Welcome!

Unlock your personalized experience.
Sign Up

Student Group Clash: ରାଜଧାନୀ କଲେଜ କ୍ୟାମ୍ପସରେ ଚୌକିରେ ପିଟାପିଟି ହେଲେ ଦୁଇ ଛାତ୍ର ଗୋଷ୍ଠୀ, ଜଣେ ଛାତ୍ର ଆହତ

Jul 13, 2026 - 15:46
Student Group Clash: ରାଜଧାନୀ କଲେଜ କ୍ୟାମ୍ପସରେ ଚୌକିରେ ପିଟାପିଟି ହେଲେ ଦୁଇ ଛାତ୍ର ଗୋଷ୍ଠୀ, ଜଣେ ଛାତ୍ର ଆହତ

ଭୁବନେଶ୍ୱର ୧୩/୦୭: ରାଜଧାନୀ କଲେଜରେ ଛାତ୍ର ଅଶାନ୍ତି। କଲେଜ କ୍ୟାମ୍ପସରେ ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ। କଲେଜ କ୍ୟାମ୍ପସରେ ଚୌକିରେ ପିଟାପିଟି । ଗଣ୍ଡଗୋଳ ଯୋଗୁ ଜଣେ ଛାତ୍ର ଆହତ ହୋଇଥିବା ବେଳେ ଚିକିତ୍ସା ପାଇଁ ତାଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ଗଣ୍ଡଗୋଳରେ ସଂପୃକ୍ତ ଜଣେ ଛାତ୍ରଙ୍କୁ ପୁଲିସ କଲେଜ କ୍ୟାମ୍ପସରୁ ଉଠାଇ ନେଇଛି ।

ଅଧିକ ପଢ଼ନ୍ତୁ :-  Love Affair: ଦୁଇ ଛୁଆକୁ ଛାଡ଼ି ପ୍ରେମିକ ସହ ସ୍ତ୍ରୀ ଫେରାର, ନ୍ୟାୟ ଲାଗି ଥାନାର ଦ୍ୱାରସ୍ଥ ସ୍ୱାମୀ...

ସୂଚନା ଅନୁଯାୟୀ, ଆଜି ସକାଳେ ରାଜଧାନୀ କଲେଜକୁ ଅଣଛାତ୍ର ମୁକ୍ତ କ୍ୟାମ୍ପସ, ନିଶା ମୁକ୍ତ କ୍ୟାମ୍ପସ, ସିସିଟିଭି ଲଗେଇବା ଛାତ୍ରୀ ସୁରକ୍ଷାକୁ ନେଇ ଏବିଭିପି ଛାତ୍ର ପକ୍ଷରୁ କଲେଜ ସମ୍ମୁଖରେ ପ୍ରତିବାଦ କରିଥିଲେ। ବିକ୍ଷୋଭ ପରେ ଛାତ୍ରମାନେ କଲେଜ ଅଧ୍ୟକ୍ଷଙ୍କୁ ଭେଟି ଆଲୋଚନା ବେଳେ ଉତ୍ତେଜନା ଦେଖା ଦେଇଥିଲା। ବିରୋଧୀ ଛାତ୍ର ଗୋଷ୍ଠୀ ଅତର୍କିତ ଆକ୍ରମଣ କରିଥିଲେ। ଏଥି ସହିତ ଚୌକି ପିଙ୍ଗିଥିଲେ। ଏହିି ଗଣ୍ଡଗୋଳ ପରେ କଲେଜ କ୍ୟାମ୍ପସରେ ପୁଲିସ ମୁତୟନ କରାଯାଇଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ PRAMEYA - ପ୍ରମେୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।