Smartphone: ପିଲା ବ୍ୟବହାର କରୁଛି କି ସ୍ମାର୍ଟଫୋନ? ଚିନ୍ତା କରନ୍ତୁନି, ଆଉ ଆସିବନି ଅଶ୍ଳୀଳ କଣ୍ଟେଣ୍ଟ... ଅଧିକ ପଢନ୍ତୁ
ନୂଆ ସ୍ମାର୍ଟଫୋନ ଲଞ୍ଚ୍ କରିଛି ଫିନ୍ଲାଣ୍ଡର ଟେକ୍ କମ୍ପାନି ଏଚଏମଡି। ଏହି କମ୍ପାନୀ କରିଛି ଯେ, ଏହି ଫୋନରେ ଅଶ୍ଳୀଳ ଭିଡିଓ ଓ ଫଟୋ ଆସିବ ନାହିଁ। ଏହା ବିନା ଇଣ୍ଟରନେଟରେ ମଧ୍ୟ କାମ କରିବ।
ନୂଆ ସ୍ମାର୍ଟଫୋନ ଲଞ୍ଚ୍ କରିଛି ଫିନ୍ଲାଣ୍ଡର ଟେକ୍ କମ୍ପାନି ଏଚଏମଡି। ଏହି କମ୍ପାନୀ କରିଛି ଯେ, ଏହି ଫୋନରେ ଅଶ୍ଳୀଳ ଭିଡିଓ ଓ ଫଟୋ ଆସିବ ନାହିଁ। ଏହା ବିନା ଇଣ୍ଟରନେଟରେ ମଧ୍ୟ କାମ କରିବ।
ଲଞ୍ଚ୍ ହୋଇଛି ନୂଆ ସ୍ମାର୍ଟଫୋନ। ଏଥିରେ ଆସିବ ନାହିଁ କୌଣସି ଅଶ୍ଳୀଳ କଣ୍ଟେଣ୍ଟ୍। ଖାସ୍ କରି ଛୋଟ ପିଲାଙ୍କୁ ଲକ୍ଷ୍ୟରେ ରଖି ଏହି ମୋବାଇଲ୍ ଡିଜାଇନ୍ କରାଯାଇଛି। କମ୍ପାନି ଦାବି କରିଛି ଯେ, ଏହା ବିଶ୍ୱର ପ୍ରଥମ ସ୍ମାର୍ଟ ଫୋନ ଯିଏ ଅଶ୍ଳୀଳ କଣ୍ଟେଣ୍ଟକୁ ବନ୍ଦ କରିପାରିବ।
କମ୍ପାନୀ ଏହି ଫୋନକୁ ବିଶେଷ କରି ଛୋଟ ପିଲା ଓ ସ୍କୁଲ ପିଲାଙ୍କ ପାଇଁ ପ୍ରସ୍ତୁତ କରିଛି। ଆଜିର ସ୍କୁଲ ପିଲାମାନେ ପାଠ ପଢା ବେଳେ ସ୍ମାର୍ଟଫୋନ ମଧ୍ୟ ବ୍ୟବହାର କରୁଛନ୍ତି। ହେଲେ ଅଭିଭାବକମାନେ ସ୍ମାର୍ଟଫୋନକୁ ନେଇ ବଡ଼ ଚିନ୍ତାରେ ଥିବାବେଳେ ଫ୍ୟୁଜ୍ ସ୍ମାର୍ଟ ଫୋନ ସେମାନଙ୍କର ଏହି ଚିନ୍ତା ଦୂର କରିବାରେ ସହାୟକ ହେବ।
କମ୍ପାନୀ ତରଫରୁ କୁହାଯାଇଛି ଯେ ଏହି ସ୍ମାର୍ଟଫୋନ ଅଶ୍ଳୀଳ କଣ୍ଟେଣ୍ଟ ରେକର୍ଡ କରିବା ଓ କାହାକୁ ପଠାଇବାରେ ବାଧା ଦେବ। ଏହାସହ ଇଣ୍ଟରନେଟରେ ଅଶ୍ଳୀଳ ଫଟୋ ଦେଖିବା ଓ ତାକୁ ସେଭ୍ କରିବାରେ ମଧ୍ୟ ପ୍ରତିବନ୍ଧକ ଲଗାଇବ। ଖାଲି ସେତିକି ନୁହେଁ, ଲାଇଭ୍ ଷ୍ଟ୍ରମିଂ ବେଳେ ଯଦି କିଛି ଅଶ୍ଳୀଳ ଭିଡିଓ କି ଫଟୋ ଆସେ ତେବେ ମୋବାଇଲ ନିଜେ ନିଜେ ଏହାକୁ ବ୍ଲକ କରିଦେବ।
ଫିନ୍ଲାଣ୍ଡ୍ ଟେକ୍ କମ୍ପାନି ଏଚଏମଡି ଏହି ସ୍ମାର୍ଟ ଫୋନ ଲଞ୍ଚ କରିଛି। ଏହି ମୋବାଇଲ ବର୍ତ୍ତମାନ କେବଳ ଇଂଲଣ୍ଡରେ ଉପଲବ୍ଧ ହୋଇଛି। ଏହା ଭୋଡାଫୋନ ସହ ବଣ୍ଡଲ ଅଫରରେ ବିକ୍ରି ହେଉଛି। ତେବେ ଏହି ଫୋନ ପାଇଁ ପ୍ରତିମାସରେ ୩ ହଜାର ୮ ଶହ ଟଙ୍କା ଦେବାକୁ ପଡିବ। ଏଥିରେ କଲ୍ ଏବଂ ଇଣ୍ଟରନେଟର ସୁବିଧା ମଧ୍ୟ ମିଳିବ।
ଏହା ଛଡା ଏହି ଫୋନରେ ଅଭିଭାବକଙ୍କ ପାଇଁ ଆହୁରି ଅନେକ କଣ୍ଟ୍ରୋଲ ଫିଚର ମଧ୍ୟ ରହିଛି। ପିଲା ଫୋନରେ କ'ଣ କ'ଣ ବ୍ୟବହାର କରୁଛନ୍ତି ତା’ର ଡିଟେଲ୍ସ ମଧ୍ୟ ଅଭିଭାବକମାନେ ଜାଣିପାରିବେ। ଏଥିରେ ସ୍କ୍ରିନ୍ ଟାଇମ ଓ ଏପ୍ସର ଆକ୍ସେସ ମଧ୍ୟ ରହିଛି। ଅଭିଭାବକମାନେ ପ୍ରତିଟି ଆପ୍ସ ପାଇଁ ସମୟ ସୀମା ନିର୍ଦ୍ଧାରଣ କରିପାରିବେ। ଏହା ସହ ଫୋନ ଲୋକେସନ ଟ୍ରାକିଂ ମଧ୍ୟ କରିପାରିବେ।
ସବୁଠାରୁ ବିଶେଷ କଥା ହେଲା, ଏହି ସ୍ମାର୍ଟଫୋନ ଅନ୍ ଡିଭାଇସ ଏଆଇ ଫିଚର ଲେସ୍ ହୋଇଥିବାରୁ ବିନା ଇଣ୍ଟରନେଟରେ ମଧ୍ୟ କାମ କରିବ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
