Student politics: ରାଜନୀତି ପାଇଁ ଛାତ୍ରଙ୍କୁ ବ୍ୟବହାର କର ନାହିଁ: ସମ୍ବିତ୍ ପାତ୍ର
"ନୂଆଦିଲ୍ଲୀ: ଜୁଲାଇ ୨୦ "ଚଲୋ ସଂସଦ" ଛାତ୍ର ଆନ୍ଦୋଳନ ସମୟରେ ପୁଲିସ ଅତ୍ୟଧିକ ବଳପ୍ରୟୋଗ କରିଥିବା ସଂକ୍ରାନ୍ତ ରାହୁଲ ଗାନ୍ଧୀଙ୍କ ଅଭିଯୋଗ ପାଇଁ ଆଜି ବିଜେପି ତାଙ୍କ ଉପରେ ପ୍ରବଳ ବର୍ଷିଛି।
ସୁରକ୍ଷାକର୍ମୀ ଆନ୍ଦୋଳନକାରୀଙ୍କ ଉପରେ ଗୁଳି ଚଳାଇଥିବା ସଂକ୍ରାନ୍ତ ରାହୁଲଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି ବିଜେପି ମୁଖପାତ୍ର ସମ୍ବିତ୍ ପାତ୍ର ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସ୍ପଷ୍ଟ କରିଛନ୍ତି ଯେ, ଆନ୍ଦୋଳନ ସମୟରେ ଗୋଟିଏ ହେଲେ ବି ଗୁଳି ଫୁଟିନି।Advertisment ପାତ୍ର କହିଛନ୍ତି, ଦିଲ୍ଲୀରେ ଆନ୍ଦୋଳନରେ ସାମିଲ ହୋଇଥିବା କିଛି ଯୁବକଙ୍କ ସହ ରାହୁଲ ଗାନ୍ଧୀ କିଛି ସମୟ ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ।
ତେବେ ମୁଁ ଗୋଟିଏ କଥା ଏଠାରେ ସ୍ପଷ୍ଟ କରିଦେବାକୁ ଚାହୁଛି।
ଆଜି ମୁଁ ଏଠାରେ ଯାହା କହୁଛି ତାହା କେବଳ ରାହୁଲ ଗାନ୍ଧୀଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ଏହା ଅନ୍ୟ କୌଣସି ଯୁବବର୍ଗଙ୍କ ପାଇଁ ନୁହେଁ।
ସେମାନେ ଆମ ପିଲା, ଆମ ଦେଶର ଭବିଷ୍ୟତ ବୋଲି ପାତ୍ର କହିଛନ୍ତି।
ରାହୁଲ ଗାନ୍ଧୀ ରାଜନୀତି ପାଇଁ ଛାତ୍ରମାନଙ୍କୁ ବ୍ୟବହାର କରୁଛନ୍ତି ବୋଲି ପାତ୍ର ଅଭିଯୋଗ କରିଛନ୍ତି।
ସେ କହିଛନ୍ତି, ନିରୀହ ପିଲାଙ୍କୁ ବ୍ୟବହାର କରି ଏବଂ ସେମାନଙ୍କ କାନ୍ଧରେ ବନ୍ଧୁକ ରଖି କେହି ରାଜନୀତି କରିବା ଉଚିତ ନୁହେଁ ଯାହା ରାହୁଲ ଗାନ୍ଧୀ କରୁଛନ୍ତି।
ପିଲାମାନେ ଆମ ଦେଶର ଭବିଷ୍ୟତ।
ଆମେ ରାହୁଲଙ୍କ ମିଛକୁ ପଦାରେ ପକାଇବାକୁ ଚେଷ୍ଟା କରୁଛୁ।
ତେବେ ଦେଶର ପିଲାମାନେ ନିର୍ଭୀକ ରହିବା ଉଚିତ ବୋଲି ସେ କହିଛନ୍ତି।
କଲମ୍ବିଆ ବିଶ୍ବବିଦ୍ୟାଳୟରେ ସଂଘର୍ଷ: ଉଗ୍ରହେଲା ଛାତ୍ର ଆନ୍ଦୋଳନ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।