Smart Phone:ବଦଳିଗଲା ଫୋନ୍ ଏବେ କରିବେ କଣ? ବ‍ଢ଼ିଗଲା ଟେନସନ୍ କି

ଆପଣଙ୍କ ଫୋନ୍ ଡାଏଲର୍ ବଦଳି ଯାଇଛି କି ? ନୂଆ ଲୁକ୍ ଆପଣଙ୍କ ଟେନସନ୍ ବଢ଼ାଇ ଦେଇଛି କି ? ରାତାରାତି କାହିଁକି ବଦଳିଗଲା ଗୁଗୁଲ ଫୋନ୍ ଆପ୍ ?

24 August 2025 08:40 AM IST
Smart Phone:ବଦଳିଗଲା ଫୋନ୍ ଏବେ କରିବେ କଣ? ବ‍ଢ଼ିଗଲା ଟେନସନ୍ କି

ଆପଣଙ୍କ ଫୋନ୍ ଡାଏଲର୍ ବଦଳି ଯାଇଛି କି ? ନୂଆ ଲୁକ୍ ଆପଣଙ୍କ ଟେନସନ୍ ବଢ଼ାଇ ଦେଇଛି କି ? ରାତାରାତି କାହିଁକି ବଦଳିଗଲା ଗୁଗୁଲ ଫୋନ୍ ଆପ୍ ?

ଆପଣଙ୍କ ଫୋନ୍ ଡାଏଲର୍ ବଦଳି ଯାଇଛି କି ? ନୂଆ ଲୁକ୍ ଆପଣଙ୍କ ଟେନସନ୍ ବଢ଼ାଇ ଦେଇଛି କି ? ରାତାରାତି କାହିଁକି ବଦଳିଗଲା ଗୁଗୁଲ ଫୋନ୍ ଆପ୍ ?

ଆଣ୍ଡ୍ରଏଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ଲୋକମାନେ ଫୋନ୍‌ରେ ହଠାତ୍ ଏକ ବଡ଼ ପରିବର୍ତ୍ତନ ଦେଖୁଛନ୍ତି। ଡିଭାଇସ୍‌ର ଫୋନ୍ ଆପ୍‌ର ଡିଜାଇନ୍ ଅର୍ଥାତ୍ UI ମନକୁ ମନ ପରିବର୍ତ୍ତନ ହୋଇଯାଇଛି। ହଠାତ ନୂଆ ଇଣ୍ଟରଫେସ୍ ଦେଖି କିଛି ୟୁଜର ଟେନସନରେ ପଡ଼ିଯାଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଏ ସମ୍ପର୍କରେ ପଚାରୁଛନ୍ତି। ସେମାନେ ବୁଝିପାରୁ ନାହାଁନ୍ତି ଯେ ଏହି ପରିବର୍ତ୍ତନ ହଠାତ୍ କାହିଁକି ହୋଇଛି। ଫୋନ୍ ଆପ୍‌ର UI ସମ୍ପୂର୍ଣ୍ଣ ପରିବର୍ତ୍ତନ ହୋଇଯାଇଛି।

ଏମିତିକି ଫୋନରେ ଆଉଟଗୋଇଂ ଓ ଇନକମିଂ ଆସିବା ବେଳେ ତାର ରୂପରେଖ ମଧ୍ୟ ବଦଳିଯାଇଛି। ଯଦି ଆପଣଙ୍କ ଫୋନ୍ ମଧ୍ୟ ପରିବର୍ତ୍ତନ ହୋଇଛି, ତେବେ ଚିନ୍ତା କରନ୍ତୁ ନାହିଁ। ଏହା କୌଣସି ତ୍ରୁଟି ନୁହେଁ ବରଂ ଏହା ଗୁଗୁଲ୍ ଦ୍ୱାରା ଧିରେ ଧିରେ ସବୁ ୟୁଜରଙ୍କ ଫୋନକୁ ରୋଲଆଉଟ୍ କରାଯାଇଛି। ଯାହାର ନାମ ରହିଛି ମ୍ୟାଟେରିଆଲ୍ 3 ଏକ୍ସପ୍ରେସିଭ୍ ରିଡିଜାଇନ୍। ତେବେ ଏନେଇ କଣ କହୁଛନ୍ତି ବିଶେଷଜ୍ଞ ଶୁଣନ୍ତୁ ।

ନୂଆ ଅପଡେଟରେ ଫୋନ୍ କଣ୍ଟାକ୍ଟ, ଫେବରେଟ୍, କଲ ହିଷ୍ଟ୍ରି ଏସବୁର ଡିଜାଇନ୍ ଚେଞ୍ଜ କରାଯାଇଛି। କେବଳ ଫୋନ୍ ଆପ୍‌ରେ ନୁହେଁ ବରଂ ଗୁଗୁଲ୍ ଇନକମିଂ କଲ୍ ସ୍କ୍ରିନ୍‌କୁ ମଧ୍ୟ ପରିବର୍ତ୍ତନ କରିଛି। ଏବେ ସବୁ ଆଇକନ୍ ଗୁଡ଼ିକର ସାଇଜ ବଡ଼ ହୋଇଯାଇଛି। ବର୍ତ୍ତମାନ ଇନକମିଂ କଲକୁ ଆପଣ ଗୋଟିଏ ଟ୍ୟାପ୍ କରି କଲ୍ ଗ୍ରହଣ କିମ୍ବା ପ୍ରତ୍ୟାଖ୍ୟାନ କରିପାରିବେ। ଏହାର ଉଦ୍ଦେଶ୍ୟ ହେଉଛି ପକେଟରୁ ଫୋନ୍ ବାହାର କରିବା ସମୟରେ ଭୁଲରେ କଲ୍ ଉଠାଇବାରୁ ରକ୍ଷା ପାଇବା।

ତେବେ ଏହି ନୂଆ ଫୋନ୍ ଆପ ଡିଜାଇନ ଅନେକଙ୍କୁ ପସନ୍ଦ ଆସୁଥିବା ବେଳେ କିଛି ଲୋକଙ୍କୁ ପସନ୍ଦ ଆସୁନାହିଁ। ତେଣୁ ଯଦି ଆପଣ ଚାହିଁବେ ଗୁଗୁଲ ପ୍ଲ ଷ୍ଟୋରକୁ ଯାଇ Phone by Google ଆପ୍ ଚୟନ କରି ନୂଆ ଅପଡେଟକୁ ଅନଇଷ୍ଟଅଲ୍ କରିପାରିବେ। ଆଉ ପୁଣିଥରେ ପୁରୁଣା ଡାଏଲରକୁ ବ୍ୟବହାର କରିପାରିବେ ।

Disclaimer: This content has been automatically aggregated from television for informational purposes. To read the original article, please visit television.