Social Media Apps: ସୋସିଆଲ ମିଡିଆ ଉପରୁ ବ୍ୟାନ ହଟାଇଲେ ନେପାଳ ସରକାର
'ଜେନ୍ ଜି' ସଂଗଠନ ଦ୍ବାରା ପ୍ରବଳ ବିରୋଧ ପରେ ସୋସିଆଲ ମିଡିଆ ଉପରୁ ବ୍ୟାନ ହଟାଇଲେ ନେପାଳ ସରକାର। କ୍ୟାବିନେଟର ଜରୁରୀକାଳୀନ ବୈଠକ ପରେ ନିଷ୍ପତ୍ତି। ହିଂସା ଘଟଣାର ତଦନ୍ତ ପାଇଁ କମିଟି ଗଠନ କଲେ ନେପାଳ ସରକାର।
'ଜେନ୍ ଜି' ସଂଗଠନ ଦ୍ବାରା ପ୍ରବଳ ବିରୋଧ ପରେ ସୋସିଆଲ ମିଡିଆ ଉପରୁ ବ୍ୟାନ ହଟାଇଲେ ନେପାଳ ସରକାର। କ୍ୟାବିନେଟର ଜରୁରୀକାଳୀନ ବୈଠକ ପରେ ନିଷ୍ପତ୍ତି। ହିଂସା ଘଟଣାର ତଦନ୍ତ ପାଇଁ କମିଟି ଗଠନ କଲେ ନେପାଳ ସରକାର।
ସୋସିଆଲ ମିଡିଆ ଉପରୁ ବ୍ୟାନ ହଟାଇଲେ ନେପାଳ ସରକାର । ପ୍ରବଳ ବିରୋଧ ପରେ ନେପାଳ ସରକାର ନେଇଥିବା ନିଷ୍ପତ୍ତି ପ୍ରତ୍ୟାହାର କରିଛନ୍ତି । 'ଜେନ୍ ଜି' ସଂଗଠନ ଦ୍ବାରା ନେପାଳରେ ପ୍ରବଳ ବିରୋଧ କରାଯାଇଥିଲା। ସରକାରଙ୍କ ନିଷ୍ପତ୍ତି ବିରୋଧୀ ଆନ୍ଦୋଳନ ହିଂସାତ୍ମକ ରୂପ ନେଇଥିଲା । ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁ ୧୯ ଜଣଙ୍କ ମୃତ୍ୟୁ ହୋଇଥିଲା ।
ଏହାପରେ ନେପାଳ ସୂଚନା ଓ ପ୍ରସାରଣ ମନ୍ତ୍ରୀ ସୋସିଆଲ ମିଡିଆ ଉପରୁ ବ୍ୟାନ ହଟିବା ନେଇ ଘୋଷଣା କରିଛନ୍ତି। କ୍ୟାବିନେଟର ଜରୁରୀକାଳୀନ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଆନ୍ଦୋଳନକାରୀଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିବେଦନ କରିଛନ୍ତି ନେପାଳ ସରକାର। ଏହାଛଡ଼ା ଆନ୍ଦୋଳନ ବେଳେ ହିଂସା ଘଟଣାର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଇଛି ।
ଏହି କମିଟି ୧୫ ଦିନ ଭିତରେ ରିପୋର୍ଟ ଦେବ। ନେପାଳରେ ଚାଲୁଥିବା ସମସ୍ତ ସୋସିଆଲ ମିଡିଆଙ୍କୁ ଦେଶରେ ପଂଜୀକରଣ ପାଇଁ ନିର୍ଦ୍ଦେଶ ଦେଇଥିଲେ ସରକାର । ତେବେ ଯେଉଁ ସୋସିଆଲ ମିଡିଆ ପ୍ଲାଟଫର୍ମ ପଂଜୀକରଣ କରିନଥିଲେ ସେଗୁଡ଼ିକୁ ନେପାଳରେ ବ୍ୟାନ କରାଯାଇଥିଲା । ଏହି ବ୍ୟାନ ତାଲିକାରେ ଥିଲେ ଫେସବୁକ୍, ଇନଷ୍ଟାଗ୍ରାମ, ହ୍ବାଟ୍ସଆପ୍, ୟୁଟ୍ୟୁବ ଭଳି ସୋସିଆଲ ମିଡିଆ ପ୍ଲାଟଫର୍ମ । ତେବେ ଏହାକୁ ବିରୋଧ କରି ନେପାଳରେ ଜୋରଦାର ଆନ୍ଦୋଳନ ହୋଇଥିଲା ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
