି ସୁଭଦ୍ରା କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ।

20 August 2025 06:20 PM IST
Subhadra Yojana: ୯ରେ ମିଳିବ ସୁଭଦ୍ରା ଟଙ୍କା

ଅଗଷ୍ଟ ୯, ରକ୍ଷୀ ପୂର୍ଣ୍ଣମୀରେ ମିଳିବ ସୁଭଦ୍ରା ଟଙ୍କା। କୋରାପୁଟ ଜିଲ୍ଲା ଜୟପୁର ଗସ୍ତ କରି ସୁଭଦ୍ରା କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ।

ଆସନ୍ତା ଅଗଷ୍ଟ ୯ ତାରିଖରେ ୧ କୋଟି ୨ ଲକ୍ଷ ୪୦ ହଜାର ମହିଳାଙ୍କୁ ମିଳିବ ସୁଭଦ୍ରା କିସ୍ତି। କୋରାପୁଟ ଜିଲ୍ଲା ଜୟପୁର ଗସ୍ତ କରି ସୁଭଦ୍ରା କିସ୍ତି ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ। କୋଟିଆରେ ଘରେ ଘରେ ପହଞ୍ଚିବ ସୁଭଦ୍ରା ଟଙ୍କା। ଏନେଇ ଆଗୁଆ କୋଟିଆ ଯାଇ ସୁଭଦ୍ରା ଏନରୋଲମେଣ୍ଟ ଚେକ୍ କରିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା।

ଏହାସହ ମୁଖ୍ୟମନ୍ତ୍ରୀ କହିଛନ୍ତି, ୧ ଲକ୍ଷ ୮୮ ହଜାର ବଞ୍ଚିତ ହିତାଧିକାରୀଙ୍କ ପାଇଁ ପର୍ଯ୍ୟାୟ କ୍ରମେ ବ୍ୟବସ୍ଥା ହେବ। ଯୋଗ୍ୟ ହେଲେ ଅଗଷ୍ଟ ୯ ତାରିଖରେ ମିଳିବ ସୁଭଦ୍ରା କିସ୍ତି। ବଳକା ହିତାଧିକାରୀ ଯୋଗ୍ୟ ହେଲେ ମାର୍ଚ୍ଚ ୮ରେ ସମସ୍ତ କିସ୍ତିର ଅର୍ଥ ପାଇବେ ବୋଲି ସୂଚନା ଦେଇଛନ୍ତି ପ୍ରଭାତୀ ପରିଡ଼ା। ଏହାସହ ସେ କହିଛନ୍ତି, ଯେଉଁମାନେ ଜିରୋ ଇନକମ୍ ଟ୍ୟାକ୍ସ ଦେଉଥିବେ, ୨.୫ ଲକ୍ଷରୁ ଊର୍ଦ୍ଧ୍ବ ରୋଜଗାର ଥିବ, ସେମାନଙ୍କୁ ସୁଭଦ୍ରା ମିଳିବନାହିଁ।

ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୯ ତାରିଖ ରାକ୍ଷୀ ପୂର୍ଣ୍ଣମୀ। ଯେଉଁ ଯୋଗ୍ୟ ହିତାଧିକାରୀ ପୂର୍ବରୁ ଏହି ଯୋଜନାରୁ ବଞ୍ଚିତ ଅଛନ୍ତି, ସେମାନେଙ୍କ ପାଇଁ ପର୍ଯ୍ୟାୟ କ୍ରମେ ବ୍ୟବସ୍ଥା ହେବ। ତେବେ ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ସରକାର ଆଣିଥିଲେ ସୁଭଦ୍ରା ଯୋଜନା। ବିଜେପି ସରକାରକୁ ଆସିବାର ବର୍ଷକ ଭିତରେ ଏହି ଯୋଜନାରେ ୧ କୋଟିରୁ ଊର୍ଦ୍ଧ୍ବ ମହିଳା ଯୋଡ଼ି ହୋଇସାରିଛନ୍ତି। ଏହା ବିଜେପି ସରକାର ପାଇଁ ବଡ଼ ଉପଲବ୍ଧି ବୋଲି କୁହାଯାଉଛି।

Disclaimer: This content has been automatically aggregated from television for informational purposes. To read the original article, please visit television.