SIR ବ୍ରାଣ୍ଡ ଆମ୍ବାସାଡର ହେଲେ ପାୟଲ, ଜିଲାବାସୀଙ୍କୁ କଲେ ଏମିତି ଅପିଲ
ବଲାଙ୍ଗୀର, ୨।୬ (ସୁନିଲ କୁମାର ମହାନ୍ତି) : ଭାରତ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶାନୁସାରେ ଚାଲିଥିବା ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ୨୦୨୬ ପ୍ରକ୍ରିୟା ପାଇଁ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ପାରା ଆରଚର୍ ପାୟଲ ନାଗଙ୍କୁ ବଲାଙ୍ଗୀର ଜିଲା ପ୍ରଶାସନ ପକ୍ଷରୁ ଜିଲାର ବ୍ରାଣ୍ଡ ଆମ୍ବାସାଡାର କରାଯାଇଛି । ବଲାଙ୍ଗୀର ଜିଳାପାଳ ଗୌରବ ଶିବାଜୀ ଇସଲୱାର ସୋମବାର ଜିଲାପାଳ ସମ୍ମିଳନୀ କକ୍ଷରେ ଏନେଇ ସୂଚନା ଦେଇ ପାୟଲଙ୍କୁ ଏସଆଇଆର ଫର୍ମ ପ୍ରଦାନ କରିଥିଲେ। ପାୟଲଙ୍କୁ ଏବେ ୧୮ ବର୍ଷ ହୋଇଛି । ସେ ଏବେ ଆମର ଗର୍ବିତ ଭୋଟର ବୋଲି ଜିଲାପାଳ ଇସଲୱାର ସୂଚନା ଦେଇଥିଲେ। ଏହି ଅବସରରେ ପାୟଲ ଏସଆଇଆର ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ସଫଳ କରିବା ଦିଗରେ ସବୁପ୍ରକାର ସହଯୋଗ କରିବାକୁ ଜିଲାବାସୀଙ୍କୁ ଅପିଲ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲାପାଳ ଡ. ବିଜୟାନନ୍ଦ ସେଠୀ ଉପସ୍ଥିତ ଥିଲେ।
Odisha’s No.1 Odia Daily
The post SIR ବ୍ରାଣ୍ଡ ଆମ୍ବାସାଡର ହେଲେ ପାୟଲ, ଜିଲାବାସୀଙ୍କୁ କଲେ ଏମିତି ଅପିଲ appeared first on Dharitri Odia News.
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।