Snatched: ଫୁଲ ତୋଳୁଥିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ୍ ଲୁଟିନେଲେ ଦୁର୍ବୃତ୍ତ
"ସୋର: ସକାଳେ ଫୁଲ ତୋଳୁଥିବା ବେଳେ ଜଣେ ମହିଳାଙ୍କ ବେକରୁ ଦୁର୍ବୃତ୍ତମାନେ ୧୪ ଗ୍ରାମର ସୁନାଚେନ ଲୁଟିନେଇଥିବା ଜଣାପଡିଛି।
ସୂଚନା ଅନୁସାରେ ଆଜି ସକାଳେ ସୋର ପୌରାଞ୍ଚଳ ରାଇପୁର ଗ୍ରାମର ଶାରଦା ସାହୁ ଘର ନିକଟରେ ଗଛରୁ ଫୁଲ ତୋଳୁଥିଲେ।
ଏହି ସମୟରେ ଦୁଇଜଣ ଯୁବକ ଏକ ବାଇକରେ ଆସି ଠିକଣା ପଚାରିବା ବାହାନାରେ ତାଙ୍କ ବେକରେ ଥିବା ୧୪ ଗ୍ରାମ ଓଜନର ସୁନା ଚେନ ଝାମ୍ପିନେଇ ଫେରାର ହୋଇଯାଇଥିଲେ।Advertisment ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ଏନେଇ ଶାରଦା ସୋର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
Education: ୩୨ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯିବ ୬୧ ସ୍ୱର୍ଣ୍ଣ ପଦକ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।