Social Media: ସୋସିଆଲ ମିଡିଆ ଡାଉନ୍‌; ଆସିଲା ୪୮୦୮ ୟୁଜରଙ୍କ ଅଭିଯୋଗ

Jul 19, 2026 - 21:26
Social Media: ସୋସିଆଲ ମିଡିଆ ଡାଉନ୍‌; ଆସିଲା ୪୮୦୮ ୟୁଜରଙ୍କ ଅଭିଯୋଗ

"ନୂଆଦିଲ୍ଲୀ: ଫେସବୁକ୍‌ ଓ ଇନଷ୍ଟାଗ୍ରାମ୍‌ ସେବାରେ ରବିବାର ବଡ଼ଧରଣର ବିଭ୍ରାଟ ଦେଖାଦେଇଛି।

ସାମାଜିକ ଗଣମାଧ୍ୟମରେ ଏ ନେଇ ୟୁଜରମାନେ ଅଭିଯୋଗ କରିଛନ୍ତି।

ସେମାନେ ଲଗ୍‌ ଇନ୍‌, ପୋଷ୍ଟିଂ, ଲୋଡିଂ ଆଦି କରିବାରେ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ଡାଉନଡିଟେକ୍ଟର ପକ୍ଷରୁ କୁହାଯାଇଛି ଯେ ଅପରାହ୍ଣ ୧୨ଟା ୪୫ରୁ ୪ଟା ୧୫ ମଧ୍ୟରେ ଅଭିଯୋଗ ହଠାତ୍‌ ବଢ଼ିଯାଇଥିଲା।

କୌଣସି ଅଞ୍ଚଳରେ ସମସ୍ୟା ରହିଥିବା ପରିବର୍ତ୍ତେ ବ୍ୟବସ୍ଥାରେ ତ୍ରୁଟି ଥିବା ଏଥିରୁ ଜଣାପଡ଼ିଥିଲା।Advertisment ଆମେରିକାରେ ଜିଏମ୍‌ଟି ୭ଟା ୪୬ ସୁଦ୍ଧା ଫେସବୁକ୍‌ ୟୁଜରମାନେ ୪୮୦୮ଟି ଅଭିଯୋଗ ରିପୋର୍ଟ କରିଛନ୍ତି।

ଏମାନଙ୍କ ମଧ୍ୟରୁ ୬୩ ପ୍ରତିଶତ ୟୁଜର୍‌ ୱେବସାଇଟ୍‌ ଆକ୍ସେସ୍‌ କରି ପାରି ନଥିବା ଉଲ୍ଲେଖ କରିଛନ୍ତି।

ଇନଷ୍ଟାଗ୍ରାମ୍‌ ଆପ୍‌ ଜନିତ ସମସ୍ୟା ନେଇ ଆମେରିକାରେ ୨୮୨୯ଟି ରିପୋର୍ଟ ଆସିଥିଲା।

ସିଙ୍ଗାପୁରରେ ମଧ୍ୟ ଆଜି ଉଭୟ ଫେସବୁକ୍‌ ଓ ଇନଷ୍ଟାଗ୍ରାମ୍‌ ସେବା ମଝିରେ ମଝିରେ ମିଳି ନଥିଲା ବୋଲି ରଏଟର୍ସ କହିଛି।

ବ୍ରିଟେନ ସମେତ ଅନ୍ୟାନ୍ୟ ଦେଶରେ ମଧ୍ୟ ସମାନ ସମସ୍ୟା ଦେଖାଦେଇଛି।

ଏହି ବିଭ୍ରାଟର କାରଣ ଜଣା ପଡ଼ିନାହିଁ କିମ୍ବା ମେଟା ପକ୍ଷରୁ ଏ ନେଇ କିଛି କୁହାଯାଇନାହିଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।