Welcome!

Unlock your personalized experience.
Sign Up

Solar power: ସୋଲାର୍‌ ଶକ୍ତିରେ ଚାଲିବ ରାଜଧାନୀ ଶୌଚାଳୟ

Jul 13, 2026 - 04:39
Solar power: ସୋଲାର୍‌ ଶକ୍ତିରେ ଚାଲିବ ରାଜଧାନୀ ଶୌଚାଳୟ

ଭୁବନେଶ୍ୱର: ସୋଲାର୍ ଶକ୍ତି ଦ୍ୱାରା ପରିଚାଳିତ ହେବ ରାଜଧାନୀର ଶୌଚାଳୟ। ପରିବେଶ ସୁରକ୍ଷା ସହିତ ବିଦ୍ୟୁତ୍‌ ଶକ୍ତିର ଅପଚୟ ରୋକିବା ପାଇଁ ବିଏମ୍‌ସି ଓ ଓରେଡାର ମିଳିତ ଆନୁକୁଲ୍ୟରେ ସହରର ଶୌଚାଳୟରେ ସୋଲାର ପ୍ୟାନେଲ୍‌ ଲଗାଯାଉଛି। ଏଥିରେ ୩ କିଲୋଵାଟ୍‌ ଶକ୍ତି ଉତ୍ପନ୍ନ ହେବ । ଏହାଦ୍ବାରା ଶୌଚାଳୟକୁ ୨୪ ଘଣ୍ଟା ପାଇଁ ବିଦ୍ୟୁତ ଶକ୍ତି ମିଳିପାରିବ। ଗ୍ରିନ୍ ସିଟି ଯୋଜନା ଅଧୀନରେ ଓରେଡା ସହ ମିଶି ଚଳିତ ମାସ ବିଏମ୍‌ସି ସୋଲାରଚାଳିତ ଏହି ପ୍ରକଳ୍ପ ଆରମ୍ଭ କରିଛି। ବର୍ତ୍ତମାନ ସୁଦ୍ଧା ସହରର ଦଶଟି ଛକ ଯଥା ରାଜଧାନୀ କଲେଜ ବସ୍‌ଷ୍ଟପ୍‌, ଜୟଦେବୟବିହାର, କସ୍ତୁରବା ସ୍କୁଲ, ପଟିଆ ଶିଶୁବିହାର, ଇନଫୋସିଟି ଛକ, ରଥ ରୋଡ୍‌, ବିଏମ୍‌ସି ହସ୍‌ପିଟାଲ, କ୍ୟାପିଟାଲ୍‌ ହସ୍‌ପିଟାଲ, ଆଇଗିଣିଆ, ମଧୁସୂଦନ ପାର୍କରେ ଏହି ପ୍ୟାନେଲ୍‌ ଲାଗି ସାରିଲାଣି। ବିଏମ୍‌ସି ଡେପୁଟି କମିସନର ଏନ ଗଣେଶ ବାବୁ କହିଛନ୍ତି ଯେ ରାଜଧାନୀର ବର୍ଦ୍ଧିତ ଜନସଂଖ୍ୟା ଓ ସବୁଜ ସହର ସୃଷ୍ଟି କରିବା ଉଦ୍ଦେଶ୍ୟରେ ବିଏମ୍‌ସି ପକ୍ଷରୁ ବର୍ତ୍ତମାନ ଦଶଟି ଶୌଚାଳୟରେ ସୋଲାର୍‌ ପ୍ୟାନେଲ ଲାଗିଛି। ଏହା ଭଲ ଭାବରେ ପରିଚାଳିତ ହେଲେ ବିଏମ୍‌ସି ୧୦୧ଟି ଶୌଚାଳୟରେ ଏହା ଲାଗିବ। 

Education: ୫ଟି ମଡେଲ ଡିଗ୍ରି କଲେଜର ୨୫ଆଉଟସୋର୍ସିଂ କର୍ମଚାରୀ ବିଦା

ସୂଚନାଯୋଗ୍ୟ ଯେ  ଗତବର୍ଷ ଫେବ୍ରୁଆରିରେ ଗ୍ରିନ୍ ସିଟି ଯୋଜନା ଅଧୀନରେ ଓରେଡା ସହ ମିଶି ବିଶୁଦ୍ଧ ପାନୀୟ ଜଳଯୋଗାଣ ପାଇଁ ବିଏମ୍‌ସି ସୋଲାରଚାଳିତ ୱାଟର୍ କିଓସ୍କ ନାମରେ ନୂଆ ପ୍ରକଳ୍ପ କାମ ହାତକୁ ନେଇଥିଲା। ବସ୍‌ ଷ୍ଟପ, ମାର୍କେଟ୍, ଆହାର କେନ୍ଦ୍ର, ଧାର୍ମିକ ଅନୁଷ୍ଠାନ ଭଳି ରାଜଧାନୀର ପ୍ରମୁଖ ଓ ଜନଗହଳିପୂର୍ଣ୍ଣ ସ୍ଥାନର ୧୨୦ଟି ସୋଲାରଚାଳିତ ୱାଟର କିଓସ୍କ ବସାଇବାକୁ ଯୋଜନା ହୋଇଥିଲା। ହେଲେ ଇତିମଧ୍ୟରେ ବର୍ଷେରୁ ଅଧିକ ସମୟ ହୋଇସାରିଥିଲେ ସୁଦ୍ଧା ଏହା ସମ୍ପୂର୍ଣ୍ଣ ହୋଇପାରି ନାହିଁ। ଏପରିକି ରସୁଲଗଡ଼, ଆନନ୍ଦବଜାର ଛକ, ନୂଆପଲ୍ଲୀ, ଜନତା ମଇଦାନ ଭଳି ସ୍ଥାନରେ କିଓସ୍କ ଥିଲେ ମଧ୍ୟ ପାଣି ଆସୁନି।

Recruitment: IIT ଧାରୱାଡରେ ସ୍ଥାୟୀ ନିଯୁକ୍ତି ସୁଯୋଗ: ଚାକିରି ପାଇଁ କରିପାରିବେ ଆବେଦନ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।