Stray Dog Management: ସର୍ବସାଧାରଣ ସ୍ଥାନରେ କୁକୁରଙ୍କୁ ଖାଇବା ଦିଅନି

ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ହେବ ବୁଲା କୁକୁରଙ୍କ ବନ୍ଧ୍ୟାକରଣ, ଗଣନା ଏବଂ ଟୀକାକାରଣ। ସାମଜିକ ସଂଗଠନ ଓ NGOମାନେ ବୁଲା କୁକୁରଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଖାଇବାକୁ ଦେବାକୁ ନିବେଦନ କରିଛନ୍ତି ମନ୍ତ୍ରୀ।

23 August 2025 04:10 PM IST
Stray Dog Management: ସର୍ବସାଧାରଣ ସ୍ଥାନରେ କୁକୁରଙ୍କୁ ଖାଇବା ଦିଅନି

ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ହେବ ବୁଲା କୁକୁରଙ୍କ ବନ୍ଧ୍ୟାକରଣ, ଗଣନା ଏବଂ ଟୀକାକାରଣ। ସାମଜିକ ସଂଗଠନ ଓ NGOମାନେ ବୁଲା କୁକୁରଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଖାଇବାକୁ ଦେବାକୁ ନିବେଦନ କରିଛନ୍ତି ମନ୍ତ୍ରୀ।

ଓଡ଼ିଶାରେ ବୁଲା କୁକୁରଙ୍କ ହେବ ଗଣନା। ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ପକ୍ଷରୁ ହେବ ବୁଲା କୁକୁରଙ୍କ ବନ୍ଧ୍ୟାକରଣ, ଗଣନା ଏବଂ ଟୀକାକାରଣ। କୁକୁରଙ୍କ ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ସଂଶୋଧିତ ରାୟ ପରେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ରଖିଛନ୍ତି ଏଭଳି ପ୍ରତିକ୍ରିୟା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବିଭାଗ ପାଳନ କରିବ ବୋଲି କହିଛନ୍ତି ମତ୍ସ ଓ ପ୍ରାଣୀସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ।

ମନ୍ତ୍ରୀ କହିଛନ୍ତି, ବୁଲା କୁକୁରଙ୍କୁ ବନ୍ଧ୍ୟାକରଣ କରି ଅଣାଯାଇଥିବା ସ୍ଥାନରେ ଛାଡି ଦିଆଯିବ। ଯେଉଁମାନେ ହିଂସ୍ର ଓ ଜ୍ୱାଳାନ୍ତକ ରୋଗରେ ପୀଡିତ ଥିବେ, ସେହି କୁକୁରମାନଙ୍କୁ  ଆଶ୍ରୟ ସ୍ଥଳରେ ରଖାଯିବ। ରାଜ୍ୟରେ ୭ ଲକ୍ଷ ବୁଲା କୁକୁର ଥିବାବେଳେ ୬୪ ହଜାର ପୋଷା କୁକୁର ଅଛନ୍ତି। ଏଣିକି ବୁଲା କୁକୁରଙ୍କୁ ରାସ୍ତା କଡରେ ଖାଇବା ନଦେବାକୁ ସଚେତନ କରିବ ମ୍ୟୁନିସିପାଲିଟି। ଏହା ସହିତ ରାସ୍ତା କଡ଼ରେ ଚିକେନ ମଟନ କାଟି ଏଣେତେଣେ ପକାଇପାରିବେ ନାହିଁ। ବୁଲା କୁକୁରଙ୍କୁ ବଳକା ମାଂସ ନଦେବାକୁ ନିର୍ଦ୍ଦେଶ ରହିଛି। ସେଥିପାଇଁ ସର୍ବସାଧାରଣ ସ୍ଥାନରେ ଚିକେନ ମଟନ ନକାଟି ନିର୍ଦ୍ଦିଷ୍ଟ ସ୍ଥାନରେ କାଟିବେ ଦୋକାନୀ। ଏନେଇ ବିଭାଗ ପକ୍ଷରୁ ସମସ୍ତ ମ୍ୟୁନିସିପାଲିଟିକୁ ନିର୍ଦ୍ଦେଶ ରହିଛି। ନିର୍ଦ୍ଦିଷ୍ଟ ସ୍ଥାନରେ କୁକୁରଙ୍କୁ ଖାଇବାକୁ ଦିଆଯିବ। ସାମଜିକ ସଂଗଠନ ଓ NGOମାନେ ବୁଲା କୁକୁରଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ଖାଇବାକୁ ଦେବାକୁ ନିବେଦନ କରିଛନ୍ତି ମନ୍ତ୍ରୀ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀବାସୀଙ୍କୁ କୁକୁର ଉତ୍ପାତରୁ ମୁକ୍ତି ଦେବା ପାଇଁ, ୮ ସପ୍ତାହ ଭିତରେ NCRକୁ ବୁଲା କୁକୁର ମୁକ୍ତ କରିବାକୁ ଗତ ୧୧ ତାରିଖରେ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ସେମାନଙ୍କୁ ଉଠାଇ ନେଇ ସେଲଟର ହୋମରେ ରଖିବାକୁ ନିର୍ଦ୍ଦେଶ ପରେ, ଏହାକୁ ବିରୋଧ କରିଥିଲେ ପଶୁପ୍ରେମୀ ଓ ସେଲିବ୍ରିଟି। ତେବେ ଗତକାଲି (ଶୁକ୍ରବାର) ଏହି ମାମଲାର ପୁନର୍ବିଚାର କରି ପୂର୍ବ ଆଦେଶକୁ ଅତି କଠୋର ଦର୍ଶାଇବା ସହ, ଆଶ୍ରୟସ୍ଥଳକୁ ନିଆଯାଇଥିବା କୁକୁରଙ୍କୁ ଯେଉଁ ଅଞ୍ଚଳରୁ ଉଠାଯାଇଥିଲା ପୁଣି ସେଠାରେ ଛାଡ଼ି ଦେବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ। ତେବେ ବନ୍ଧ୍ୟାକରଣ ସହ ଜ୍ୱଳାତଙ୍କ ଟିକା ଓ କୃମି ଔଷଧ ଦେଇ ସେମାନଙ୍କୁ ଛଡ଼ାଯିବ। ଜ୍ୱଳାତଙ୍କ ସଂକ୍ରମିତ ଏବଂ ହିଂସ୍ର କୁକୁରଙ୍କୁ ଛଡ଼ାଯିବ ନାହିଁ। ସର୍ବସାଧାରଣ ସ୍ଥାନରେ ବୁଲା କୁକୁରଙ୍କୁ ଖାଦ୍ୟ ଦେବା ଉପରେ ରୋକ୍ ଲଗାଇଛନ୍ତି ସର୍ବୋଚ୍ଚ ଅଦାଲତ। କେବଳ ଦିଲ୍ଲୀ ନୁହେଁ, ସାରା ଦେଶରେ ଏହି ନିୟମ ଲାଗୁ ପାଇଁ ସବୁ ରାଜ୍ୟ ସରକାରଙ୍କୁ ନୋଟିସ୍ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଯାହାକୁ ନେଇ ପଶୁପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

Disclaimer: This content has been automatically aggregated from television for informational purposes. To read the original article, please visit television.