Silver Medal: ରୌପ୍ୟ ଜିଣିଲେ ହରଜିନ୍ଦର କୌର

Jul 29, 2026 - 11:07
Silver Medal: ରୌପ୍ୟ ଜିଣିଲେ ହରଜିନ୍ଦର କୌର

"ଗ୍ଲାସ୍‌ଗୋ: ମହିଳା ୬୯ କିଲୋଗ୍ରାମ ଭାରୋତ୍ତୋଳନରେ ଭାରତର ହରଜିନ୍ଦର କୌର ରୌପ୍ୟ ଜିତିଛନ୍ତି।

ସେ ମୋଟ ୨୨୭ କିଲୋଗ୍ରାମ ଭାର ଉଠାଇ ଦ୍ବିତୀୟ ସ୍ଥାନରେ ରହିଥିଲେ।

କାନାଡାର ଚାର୍ଲୋଟ୍‌ ସାଇମୋନେଉ ୨୪୦ କିଲୋଗ୍ରାମ ଲିଫ୍ଟ ସହ ସ୍ବର୍ଣ୍ଣ ପଦକ ଜିତିଛନ୍ତି।Advertisment ହରଜିନ୍ଦରଙ୍କ ସଫଳତା ନିରାଶାକୁ ଦୂର କରିଛି ସେହିପରି ଅଷ୍ଟ୍ରେଲିଆର ନ୍ୟା ଫେବେ ହେମ୍ୟାନ୍‌ ୨୧୮ କିଲୋଗ୍ରାମ ଲିଫ୍ଟ ସହ ତୃତୀୟ ସ୍ଥାନରେ ରହିଥିଲେ ଓ କାଂସ୍ୟ ପଦକ ଜିତିଥିଲେ।

ଏହା ପୂର୍ବରୁ ମହିଳା ୬୩ କିଲୋଗ୍ରାମ ବର୍ଗରେ ଭାରତର ପଦକ ଆଶା ନିରୁପମା ଦେବୀ ବିଫଳ ହୋଇଥିଲେ।

ଏଣୁ ହରଜିନ୍ଦରଙ୍କ ସଫଳତା ଉକ୍ତ ନିରାଶାକୁ ଦୂର କରିବାରେ ସହାୟକ ହୋଇଛି।

Gymnastics: ଗୋଟିଏ ଦିନରେ ଯାଆଁଳା ଭଗ୍ନୀଙ୍କୁ ଜିମ୍ନାଷ୍ଟିକ୍ସ ପଦକ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ଏଠାରେ ଦେଖନ୍ତୁ।