Student Found Dead Under Suspicious Circumstances: ଛାତ୍ରୀଙ୍କ ସନ୍ଦେହଜନକ ମୃତଦେହ ମଳିବା ଘଟଣା, ସ୍କୁଲ ଆଗରେ ଧାରଣା ଦେଲେ ପରିବାର

Jul 26, 2026 - 16:17
Student Found Dead Under Suspicious Circumstances: ଛାତ୍ରୀଙ୍କ ସନ୍ଦେହଜନକ ମୃତଦେହ ମଳିବା ଘଟଣା, ସ୍କୁଲ ଆଗରେ ଧାରଣା ଦେଲେ ପରିବାର

ଛାତ୍ରୀଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ମଳିବା ଘଟଣାକୁ ନେଇ ଉତ୍ତେଜନା। ସ୍କୁଲ ଆଗରେ ଧାରଣା ଦେଲେ ପରିବାର। ଏଭଳି କିଛି ଘଟଣା ଘଟିଛି ନବରଙ୍ଗପୁର ଉମରକୋଟରେ ସରକାରୀ ଆଶ୍ରମ ବିଦ୍ୟାଳୟ ହଷ୍ଟେଲ ପାଖ ଗଛରୁ ଝୁଲନ୍ତା ଅବସ୍ଥାରେ ମିଳିଥିଲା ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ।

ଗତକାଲି ହଷ୍ଟେଲରେ ରାତିରେ ସମସ୍ତ ପିଲା ଖାଇବା ପାଇଁ ଯିବା ସମୟରେ ତିନିଜଣ ଛାତ୍ରୀ ଉପସ୍ଥିତ ନଥିଲେ। ଅଳ୍ପ ସମୟ ପରେ ତିନି ଝିଅଙ୍କ ମଧ୍ୟରୁ ଦୁଇଟି ଝିଅଙ୍କୁ ସ୍କୁଲ କର୍ତ୍ତୃପକ୍ଷ ଦେଖିଥିଲେ। ହେଲେ ଅନ୍ୟ ଜଣେ ଛାତ୍ରୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ଏହାକୁ ନେଇ ସନ୍ଦେହ ପ୍ରକଟ କରିବା ସହ ପରିବାର ଲୋକେ ତଦନ୍ତ ଦାବି କରିଛନ୍ତି। ଘଟଣାକୁ ନେଇ ହଷ୍ଟେଲ୍ କର୍ତ୍ତୃପକ୍ଷ କିମ୍ବା ପୋଲିସ୍ ର ପ୍ରତିକ୍ରିୟା ମିଳିପାରିନି।

ସନ୍ଦେହରେ ଛାତ୍ରୀ ମୃତ୍ୟୁ 
ଛାତ୍ରୀଙ୍କ ସନ୍ଦେହଜନକ ମୃତଦେହ ମଳିବା ଘଟଣା 
ସ୍କୁଲ ଆଗରେ ଧାରଣା ଦେଲେ ପରିବାର
ହଷ୍ଟେଲ ପାଖ ଗଛରୁ ମିଳିଥିଲା ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ 
ହଷ୍ଟେଲରେ ଗତକାଲି ରାତିରେ ତିନି ଛାତ୍ରୀ ନଥିଲେ 
ଦୁଇ ଜଣଙ୍କ ପତ୍ତା ମିଳିଲା, ଅନ୍ୟ ଜଣଙ୍କ ମୃତଦେହ ଉଦ୍ଧାର 
ସନ୍ଦେହ ପ୍ରକଟ କଲେ ପରିବାରଲୋକେ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।