Sonam Wangchuk: ୱାଙ୍ଗଚୁକ୍‌ଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବା ଆବେଦନ ହାଇକୋର୍ଟରେ ଖାରଜ

Jul 19, 2026 - 18:10
Sonam Wangchuk: ୱାଙ୍ଗଚୁକ୍‌ଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରିବା ଆବେଦନ ହାଇକୋର୍ଟରେ ଖାରଜ

"ନୂଆଦିଲ୍ଲୀ: ସାମାଜିକ କାର୍ଯ୍ୟକର୍ତ୍ତା ସୋନମ ୱାଙ୍ଗଚୁକ୍‌ଙ୍କୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ତାଙ୍କ ପତ୍ନୀଙ୍କ ଆବେଦନ ଦିଲ୍ଲୀ ହାଇକୋର୍ଟ ଖାରଜ କରିଦେଇଛନ୍ତି।

କୋର୍ଟ କହିଛନ୍ତି, ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟକୁ ଦୃଷ୍ଟିରେ ରଖି ସରକାର ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର କରିବା ନିଷ୍ପତ୍ତି ମନମୁଖୀ ନଥିଲା।

ମାମଲାର ଶୁଣାଣି କରି ଜଷ୍ଟିସ୍‌ ମିନି ପୁଷ୍କର୍ଣ୍ଣ କହିଛନ୍ତି, ସଫଦରଜଙ୍ଗ ହସ୍ପିଟାଲର ଡାକ୍ତର ସୋନମ୍‌ ୱାଙ୍ଗଚୁକ୍‌ଙ୍କ ସ୍ବାସ୍ଥ୍ୟାବସ୍ଥାର ତଦାରଖ କରୁଛି।

ତାଙ୍କ ଉପରେ କୌଣସି ଜୋରଜବରଦସ୍ତି ହେଉଛି ବୋଲି କୁହାଯାଇପାରିବ ନାହିଁ।

Advertisment ୱାଙ୍ଗଚୁକ୍‌ଙ୍କୁ ତାଙ୍କ ସମ୍ମତିରେ ବିନା ଚିନିର ଔଷଧ ପାଟିରେ ଦିଆଯାଇଥିଲା।

କୋର୍ଟ କହିଛନ୍ତି, ୱାଙ୍ଗଚୁକ୍‌ଙ୍କ ସ୍ବାସ୍ଥ୍ୟ ଖରାପ ଥିଲେ ମଧ୍ୟ ସେ ନିଜେ ହସ୍ପିଟାଲରେ ଭର୍ତ୍ତି ହେଉନଥିଲେ।

ତେଣୁ ସରକାରଙ୍କୁ ଦଖଲ ଦେବା ଅଧିକାର ଥିଲା।

ବାର୍‌ ଓ ବେଞ୍ଚ ରିପୋର୍ଟ ଅନୁଯାୟୀ, କୋର୍ଟ ସରକାରଙ୍କ ପଦକ୍ଷେପ ଯେଉଁଥିରେ ୱାଙ୍ଗଚୁକ୍‌ଙ୍କ ପରିବାରକୁ ବିନା କୌଣସି କଟକଣାରେ ଦିନ ସାରା ଭେଟିବାକୁ ଦିଆଯାଇଥିଲା ସେ ଉପରେ ଗୁରୁତ୍ବ ଦେଇଥି‌ଲେ।

ହସ୍ପିଟାଲରେ ୱାଙ୍ଗଚୁକ୍‌ ପରିବାରକୁ ଏକ ସ୍ବତନ୍ତ୍ର କକ୍ଷ ଦିଆଯାଇଥିବା କଥାକୁ ମଧ୍ୟ କୋର୍ଟ ଗୁରୁତ୍ବ ଦେଇଥିଲେ।

ତେଣୁ କୋର୍ଟ ଏହି ସ୍ଥିତିରେ କୌଣସି ଅନ୍ତରୀଣ ନିର୍ଦ୍ଦେଶ ଦେବାର ଆବଶ୍ୟକତା ନଥିବା କହିଥିଲେ।

ୱାଙ୍ଗଚୁକଙ୍କ ମେଡିକାଲ ରିପୋର୍ଟ ପରିବାର ଲୋକଙ୍କୁ ପ୍ରଦାନ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥି‌ଲେ।

କୋର୍ଟ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୨୪କୁ ଧାର୍ଯ୍ୟ କରିଛନ୍ତି।

Maoist Arms Dump ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ମାଓ ଡମ୍ପ୍‌ ଠାବ ଏହାପୂର୍ବରୁ ୱାଙ୍ଗଚୁକ୍‌ଙ୍କ ପତ୍ନୀ ଗୀତାଞ୍ଜଳି ଅଙ୍ଗମୋଙ୍କ ପକ୍ଷରୁ କୋର୍ଟରେ ବରିଷ୍ଠ ଓକିଲ କପିଲ ସିବଲ, ବିବେକ ତନ୍ଖା ଓ ଅଖିଳ ସିବଲ କହିଥିଲେ ଯେ, ସଫଦରଜଙ୍ଗ ହସ୍ପିଟାଲରେ ଭର୍ତ୍ତି ହେବା ପରେ ୱାଙ୍ଗଚୁକ୍‌ ନିଜ ଓକିଲ ଓ ଡାକ୍ତରଙ୍କ ସହିତ ସମ୍ପର୍କ କରିପାରୁନାହାନ୍ତି।

ସେ କହିଛନ୍ତି, ସେ ଅଧିକ କିଛି ଦାବି କରୁନାହାନ୍ତି, କେବଳ ତାଙ୍କ ସ୍ବାମୀଙ୍କୁ ମେଦାନ୍ତ ହସ୍ପିଟାଲ ନେଇଯିବାକୁ ଚାହୁଛନ୍ତି।

ୱାଙ୍ଗଚୁକ୍‌ ଗିରଫ ହୋଇନାହାନ୍ତି।

ତାଙ୍କ ବିରୋଧରେ କୌଣସି ମାମଲା ନାହିଁ।

କ"ଣ ଭାରତୀୟ ନାଗରିକଙ୍କୁ ନିଜ ପସନ୍ଦର ହସ୍ପିଟାଲ ଯିବାର ଅଧିକାର ନାହିଁ।

ଅତିରିକ୍ତ ସଲିସିଟର ଜେନେରାଲ ଚେତନ ଶର୍ମା ସରକାରଙ୍କ ପକ୍ଷରୁ ଯୁକ୍ତି ଉପସ୍ଥାପନ କରି କହିଥିଲେ ଯେ, ଯଦି ୱାଙ୍ଗଚୁକଙ୍କ ସହିତ କିଛି ଘଟିଯାଏ ତେବେ ଏହାର ପରିଣାମ ବଡ଼ ହେବ।

ତାଙ୍କ ପତ୍ନୀ ତାଙ୍କୁ ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରିବାକୁ ଚାହୁଁଥିବା ବିଷୟରେ ଶର୍ମା ଦର୍ଶାଇଥିଲେ ଯେ ରାଷ୍ଟ୍ରପତି ମଧ୍ୟ ସରକାରୀ ହସ୍ପିଟାଲରେ ଚିକିତ୍ସା ପାଇଥାନ୍ତି।

ଯଦି ୱାଙ୍ଗଚୁକ୍‌ଙ୍କୁ ସଫଦରଜଙ୍ଗରୁ ସ୍ଥାନାନ୍ତର କରାଯାଏ ତେବେ ତାଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ରହିବ ବୋଲି ପୂର୍ବରୁ ସରକାରଙ୍କ ସୂତ୍ରଗୁଡ଼ିକ ସୂଚାଇଥିଲେ।

କେନ୍ଦ୍ର କୋର୍ଟଙ୍କୁ ୱାଙ୍ଗଚୁକ୍‌ଙ୍କ ଜୀବନ ରକ୍ଷା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ କରିଥିଲା।

ଖଣ୍ଡପୀଠ କହିଛନ୍ତି ଯେ, ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରୀ ଦଳ ଚୂଡ଼ାନ୍ତ ନିଷ୍ପତ୍ତି ନେବେ।

କୋର୍ଟ ତିନି ଦିନ ମଧ୍ୟରେ ଏକ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ପରବର୍ତ୍ତୀ ଶୁଣାଣି ଜୁଲାଇ ୨୪ ତାରିଖକୁ ଧାର୍ଯ୍ୟ କରାଯାଇଛି।

ସୂଚନାଯୋଗ୍ୟ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ୱାଙ୍ଗଚୁକ୍‌ ଜୁନ୍‌ ୨୮ ତାରିଖରୁ ଅନଶନରେ ବସିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।