Sonam Wangchuk Ends Hunger Strike: ୨୬ ଦିନ ପରେ ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ୍, ଶାନ୍ତି ପାଇଁ କଲେ ଅପିଲ୍

Jul 24, 2026 - 08:45
Sonam Wangchuk Ends Hunger Strike: ୨୬ ଦିନ ପରେ ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ୍, ଶାନ୍ତି ପାଇଁ କଲେ ଅପିଲ୍

୨୬ ଦିନ ପରେ ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ୍। କେନ୍ଦ୍ର ଜେପି ନଡ୍ଡା ଓ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ଜଳପାନ କରି ନିଜର ଅନଶନ ଭାଙ୍ଗିଛନ୍ତି ସୋନମ୍। ଏନେଇ ସୋସିଆଲ୍ ମିଡିଆ 'X' ରେ ପୋଷ୍ଟ କରି ୱାଙ୍ଗଚୁକ୍ କହିଛନ୍ତି, ସରକାରଙ୍କ ସହ ଦୀର୍ଘ ସମୟର ଆଲୋଚନା ଏବଂ ଦେଶରେ ସମ୍ଭାବ୍ୟ ହିଂସାତ୍ମକ ପରିସ୍ଥିତିକୁ ଏଡ଼ାଇବା ପାଇଁ ସେ ଏହି ନିଷ୍ପତ୍ତି ନେଇଛନ୍ତି। ସେ ସମସ୍ତଙ୍କୁ ଶାନ୍ତି ସୃଷ୍ଟି କରିବା ସହ କୌଣସି ପ୍ରକାର ହିଂସା ନ କରିବାକୁ ଅନୁରୋଧ କରିଛନ୍ତି।

ବିଭିନ୍ନ ରାଜନୈତିକ ଦଳର ୬୫ ଜଣ ସାଂସଦ ତାଙ୍କୁ ସାକ୍ଷାତ କରି କିମ୍ବା ଚିଠି ଲେଖି ଅନଶନ ଓହାରିବାକୁ ଆବେଦନ କରିଥିଲେ ବୋଲି ସେ କହିଛନ୍ତି। ବିଭିନ୍ନ ସର୍ତ୍ତାବଳୀ ଉପରେ ଦୀର୍ଘ ସମୟ ଆଲୋଚନା ଏବଂ ଦେଶରେ ହିଂସାର ସମ୍ଭାବନାକୁ ଦୃଷ୍ଟିରେ ରଖି ମୁଁ ଅନଶନରୁ ଅହରିଛି। ମୁଁ ଖୁବ୍ ଶୀଘ୍ର ଅନ୍ୟ ଏକ ଭିଡିଓରେ ଏହିସବୁ ସର୍ତ୍ତ ବିଷୟରେ ବିସ୍ତୃତ ଭାବରେ କହିବି। ଏହି ସମୟ ମଧ୍ୟରେ, କୌଣସି ସ୍ଥାନରେ ଯେପରି କୌଣସି ପ୍ରକାରର ହିଂସା ନ ହୁଏ, ସେଥିପାଇଁ ଆପଣ ସମସ୍ତେ ସତର୍କ ରହିବାକୁ ଅନୁରୋଧ କରୁଛି ବୋଲି ଏକ୍ସରେ ଲେଖିଛନ୍ତି ସୋନମ୍ ୱାଙ୍ଗଚୁକ୍।..

ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ
୨୬ ଦିନ ପରେ ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ୍
ଜେପି ନଡ୍ଡା ଓ ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ପିଇଲେ ଜଳ
ସୋସିଆଲ୍ ମିଡିଆ ଏକ୍ସରେ ସୂଚନା ଦେଲେ ସୋନମ୍ ୱାଙ୍ଗଚୁକ୍
ହିଂସାତ୍ମକ ପରିସ୍ଥିତିକୁ ଏଡ଼ାଇବାକୁ ୱାଙ୍ଗଚୁକଙ୍କ ବଡ଼ ନିଷ୍ପତ୍ତି 
ଦେଶରେ ଶାନ୍ତି ବଜାୟ ରଖିବାକୁ ୱାଙ୍ଗଚୁକ୍ କଲେ ଅପିଲ୍
ସରକାରଙ୍କ ସହ ଦୀର୍ଘ ସମୟ ଆଲୋଚନା ପରେ ଭାଙ୍ଗିଲେ ଅନଶନ
୬୫ ସାଂସଦ ଅନଶନ ଭାଙ୍ଗିବାକୁ କରିଥିଲେ ଆବେଦନ
ଅନଶନ ଭାଙ୍ଗିବା ନେଇ ସର୍ତ୍ତାବଳୀ ଉପରେ ଖୁବଶୀଘ୍ର କହିବି: ସୋନମ୍

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।