Student Missing : ରାଜଧାନୀରେ ଚାଞ୍ଚଲ୍ୟ, ୪ ଦିନ ହେଲା ଛାତ୍ର ନିଖୋଜ

Student Missing : ରାଜଧାନୀରେ ଚାଞ୍ଚଲ୍ୟ, ୪ ଦିନ ହେଲା ଛାତ୍ର ନିଖୋଜ

07 September 2025 03:05 PM IST
Student Missing : ରାଜଧାନୀରେ ଚାଞ୍ଚଲ୍ୟ, ୪ ଦିନ ହେଲା ଛାତ୍ର ନିଖୋଜ

Student Missing : ରାଜଧାନୀରେ ଚାଞ୍ଚଲ୍ୟ, ୪ ଦିନ ହେଲା ଛାତ୍ର ନିଖୋଜ

ଭୁବନେଶ୍ବର : କରାଟେ କ୍ଲାସ୍ ଯାଇ ଘରକୁ ଫେରିନି ପୁଅ । ୪ ଦିନ ହେଲା ଛାତ୍ର ନିଖୋଜ । ଭୁବନେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ନିଖୋଜ ହୋଇଯାଇଛି ୧୬ ବର୍ଷୀୟ ପୁଅ ଓମ୍ ମୁଖିଆ । ଗତ ୪ ତାରିଖରେ ଓମ୍ କରାଟେ କ୍ଲାସ୍ ଯାଇଥିଲା । ସେବେଠୁ ଆଉ ଘରକୁ ନଫେରିବାରୁ ମାଆ ଥାନାରେ ଏତଲା ଦେଇଥିଲେ । ଓମ୍ ରାସ୍ତାରେ ଚାଲିଚାଲି ଯାଉଥିବାର ଭିଡିଓ ସିସିଟିଭିରେ କଏଦ୍ ହୋଇଛି । କେବେ ସେ ଏବେ କେଉଁଠି ସେନେଇ କୌଣସି ଖୋଜଖବର ନାହିଁ ।

ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ତଦନ୍ତରେ ଅବହେଳା କରାଯାଉଥିଲା ନିଖୋଜ ଛାତ୍ରଙ୍କ ମାଆ ଅଭିଯୋଗ କରିଛନ୍ତି । ତେବେ ଏନେଇ ପୋଲିସ ପକ୍ଷରୁ ପ୍ରତିକ୍ରିୟା ମିଳିପାରିନି ।

Disclaimer: This content has been automatically aggregated from television for informational purposes. To read the original article, please visit television.