Su-57 Fighter Jets: ଋଷିଆର ବଡ଼ ଅଫର୍, ଛାନିଆରେ ଟ୍ରମ୍ପଙ୍କୁ ଆସୁଛି ଚକ୍କର

ମହା ବଳଶାଳୀ ହେବ ଇଣ୍ଡିଆନ୍ ଏୟାରଫୋର୍ସ। ଭାରତରେ ତିଆରି ହେବ ଘାତକ SU-57 ଫାଇଟର୍। ଋଷିଆର ବଡ଼ ଅଫର୍, ଛାନିଆରେ ଟ୍ରମ୍ପଙ୍କୁ ଆସୁଛି ଚକ୍କର ।

06 September 2025 03:00 PM IST
Su-57 Fighter Jets: ଋଷିଆର ବଡ଼ ଅଫର୍, ଛାନିଆରେ ଟ୍ରମ୍ପଙ୍କୁ ଆସୁଛି ଚକ୍କର

ମହା ବଳଶାଳୀ ହେବ ଇଣ୍ଡିଆନ୍ ଏୟାରଫୋର୍ସ। ଭାରତରେ ତିଆରି ହେବ ଘାତକ SU-57 ଫାଇଟର୍। ଋଷିଆର ବଡ଼ ଅଫର୍, ଛାନିଆରେ ଟ୍ରମ୍ପଙ୍କୁ ଆସୁଛି ଚକ୍କର ।

ଭାରତ-ଋଷିଆ ମଧ୍ୟରେ ଆହୁରି ମଜବୁତ ହେବାକୁ ଯାଉଛି ସମ୍ପର୍କ। ଯାହାର ଫାଇଦା ଭାରତୀୟ ବାୟୁସେନାକୁ ହେବାକୁ ଯାଉଛି। ଟ୍ରମ୍ପଙ୍କ ୫୦ ପ୍ରତିଶତ ଟାରିଫ ପରେ ଭାରତକୁ ବଡ଼ ଅଫର ଦେଇଛନ୍ତି ପୁଟିନ୍। ଯେଉଁଥିରେ ଋଷିଆର ସବୁଠାରୁ ଶକ୍ତିଶାଳୀ ଯୁଦ୍ଧବିମାନ SU 57କୁ ଭାରତରେ ନିର୍ମାଣ କରିବାକୁ ଆଗ୍ରହ ଦେଖାଇଛି। ଏଥିପାଇଁ ନିବେଶ କରିବାକୁ ମଧ୍ୟ ପ୍ରସ୍ତୁତ ଅଛି ଋଷିଆ ।

ଏହି ଘାତକ ଫାଇଟର୍ ଜେଟଟି ପଞ୍ଚମ ପିଢ଼ୀର ଷ୍ଟେଲ୍ଥ ଟେକନୋଲୋଜିରେ ସଜ୍ଜିତ। ଯାହାକୁ ଶତୃଦେଶ ରାଡ଼ାରରେ ମଧ୍ୟ ଧରି ପାରିବ ନାହିଁ। ବର୍ତ୍ତମାନ ଭାରତ ପାଖରେ କୌଣସି ପଞ୍ଚମ ପିଢ଼ୀର ବିମାନ ନାହିଁ। ଫଳରେ ଏୟାରଫୋର୍ସକୁ ଅତି କମରେ ଦୁଇରୁ ତିନୋଟି ସ୍କ୍ୱାର୍ଡନର ଆବଶ୍ୟକତା ରହିଛି। ଯେଉଁଥିପାଇଁ ରୁଷିଆନ୍ Su-57 ଓ ଆମେରିକୀୟ F-35 କୁ ପ୍ରମୁଖ ଦାବିଦାର ଭାବରେ ବିବେଚନା କରାଯାଇଥିଲା। ଟ୍ରମ୍ପ ଭାରତକୁ ଏହି ବିମାନଟି ପ୍ରଦାନ କରିବାକୁ ଜିଦ୍ ଧରିଥିଲେ। ହେଲେ ଆମେରିକା ସହିତ ସମ୍ପର୍କରେ ଫାଟ ଆସିଥିବାରୁ ଭାରତ ଋଷିଆର ଅଫରକୁ ସ୍ୱିକାର କରିପାରେ।

ତେବେ ଯଦି ଯୋଜନା ସତ ହୁଏ, ତେବେ ହିନ୍ଦୁସ୍ତାନ ଏରୋନଟିକ୍ସ ଲିମିଟେଡ୍ (HAL) କୁ Su-57 ଉତ୍ପାଦନ ପାଇଁ ଏକ ସମ୍ଭାବ୍ୟ କେନ୍ଦ୍ର ଭାବରେ ଦେଖାଯାଉଛି। HAL ପୂର୍ବରୁ ରୁଷୀୟ Su-30 MKI ନିର୍ମାଣ କରୁଛି। ଏପରି ପରିସ୍ଥିତିରେ, ଯଦି Su-57 ମଧ୍ୟ ତିଆରି ହୁଏ, ତେବେ ଏହାକୁ ନିଜ ଆବଶ୍ୟକ ମୁତାବକ ନିର୍ମାଣ କରିପାରିବ ଭାରତ। ଯାହା ଖର୍ଚ୍ଚ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିବ।

ଏହି ସମୟରେ, ଭାରତ ଏହାର ସ୍ୱଦେଶୀ ପଞ୍ଚମ ପିଢ଼ିର ଲଢ଼ୁଆ ବିମାନ ବିକଶିତ କରୁଛି। ଏହା 2028 ସୁଦ୍ଧା ଏହାର ପ୍ରଥମ ଉଡ଼ାଣ କରିବ ଏବଂ 2035 ସୁଦ୍ଧା କାର୍ଯ୍ୟକ୍ଷମ ହେବ ବୋଲି ଆଶା କରାଯାଉଛି। ହେଲେ ଏହି ସମୟ ମଧ୍ୟରେ ଭାରତୀୟ ବାୟୁସେନାର ମଙ୍ଗ SU-57 ଧରିବ ବୋଲି ଚର୍ଚ୍ଚା ହେଉଛି ।

Disclaimer: This content has been automatically aggregated from television for informational purposes. To read the original article, please visit television.