Shubhanshu Shukla Meets PM Modi: ଇସ୍ରୋ ମହାକାଶଚାରୀ ଜ୍ୟାକେଟ ପିନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଶୁଭାଂଶୁ ଶୁକ୍ଳା

ଲୋକ କଲ୍ୟାଣ ମାର୍ଗ ସ୍ଥିତ ପିଏମଙ୍କ ଆବାସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କଲେ ଶୁଭାଂଶୁ ଶୁକ୍ଳା। ମହାକାଶରେ ଅନୁଭୂତି ଓ ଗଗନଯାନ ମିଶନ ନେଇ ଆଲୋଚନା କଲେ।

20 August 2025 01:17 PM IST
Shubhanshu Shukla Meets PM Modi: ଇସ୍ରୋ ମହାକାଶଚାରୀ ଜ୍ୟାକେଟ ପିନ୍ଧି ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଶୁଭାଂଶୁ ଶୁକ୍ଳା

ଲୋକ କଲ୍ୟାଣ ମାର୍ଗ ସ୍ଥିତ ପିଏମଙ୍କ ଆବାସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କଲେ ଶୁଭାଂଶୁ ଶୁକ୍ଳା। ମହାକାଶରେ ଅନୁଭୂତି ଓ ଗଗନଯାନ ମିଶନ ନେଇ ଆଲୋଚନା କଲେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା। ସୋମବାର ପ୍ରଧାନମନ୍ତ୍ରୀଙ୍କ ଲୋକ କଲ୍ୟାଣ ମାର୍ଗ ସ୍ଥିତ ସରକାରୀ ବାସଭବନରେ ଭେଟିଥିଲେ। ଏହି ସମୟରେ ଶୁଭାଂଶୁ ଇସ୍ରୋ ମହାକାଶଚାରୀ ଜ୍ୟାକେଟ୍ ପିନ୍ଧିଥିଲେ। ଏହି ଅବସରରେ ଶୁଭାଂଶୁ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ମହାକାଶ ଯାତ୍ରା ବାବଦରେ ଜଣାଇବା ସହ ଆଇଏସଏସର ଅନୁଭବ ବ୍ୟକ୍ତ କରିଥିଲେ। ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଆଲିଙ୍ଗନ କରି ଶୁଭେଚ୍ଛା ଜଣାଇଥିଲେ। ଏଥିସହ ତାଙ୍କ ଉପଲବ୍ଧିର ମଧ୍ୟ ପ୍ରଶଂସା କରିଥିଲେ। ଏହା ସହ ଶୁଭାଂଶୁ ମହାକାଶରେ କରିଥିବା ଗବେଷଣା ବାବଦରେ ଅବଗତ କରାଇଥିଲେ। ପ୍ରାୟ ୨୦ ମିନିଟ୍ ଧରି ଆଲୋଚନା କରିଥିଲେ ମୋଦି ଓ ଶୁଭାଂଶୁ।

ତେବେ ସବୁଠୁ ମୁଖ୍ୟ ଆକର୍ଷଣ ହେଉଛି ଏହି ଭେଟଘାଟ ସମୟରେ ପ୍ରଧାନମନ୍ତ୍ରୀଙ୍କୁ ଶୁଭାଂଶୁ ଦେଇଥିବା ଉପହାର। ଆକ୍ସିୟମ୍-୪ ମିଶନରେ ଆନ୍ତର୍ଜାତିକ ମହାକାଶ କେନ୍ଦ୍ରକୁ ନେଇଥିବା ଭାରତର ଜାତୀୟ ପତାକା ଏପଂ ସେଠାରୁ ଉଠାଇଥିବା ପୃଥିବୀର ଫଟୋକୁ ପ୍ରଧାନମନ୍ତ୍ରୀଙ୍କୁ ଉପହାର ସ୍ବରୁପ ଦେଇଥିଲେ। ଏକ ଟାବଲେଟ୍ କମ୍ପ୍ୟୁଟରରେ ଆଇଏସ୍‌ଏସରୁ ଏହି ଫଟୋ ଉଠାଇଥିଲେ ଶୁଭାଂଶୁ।

ମୋଦୀ ଏକ୍ସରେ ଏକ ପୋଷ୍ଟରେ କହିଛନ୍ତି, "ଶୁଭାଂଶୁ ଶୁକ୍ଲାଙ୍କ ସହ ମହାକାଶରେ ତାଙ୍କ ଅଭିଜ୍ଞତା, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାରେ ଅଗ୍ରଗତି ଏବଂ ଭାରତର ମହତ୍ତ୍ୱାକାଂକ୍ଷୀ ଗଗନୟାନ ମିଶନ ସମ୍ପର୍କରେ ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା। ତାଙ୍କ କୃତିତ୍ୱ ପାଇଁ ଭାରତ ଗର୍ବିତ।"

ସୂଚନାଯୋଗ୍ୟ, ଶୁଭାଂଶୁ ଆକ୍ସିୟମ-୪ ମିଶନର ଅଂଶବିଶେଷ ଭାବରେ ଜୁନ୍ ୨୫ର ଆମେରିକାର ଫ୍ଲୋରିଡା ଉପକୂଳରୁ ଆଇଏସଏସ ଅଭିମୁଖେ ଉଡ଼ାଣ ଭରିଥିଲେ ଶୁଭାଂଶୁ। ଜୁନ୍ ୨୬ରେ ଆଇଏସ୍‌ଏସ୍‌ରେ ଡକ୍ କରିଥିଲେ ଏବଂ ଜୁଲାଇ ୧୫ରେ ପୃଥିବୀକୁ ଫେରିଥିଲେ। ଏହି ମିଶନରେ ଅନ୍ୟ ତିନି ମହାକାଶଚାରୀ, ଯୁକ୍ତରାଷ୍ଟ୍ର ଆମେରିକାର ମହାକାଶଚାରୀ ପେଗୀ ହ୍ୱିଟସନ୍, ପୋଲାଣ୍ଡର ସାଓଜ୍ ଉଜନାନ୍ ସ୍କି ଓ ହଙ୍ଗେରୀର ଟିବୋର କାପୁ ସାମିଲ ଥିଲେ।

Disclaimer: This content has been automatically aggregated from television for informational purposes. To read the original article, please visit television.