Shocking Abuse: ମହିଳାଙ୍କ ବେକରେ ଚପଲ ମାଳ ପକାଇ ଗାଁ ସାରା ବୁଲାଇଲେ... ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
ଜଣେ ମହିଳା ଋଣ ନେଇଥିବା ୨୦୦୦ ଟଙ୍କା ପରିଶୋଧ ନ କରି ପାରିବାରୁ ତାଙ୍କ ଦୁଇ ହାତ ବାନ୍ଧି ବେକରେ ଚପଲ ମାଳ ପକାଇ ଗାଁ ସାରା ବୁଲାଇଯିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଜଣେ ମହିଳା ଋଣ ନେଇଥିବା ୨୦୦୦ ଟଙ୍କା ପରିଶୋଧ ନ କରି ପାରିବାରୁ ତାଙ୍କ ଦୁଇ ହାତ ବାନ୍ଧି ବେକରେ ଚପଲ ମାଳ ପକାଇ ଗାଁ ସାରା ବୁଲାଇଯିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ମହିଳାଙ୍କ ବେକରେ ଚପଲ ମାଳ ଆଉ ଗାଁ ଦାଣ୍ଡରେ ବୁଲାଇବାର ଏହି ଦୃଶ୍ୟ ନିଶ୍ଚିତ ଆପଣଙ୍କୁ ବିଚଳିତ କରୁଥିବ। ଖାଲି ଚପଲ ମାଳ ପକାଯାଇନି, ପଛ ପଟେ ତାଙ୍କ ଦୁଇ ହାତ ବନ୍ଧା ଯାଇଛି ଆଉ ଗାଳି ଗୁଲଜ ସହ ଠେଲାପେଲା ବି କରାଯାଉଛି। ଏହି ଦୃଶ୍ୟ ଦେଖିବା ପରେ ଆପଣ ଭାବୁଥିବେ, ଏମିତି କଣ ପାଇଁ?
ତେବେ ଏହି ଅଭାବନୀୟ ଦୃଶ୍ୟ ଅନୁଗୋଳ ଜିଲ୍ଲା କିଶୋରନଗର ବ୍ଲକ ହଣ୍ଡପା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ମହିଳା ଜଣଙ୍କ ଋଣ ସୁଝି ନ ପାରିବାରୁ ଗାଁରେ ବୈଠକ ହୋଇଥିଲା ଆଉ ତାଙ୍କ ବେକରେ ଚପଲ ମାଳ ପକାଇ ଗାଁରେ ବୁଲାଯାଇଛି।
ରିପୋର୍ଟ ଅନୁସାରେ, ମହିଳା ଜଣଙ୍କ ଗ୍ରାମ ପାଣ୍ଠିରୁ ୨ ହଜାର ଟଙ୍କା ଋଣ ନେଇଥିଲେ। ହେଲେ ସେହି ଟଙ୍କା ସୁଝି ପାରିଲେ ନାହିଁ। ଘଟଣାକୁ ନେଇ ୧୪ ତାରିଖ ଦିନ ଗ୍ରାମରେ ଏକ ବୈଠକ ହୋଇଥିଲା। ୨ ହଜାର ଟଙ୍କା ସହ ସୁଧ ମିଶାଇ ଫେରସ୍ତ କରିବାକୁ ମହିଳାଙ୍କୁ ତାଗିଦ୍ କରାଯାଇଥିଲା। ହେଲେ ମହିଳା ଜଣଙ୍କ ଗରିବ ଥି୍ବାରୁ ଏତେ ଟଙ୍କା ଦେଇପାରିବେ ନାହିଁ ବୋଲି କହିବା ସହ କେବଳ ମୂଳ ୨ ହଜାର ଟଙ୍କା ଫେରାଇବାକୁ କହିଥିଲେ।
ଏହା ପରେ ଗ୍ରାମର କିଛି ମହିଳା ତାଙ୍କ ହାତ ବାନ୍ଧି ମୁହଁରେ କଳା ଲଗାଇଥିଲେ ଆଉ ବେକରେ ଚପଲ ମାଳ ପକାଇ ନିର୍ଯାତନା ଦେଇ ଗାଁରେ ବୁଲାଇଥିଲେ। ପରେ ମହିଳା ଜଣଙ୍କ ହଣ୍ଡପା ଥାନାରେ ଅଭିଯୋଗ କରିଥିଲେ। ଏହି ଘଟଣାର ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ ଗ୍ରାମର କିଛି ମହିଳାଙ୍କୁ ନୋଟିସ୍ କରିଛି।
Disclaimer: This content has been automatically aggregated from television for informational purposes. To read the original article, please visit television.
Home
