SIR କାର୍ଯ୍ୟରେ ଅବହେଳା ଅଭିଯୋଗରେ ୨ BLO ନିଲମ୍ବିତ

ବୌଦ୍ଧ: SIR କାର୍ଯ୍ୟରେ ଅବହେଳା । ବୌଦ୍ଧର ୨ ଜଣ BLO ନିଲମ୍ବିତ । ବୌଦ୍ଧ ବିଧାନସଭା କ୍ଷେତ୍ରରେ ଚାଲିଥିବା ଭୋଟର ତାଲିକାର ସଂଶୋଧନ (SIR) କାର୍ଯ୍ୟରେ ଅନୁପସ୍ଥିତ ଓ ଅବହେଳା ଅଭିଯୋଗରେ ୧୭୬- ବୁଥ ର ଗଣ୍ଡିସର BLO ବିରେନ୍ଦ୍ର ବେହେରା ଓ ୧୬୯ ବୁଥ -ଖରର୍ଭୁଇଁ BLO ଶିବ ଚନ୍ଦ୍ର ଗାଆଣଙ୍କୁ ବୌଦ୍ଧ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଭୂତି ଭୂଷଣ ନାୟକ ତୁରନ୍ତ ନିଲମ୍ବନ କରିଛନ୍ତି। ବାରମ୍ବାର ନୋଟିସ୍ ସତ୍ତ୍ୱେ ସେମାନେ କାର୍ଯ୍ୟରେ ଯୋଗ ନଦେବାରୁ ଏହି ପଦକ୍ଷେପ ନିଆଯାଇଛି। ସେମାନଙ୍କ ବିରୋଧରେ OCS (CCA) ନିୟମ ଅନୁଯାୟୀ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ହୋଇଥିବା ସୂଚନା ।