Sia's Mother Demands Justice: କେତନ ଅଗ୍ରଓ୍ୱାଲ ହତ୍ୟା ମାମଲାରେ ସିଆଙ୍କ ମାଆଙ୍କ ବଡ଼ ବୟାନ

Jun 26, 2026 - 09:14
Sia's Mother Demands Justice: କେତନ ଅଗ୍ରଓ୍ୱାଲ ହତ୍ୟା ମାମଲାରେ ସିଆଙ୍କ ମାଆଙ୍କ ବଡ଼ ବୟାନ

ଯଦି ମୋ ଝିଅ ଦୋଷୀ, ତେବେ ତାକୁ ବି ପାହାଡ଼ରୁ ଠେଲି ମାରିଦିଆଯାଉ । ମହାରାଷ୍ଟ୍ରର କେତନ ଅଗରୱାଲ ହତ୍ୟା ମାମଲାରେ ଏଭଳି କହିଛନ୍ତି ଅଭିଯୁକ୍ତ ସିୟା ଗୋୟଲଙ୍କ ମା’ ପୂଜା ଗୋୟଲ । ସେ କହିଛନ୍ତି, ଘଟଣାରେ ଯିଏ ଦୋଷୀ, ତାକୁ ସବୁଠାରୁ କଠୋର ଦଣ୍ଡ ମିଳିବା ଉଚିତ। ଯଦି ମୋ ଝିଅ ମଧ୍ୟ ଦୋଷୀ ସାବ୍ୟସ୍ତ ହୁଏ, ତେବେ ତାକୁ ମଧ୍ୟ ସେହି ସ୍ଥାନରୁ ଫିଙ୍ଗି ଦିଆଯିବା ଉଚିତ, ଯେଉଁଠାରୁ କେତନଙ୍କୁ ଫିଙ୍ଗାଯାଇଥିଲା। 

କେତନ ଓ ସିୟାଙ୍କ ବିବାହକୁ ନେଇ ଉଭୟ ପରିବାରର ବହୁତ ଆଶା ଓ ସ୍ୱପ୍ନ ଥିଲା। କେତନଙ୍କ ପରିବାର ସିୟାଙ୍କୁ ବହୁତ ସ୍ନେହ ଓ ସମ୍ମାନ ଦେଉଥିଲେ। ବିବାହ ପୂର୍ବର ସମସ୍ତ କାର୍ଯ୍ୟକ୍ରମ ଭଲ ଭାବରେ ଚାଲୁଥିଲା ଏବଂ ସିୟାଙ୍କ ଜନ୍ମଦିନ ପାଇଁ ମଧ୍ୟ ଅନେକ ଆୟୋଜନ କରାଯାଇଥିଲା। ପୂଜା ଗୋୟଲଙ୍କ କହିବା ଅନୁସାରେ, ଯଦି ସିୟାଙ୍କ କୌଣସି ସମସ୍ୟା ଥାଆନ୍ତା କିମ୍ବା ସେ କେତନଙ୍କ ସହ କଥା ହେବାରେ ଅସୁବିଧା ଅନୁଭବ କରୁଥାଆନ୍ତି, ତେବେ ଦୁଇ ପରିବାର ମିଶି ତାହାର ସମାଧାନ କରିଥାନ୍ତେ। 

ସିୟା କେବେ ମଧ୍ୟ ଏହି ବିବାହକୁ ନେଇ କୌଣସି ଅସନ୍ତୋଷ ପ୍ରକାଶ କରିନଥିଲେ। ଅନ୍ୟପଟେ ସିୟାଙ୍କ ପ୍ରେମିକ କୁହାଯାଉଥିବା ଚେତନଙ୍କ ବିଷୟରେ ପରିବାର କିଛି ଜାଣିନଥିଲା। ନିର୍ବନ୍ଧ ପରଠାରୁ ସିୟା କେବଳ କେତନଙ୍କ ସହିତ ହିଁ କଥା ହେଉଥିଲେ। ସିୟା ଏଭଳି କରିଥିବେ ବୋଲି ବିଶ୍ବାସ ହେଉନି ବୋଲି କହିଛନ୍ତି ତାଙ୍କ ମାଆ।