Smartphone: ନୂଆ ସ୍ମାର୍ଟଫୋନ; ନେଟ୍ ନ ଥିଲେ ବି ହେବ ଅଡିଓ-ଭିଡିଓ କଲ୍
ଆପଣ ଯଦି କୌଣସି ଉପାନ୍ତ ଅଞ୍ଚଳରେ ଥିବେ, ତାହାଲେ ଆପଣମାନଙ୍କ ପାଇଁ ଆସିବାକୁ ଯାଉଛି ଏକ ନୂଆ ସୁବିଧା। ଉପାନ୍ତ ଅଞ୍ଚଳରେ ନେଟ୍ ନ ଆସିଲେ ବି WhatsAppରେ କଲ୍ କରିପାରିବେ।
ଆପଣ ଯଦି କୌଣସି ଉପାନ୍ତ ଅଞ୍ଚଳରେ ଥିବେ, ତାହାଲେ ଆପଣମାନଙ୍କ ପାଇଁ ଆସିବାକୁ ଯାଉଛି ଏକ ନୂଆ ସୁବିଧା। ଉପାନ୍ତ ଅଞ୍ଚଳରେ ନେଟ୍ ନ ଆସିଲେ ବି WhatsAppରେ କଲ୍ କରିପାରିବେ।
ଗୁଗୁଲ୍ ଏବେ ବିଶ୍ୱ ବଜାରରେ ଏହାର Pixel 10 ସିରିଜ୍ ଲଞ୍ଚ୍ କରିଛି। କମ୍ପାନୀ କହିଛି, ଏହା ବିଶ୍ୱର ପ୍ରଥମ ସ୍ମାର୍ଟଫୋନ୍ ସିରିଜ୍, ନେଟ୍ୱାର୍କ ନଥିଲେ ବି ହୋଇପାରିବ ଅଡିଓ-ଭିଡିଓ କଲ୍। ଏହି ସିରିଜ୍ ଅଗଷ୍ଟ ୨୮ରୁ ବଜାରକୁ ଆସିବ।
ଏହି ଫିଚର ବିଶେଷ କରି ସେହି ଅଞ୍ଚଳର ୟୁଜରଙ୍କ ପାଇଁ ବେଶି ଲାଭଦାୟକ ଯେଉଁଠାରେ କୌଣସି ନେଟୱାର୍କ କିମ୍ବା ୱାଇ-ଫାଇର ସୁବିଧା ନଥିବ। ଏହି ଟେକ୍ନୋଲୋଜୀ ଲୋକେ ମହାକାଶରେ ଥିବା ସାଟେଲାଇଟ୍ ବ୍ୟବହାର କରି ଯୋଗାଯୋଗ କରିପାରିବେ। ଏହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି ଯେ ସାଟେଲାଇଟ୍ ମାଧ୍ୟମରେ କେବଳ କଲ୍ ସୁବିଧା ଉପଲବ୍ଧ ହେବ ନା ମେସେଜିଂ ମଧ୍ୟ ସମ୍ଭବ ହେବ। ତେବେ ଏହି ଫିଚର ବ୍ୟବହାର କରିବା ପାଇଁ ଅତିରିକ୍ତ ଦେୟ ଦେବାକୁ ପଡ଼ିପାରେ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ଫିଚର କେବଳ ସାଟେଲାଇଟ୍ ସେବା ଦେଉଥିବା ଟେଲିକମ୍ ଅପରେଟରମାନଙ୍କ ନେଟୱାର୍କରେ କାମ କରିବ। ଭାରତରେ ଏହି ସୁବିଧାର ଲାଭ ଉଠାଇବା ପାଇଁ ଅପେକ୍ଷା କରିବାକୁ ପଡ଼ିପାରେ, କାରଣ ଦେଶରେ ଏପର୍ଯ୍ୟନ୍ତ ସାଟେଲାଇଟ୍ ସେବା ଆରମ୍ଭ ହୋଇ ନାହିଁ।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
